Advertisment

ପ୍ରଧାନମନ୍ତ୍ରୀ ଇ-ବସ୍‌ ସେବାକୁ ଗ୍ରୀନ ସିଗ୍ନାଲ, ଚାଲିବ ୧୦ ହଜାର ଇଲେକ୍ଟ୍ରିକ ବସ୍‌

ଏହି ଯୋଜନା ଅଧୀନରେ ଦେଶରେ ୧୦ ହଜାର ବିଦ୍ୟୁତ ଚାଳିତ ବସ୍‌ ଲଞ୍ଚ କରାଯିବ।

EBus

EBus

Advertisment

ପ୍ରଧାନମନ୍ତ୍ରୀ ଇ-ବସ୍‌ ସେବାକୁ ଆଜି କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସିସିଇଏମ ଏହି ଯୋଜନାକୁ ଅନୁମୋଦନ କରିଛି।

Advertisment

ଏହି ଯୋଜନା ଅଧୀନରେ ଦେଶରେ ୧୦ ହଜାର ବିଦ୍ୟୁତ ଚାଳିତ ବସ୍‌ ଲଞ୍ଚ କରାଯିବ। ଏହି ବସ୍‌ଗୁଡ଼ିକ ୧୦୦ଟି ସହରରେ ଗଡ଼ିବ। ଏଥିପାଇଁ ସହରର ଭିତ୍ତିଭୂମିକୁ ଗ୍ରୀନ ଅର୍ବାନ ମୋବିଲିଟି କାର୍ଯ୍ୟକ୍ରମରେ ବିକଶିତ କରାଯିବ। ୧୦ ବର୍ଷ ପାଇଁ ଏହି ଇ-ବସ୍‌ର ସହାୟତା ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।

ତାଙ୍କ କହିବା କଥା ଯେ ପ୍ରଧାନମନ୍ତ୍ରୀ ଇ-ବସ୍‌ ସେବା ଅଧୀନରେ ଚାଲିବାକୁ ଥିବା ୧୦ ହଜାର ବିଦ୍ୟୁତ ଚାଳିତ ବସ୍‌ ସହାରାଞ୍ଚଳରେ ଗଡ଼ିବ। ପ୍ରାଇଭେଟ-ପବ୍ଲିକ ସହାଭାଗିତାରେ ସେବା ମିଳିବ। ଏହି ଯୋଜନା ପାଇଁ ମୋଟ ୫୭,୬୧୩ କୋଟିର ବ୍ୟୟବରାଦ କରାଯାଇଛି।

Advertisment

ଏଥି ମଧ୍ୟରୁ କେନ୍ଦ୍ର ସରକାର ୨୦ ହଜାର କୋଟି ଟଙ୍କା ଦେବେ। ବାକି ରାଜ୍ୟ ସରକାରଙ୍କୁ ଦେବାକୁ ପଡ଼ିବ। ଏହି ଯୋଜନା ଅଧୀନରେ ୧୦ ବର୍ଷ ପାଇଁ ବସ ସେବାର ସହାୟତା ମିଳିବ। ଏହି ଯୋଜନା ଯୋଗୁ ୪୫ରୁ ୫୫ ହଜାର ଲୋକ ସିଧାସଳଖ ନିଯୁକ୍ତି ପାଇବେ ବୋଲି ମଧ୍ୟ ସରକାର ଦାବି କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଠାକୁର କହିଛନ୍ତି, “ଏହି ବସ୍‌ଗୁଡ଼ିକୁ ପିପିପି ମଡେଲ ଅନୁସାରେ କିଣା ଯିବ। ଏଥିପାଇଁ ବିଡିଂ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଘରୋଇ କମ୍ପାନୀଗୁଡ଼ିକ ଏଥିରେ ସାମିଲ ହୋଇପାରିବେ। ଏହି ଯୋଜନା ୨୦୩୭ ଯାଏ ଚାଲିବ।

ବସ୍‌ ସେବା ପାଇଁ ସାଂଗଠନିକ ଢାଞ୍ଚା ନଥିବା ସହରକୁ ଏହି ଯୋଜନା ଅଧୀନରେ ପ୍ରାଥମିକତା ଦିଆଯିବ। ୩ ଲକ୍ଷ ଓ ଏହା ଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ପ୍ରଥମେ ବସ୍‌ ସେବା ଆରମ୍ଭ କରାଯିବ। ସମସ୍ତ ସହର, ପାହାଡ଼ିଆ ଅଞ୍ଚଳ, କେନ୍ଦ୍ର ଶାସିତ ଅଞ୍ଚଳ ଓ ଉତ୍ତରପୂର୍ବ ପ୍ରାନ୍ତରେ ବସ୍‌ ଚାଲିବ।”

PM Modi Cabinet Meeting EBus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe