Advertisment

ଲଦାଖକୁ ମିଳିଲା ୫ ନୂଆ ଜିଲ୍ଲା

ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲଦାଖରେ ପାଞ୍ଚଟି ନୂଆ ଜିଲ୍ଲା ପ୍ରତିଷ୍ଠା କରିବା ନେଇ ଘୋଷଣା କରିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Ladakh

Ladakh

ଲଦାଖକୁ ମିଳିଛି ୫ ନୂଆ ଜିଲ୍ଲା। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲଦାଖରେ ପାଞ୍ଚଟି ନୂଆ ଜିଲ୍ଲା ପ୍ରତିଷ୍ଠା କରିବା ନେଇ ଘୋଷଣା କରିଛନ୍ତି। ଏହି ଜିଲ୍ଲାଗୁଡ଼ିକ ହେଉଛି ଜନସ୍କର, ଡ୍ରାସ, ଶାମ, ନୁବ୍ରା, ଏବଂ ଚଙ୍ଗଥାଙ୍ଗ। ନୂଆ ଜିଲ୍ଲା ଗଠନ ହେବା ପରେ ଦୁର୍ଗମ ଅଞ୍ଚଳବାସୀଙ୍କ ନିକଟରେ ସରକାରୀ ସୁବିଧା ପହଞ୍ଚିବାରେ ଉନ୍ନତି ଆସିବା ନେଇ ଆଶା କରାଯାଉଛି। 

Advertisment

ଲଦାଖ ପ୍ରଶାସନର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଏହି କେନ୍ଦ୍ରଶାସିତ ଅଞ୍ଚଳରେ ଏପର୍ଯ୍ୟନ୍ତ ଦୁଇଟି ଜିଲ୍ଲା ଥିଲା। ତାହା ହେଉଛି ଲେହ ଏବଂ କାର୍ଗିଲ୍। କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଏଠାରେ ଆଉ ପାଞ୍ଚ ଜିଲ୍ଲା ଗଠନ ହେବାକୁ ଯାଉଛି। ଏପରି ହେଲେ ଲଦାଖରେ ସାତଟି ଜିଲ୍ଲା ରହିବ।

ଏହି ଘୋଷଣା କରି ଗୃହମନ୍ତ୍ରୀ ଶାହ କହିଛନ୍ତି, "ମୋଦି ସରକାର ଲଦାଖର ଲୋକଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବାକୁ ପ୍ରତିବଦ୍ଧ।"

Advertisment

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଲଦାଖବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, "ଲଦାଖରେ ପାଞ୍ଚଟି ନୂତନ ଜିଲ୍ଲାର ସୃଷ୍ଟି ଉତ୍ତମ ଶାସନ ଏବଂ ସମୃଦ୍ଧତା କ୍ଷେତ୍ରରେ ଏକ ପଦକ୍ଷେପ। ଜନସ୍କର, ଡ୍ରାସ, ଶାମ, ନୁବ୍ରା, ଏବଂ ଚଙ୍ଗଥାଙ୍ଗ ଲୋକଙ୍କ ପାଖରେ ସେବା ଏବଂ ସୁଯୋଗ ପହଞ୍ଚାଇବାରେ ସହାୟକ ହେବ।"

୨୦୧୯ରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀର ପୁନର୍ଗଠନ ଅଧିନିୟମ ଦ୍ୱାରା ପୂର୍ବ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା। ଜମ୍ମୁ-କଶ୍ମୀରରେ ନିଜସ୍ୱ ବିଧାନସଭା ଥିବାବେଳେ ଖୁବ୍ ଶୀଘ୍ର ଏଠାରେ ନିର୍ବାଚନ ହେବାକୁ ଯାଉଛି। କିନ୍ତୁ ଲଦାଖରେ ବର୍ତ୍ତମାନ ସୁଦ୍ଧା ବିଧାନସଭା ବ୍ୟବସ୍ଥା ହୋଇନାହିଁ। 

Ladakh New District In Ladakh