Advertisment

କେନ୍ଦ୍ରର ବଡ଼ ନିଷ୍ପତ୍ତି: ୪୮୯୨ ଟଙ୍କା ଦେଇ କିଣିବେ ସୋୟାବିନ

ଚାଷୀମାନେ ଦିନକୁ ଦିନ ବିଭିନ୍ନ ପ୍ରକାରର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ସେହିପରି ଚାଷୀଙ୍କ ସମସ୍ୟା ପ୍ରସଙ୍ଗକୁ ଧରି କଂଗ୍ରେସ ମଧ୍ୟ କିଷାନ ନ୍ୟାୟ ଯାତ୍ରା ଆରମ୍ଭ କରିଛି।

author-image
Hemant Lenka
soybean procurement

soybean procurement

କେନ୍ଦ୍ର ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ମଧ୍ୟପ୍ରଦେଶରେ ଉତ୍ପାଦିତ ହୋଇଥିବା ସୋୟାବିନକୁ କ୍ୱିଣ୍ଟାଲ ପିଛା ଧାର୍ଯ୍ୟ ଏମଏସ୍‌ପି ୪,୮୯୨ ଟଙ୍କାରେ କିଣିବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି।  ଏନେଇ ମଧ୍ୟପ୍ରଦେଶ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ। ‌ଏହି ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ କରି ନେଇଛନ୍ତି।

Advertisment

ଚାଷୀମାନେ ଦିନକୁ ଦିନ ବିଭିନ୍ନ ପ୍ରକାରର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ସେହିପରି ଚାଷୀଙ୍କ ସମସ୍ୟା ପ୍ରସଙ୍ଗକୁ ଧରି କଂଗ୍ରେସ ମଧ୍ୟ କିଷାନ ନ୍ୟାୟ ଯାତ୍ରା ଆରମ୍ଭ କରିଛି। ଏସବୁ ଭିତରେ କେନ୍ଦ୍ର ସରକାର ସୋୟାବିନ ସଂଗ୍ରହ ଉପରେ ବଡ଼ ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ କହିଛନ୍ତି ଯେ ମଧ୍ୟପ୍ରେଦେଶ ସରକାରଙ୍କ ପ୍ରସ୍ତାବ ଗ୍ରହଣ କରାଯାଇଛି ଓ ଏହାକୁ ଅନୁମତି ଦିଆଯାଇଛି। ଏମଏସ୍‌ପି ଦରରେ ସୋୟବିନ କିଣିବାକୁ ମଧ୍ୟପ୍ରଦେଶ ସରକାର ପଠାଇଥିବା ଅନୁରୋଧ ଶୁକ୍ରବାର ରାତିରେ ମିଳିଥିଲା।

Advertisment

ଆମେ ଏହି ପ୍ରସ୍ତାବକୁ ଗ୍ରହଣ କରି ନେଇଛୁ। ମଧ୍ୟପ୍ରଦେଶରେ ଥିବା ଚାଷୀମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ସୋୟାବିନ ଏମଏସ୍‌ପି ଦରରେ ହିଁ କିଣାଯିବ। ଚାଷୀମାନଙ୍କ କଠିନ ପରିଶ୍ରମର ପୂରା ଦାମ ମିଳିବ ବୋଲି ସେ କହିଛନ୍ତି।

ଏହାପୂର୍ବରୁ ମହାରାଷ୍ଟ୍ର ଓ କର୍ଣ୍ଣାଟକାର ସୋୟାବିନ ଏମଏସପିକୁ ମଧ୍ୟ ଅନୁମିତି ମିଳିଥିଲା। ଏବେ ମଧ୍ୟପ୍ରଦେଶର ସୋୟାବିନ ଚାଷୀଙ୍କ ପାଇଁ ସମାନ ନିଷ୍ପତ୍ତି ନିଆଯାଇଛି।

ଚାଷୀଙ୍କ ସମସ୍ୟା ପ୍ରତି ମଧ୍ୟପ୍ରଦେଶର କ୍ଷମତାସୀନ ବିଜେପି ସରକାର ଆଖି ବୁଜି ଦେଇଥିବା ରାଜ୍ୟ କଂଗ୍ରେସ ସଭାପତି ଜିତୁ ପଟୱାରି ଅଭିଯୋଗ କରିଥିଲେ। ଏଥିସହ ସେ କିଷାନ ନ୍ୟାୟ ଯାତ୍ରା ମଧ୍ୟ ଆରମ୍ଭ କରିଥିଲେ। ସୋୟାବିନ ଚାଷୀଙ୍କ ଠାରୁ ଧାର୍ଯ୍ୟ ଏମଏସପିରେ ଫସଲ କିଣିବାକୁ ମଧ୍ୟ ସେ କହିଥିଲେ। ଏବେ କେନ୍ଦ୍ର ସରକାର ସୋୟାବିନ କିଣିବାକୁ ନିଷ୍ପତ୍ତି ନେଇଛନ୍ତି।

Madhya Pradesh Soybean Procurement