Advertisment

ସମଲିଙ୍ଗୀ ବିବାହକୁ କେନ୍ଦ୍ର ସରକାରଙ୍କ ବିରୋଧ

ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ସମସ୍ତ ୧୫ଟି ଆବେଦନକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
SC on same sex

SC on same sex

ସମଲିଙ୍ଗୀ ବିବାହକୁ ମଞ୍ଜୁରୀ ଦେଇଥିବା ଆବେଦନକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର। ଏନେଇ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ସମସ୍ତ ୧୫ଟି ଆବେଦନକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି।

Advertisment

ସମଲିଙ୍ଗୀ ଦମ୍ପତି ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବା ପାଇଁ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ଏହି ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ମାଗିଥିଲେ। ଏବେ କେନ୍ଦ୍ର ସରକାର ରବିବାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ନିଜ ଉତ୍ତର ରଖିଛନ୍ତି।

ସମଲିଙ୍ଗୀ ସମ୍ପର୍କ ସ୍ପଷ୍ଟ ଭିନ୍ନ ବର୍ଗ, ଯାହାକୁ ସମାନ ଭାବରେ ଗ୍ରହଣ କରାଯାଇପାରିବ ନାହିଁ। ସହଭାଗୀ ଭାବରେ ଏକାଠି ରହୁଥିବା ସମଲିଙ୍ଗୀ ପାର୍ଟନରମାନେ ଅପରାଧ କରୁ ନାହାନ୍ତି। କିନ୍ତୁ ଏହା ସ୍ୱାମୀ, ସ୍ତ୍ରୀ ଏବଂ ପିଲାମାନଙ୍କର ଭାରତୀୟ ପରିବାର ସହିତ ସମାନ ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। 

Advertisment

କେନ୍ଦ୍ର ସରକାର ଆହୁରି କହିଛନ୍ତି, ଏହି ସମଲିଙ୍ଗୀ ବିବାହକୁ ମଞ୍ଜୁରୀ ଦିଆଯାଇ ପାରିବ ନାହିଁ। ଏହା ଭାରତୀୟ ପରିବାରର ଅବଧାରଣା ବିରୋଧୀ। ସ୍ୱାମୀ-ସ୍ତ୍ରୀ ଏବଂ ସେମାନଙ୍କ ଠାରୁ ଜନ୍ମ ହୋଇଥିବା ପିଲାମାନଙ୍କୁ ନେଇ ପରିବାର ଗଠିତ।  ସହଭାଗୀ ଭାବରେ ଏକାଠି ରହିବା ଏବଂ ସମଲିଙ୍ଗୀ ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସ୍ୱାମୀ, ସ୍ତ୍ରୀ ଏବଂ ପିଲାମାନଙ୍କର ଭାରତୀୟ ପରିବାର ଏକକ ଧାରଣା ସହିତ ତୁଳନାତ୍ମକ ନୁହେିଁ। ଭାରତୀୟ ପରିବାରରେ ଜଣେ ପୁରୁଷ ଏବଂ ଜଣେ ମହିଳା ବିବାହ କରି ରହିଥାନ୍ତି। ପୁରୁଷ ସ୍ୱାମୀ ଏବଂ ମହିଳା ସ୍ତ୍ରୀ ଭାବେ ଏକାଠି ବାସ କରନ୍ତି। ବିବାହ ପରେ ସେମାନଙ୍କର ସନ୍ତାନ ହେବା ଦ୍ୱାରା ପୁରୁଷ ’ପିତା’ ଏବଂ ସ୍ତ୍ରୀ ’ମାତା’ ହୋଇଥାନ୍ତି। 

କେନ୍ଦ୍ର ସରକାରଙ୍କ ତରଫରୁ ଦାଖଲ ହୋଇଥିବା ୫୬ ପୃଷ୍ଠାର ସତ୍ୟପାଠରେ କୁହାଯାଇଛି ଯେ, ସୁପ୍ରିମକୋର୍ଟ ଓ ହାଇକୋର୍ଟ ସେମାନଙ୍କର ଅନେକ ନିଷ୍ପତ୍ତିରେ ବ୍ୟକ୍ତିଗତ ସ୍ୱାଧୀନତାର ବ୍ୟାଖ୍ୟା ସ୍ପଷ୍ଟ କରିଛନ୍ତି। ଏହି ନିଷ୍ପତ୍ତିଗୁଡିକୁ ଦୃଷ୍ଟିରେ ରଖି ଏହି ଆବେଦନକୁ ମଧ୍ୟ ଖାରଜ କରାଯିବା ଉଚିତ୍। କାରଣ ଏଥିରେ ଶୁଣାଣି କରିବାକୁ କୌଣସି ସତ୍ୟତା ନାହିଁ। ଯୋଗ୍ୟତା ଆଧାରରେ ଏହି ଆବେଦନକୁ ଖାରଜ କରିଦେବା ଠିକ୍ ହେବ। ଆଇନ ଅନୁଯାୟୀ ମଧ୍ୟ ସମଲିଙ୍ଗୀ ବିବାହକୁ ମାନ୍ୟତା ମିଳିପାରିବ ନାହିଁ। 

Supreme Court Same Sex Marriage