Advertisment

ବିଏସଏଫରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ

ଅଗ୍ନିପଥ ହେଉଛି ତିନି ବାହିନୀରେ ଏକ ମେଧା-ଆଧାରିତ ନିଯୁକ୍ତି ଯୋଜନା।

bsf

bsf

Advertisment

କେନ୍ଦ୍ର ସରକାରଙ୍କ ଉଚ୍ଚାକାଂଖୀ ସ୍କିମ ଅଗ୍ନିପଥ ଯୋଜନାରେ ଏକ ନୂଆ ବ୍ୟବସ୍ଥା ଯୋଡ଼ିଛନ୍ତି କେନ୍ଦ୍ର ସରକାର। ବିଏସଏଫରେ ଖାଲିପଦପୀରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରଖାଯାଇଛି। ସୀମା ସୁରକ୍ଷା ବଳ, ଜେନେରାଲ ଡ୍ୟୁଟି କ୍ୟାଡର (ଅଣ ଗେଜେଟେଡ୍) ନିଯୁକ୍ତି ନିୟମ ୨୦୧୫ ସଂଶୋଧନ କରି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ମାର୍ଚ୍ଚ ୯ରୁ ଲାଗୁ କରାଯାଇଛି । ଅଗ୍ନିପଥ ଯୋଜନାରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ଦଶ ପ୍ରତିଶତ ଖାଲି ସ୍ଥାନ ସଂରକ୍ଷଣ ରଖାଯାଇଛି। ପୂର୍ବତନ ଅଗ୍ନିବୀରଙ୍କ ପାଇଁ ବୟସ ସୀମେ ୫ବର୍ଷ ଏବଂ ଅନ୍ୟମାନଙ୍କ ପାଁ ୩ ବର୍ଷ କୋହଲ କରାଯାଇଛି। ସେହିପରୀ ପୂର୍ବତନ ଅଗ୍ନିବୀରଙ୍କୁ ଶାରୀରିକ ପରୀକ୍ଷା ହେବାକୁ ପଡ଼ିବନି। ବିଜ୍ଞପ୍ତିରେ ଏହା କୁହାଯାଇଛି। ଗତ ଜୁନ୍‌ ୧୪ରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ କେନ୍ଦ୍ର ସରକାର।

Advertisment

ଅଗ୍ନିପଥ ହେଉଛି ତିନି ବାହିନୀରେ ଏକ ମେଧା-ଆଧାରିତ ନିଯୁକ୍ତି ଯୋଜନା। ସଶସ୍ତ୍ର ବାହିନୀରେ ନିୟମିତ କ୍ୟାଡରରେ ଏମାନଙ୍କୁ କାମ କରିବାର ସୁଯୋଗ ମିଳିବ। ଯେଉଁମାନେ ଅଗ୍ନିପଥ ଯୋଜନାରେ ନିଯୁକ୍ତି ପାଇବେ ସେମାନଙ୍କୁ ‘ଅଗ୍ନିବୀର’ କୁହାଯିବ। ଅଗ୍ନିବୀରମାନଙ୍କୁ ତାଲିମ ଅବଧି ସମେତ ୪ ବର୍ଷ ପାଇଁ ନିଯୁକ୍ତି ମିଳିବ। ୪ ବର୍ଷ ପରେ ମାତ୍ର ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସେମାନଙ୍କ ମେଧା, ଯୋଗ୍ୟତା, ଆଗ୍ରହ ଓ ମେଡିକାଲ ଫିଟ୍‌ନେସ୍ ଭିତ୍ତିରେ ପୁଣି ତାଲିମ ଦିଆଯିବ ବା ନିୟମିତ କ୍ୟାଡର ପାଇଁ ତାଲିକାଭୁକ୍ତ କରାଯିବ। ଏହାପରେ ସେମାନେ ଆଉ ୧୫ ବର୍ଷ ବା ପୂରା ଅବଧି ସେନାରେ ଚାକିରି କରିପାରିବେ। ପ୍ରଥମ ଚାରିବର୍ଷ ସେମାନେ ଠିକା ଭିତ୍ତିରେ ନିଯୁକ୍ତି ପାଇବେ।

ଏହାକୁ ଅନ୍ତିମ ପେନସନ ସୁବିଧା ପାଇଁ ବିଚାରକୁ ନିଆଯିବ ନାହିଁ। ବାକି ଯେଉଁ ୭୫ ପ୍ରତିଶତ ୪ ବର୍ଷ ପରେ ସେନାରୁ ବିଦା ହୋଇଯିବେ ସେମାନଙ୍କୁ ୧୧-୧୨ ଲକ୍ଷ ଟଙ୍କାର ଏକ ‘ସେବାନିଧି’ ପ୍ୟାକେଜ ମିଳିବ। ଏହି ଟଙ୍କା ସେମାନଙ୍କ ୪ ଚାକିରିକାଳୀନ ଦରମାରୁ କଟିଥିବା ୩୦ ପ୍ରତିଶତ ଦରମାରୁ ମିଳିବ। ଏଥି ସହ ସ୍କୁଲ ସାର୍ଟିଫିକେଟ୍ ଏବଂ ବ୍ୟାଙ୍କ ଲୋନ୍ ବି ମିଳିବ। ଏହି ୧୧-୧୨ ଲକ୍ଷ ଟଙ୍କା ସେମାନଙ୍କୁ ପରବର୍ତ୍ତୀ କ୍ୟାରିୟର ଗଢ଼ିବାରେ ସାହାଯ୍ୟ କରିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe