Advertisment

ଧାନର ଦାମ ୧୧୭ ଟଙ୍କା ବୃଦ୍ଧି କଲେ ମୋଦି ସରକାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ଧାନ ସହ ୧୪ଟି ଖରିଫ ଫସଲର ଦର ବୃଦ୍ଧି ଉପରେ ମୋହର ମାରିଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

MSP

MSP

Advertisment

କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ସରକାର ଆଜି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧି କରିଛନ୍ତି। ପୂର୍ବ ବର୍ଷର ଦର ଅପେକ୍ଷା କେନ୍ଦ୍ର ସରକାର ଧାନର ଏମଏସ୍‌ପିରେ ୧୧୭ ଟଙ୍କା ବଢ଼ାଇଛନ୍ତି। ବର୍ଦ୍ଧିତ ଦର ପରେ ଚାଷୀମାନେ ନିଜର ଧାନକୁ କ୍ୱିଣ୍ଟାଲ ପିଛା ୨୩ ଶହ ଟଙ୍କାରେ ବିକ୍ରି କରିପାରିବେ। ଏନେଇ ଆଜି କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛି। ଗତବର୍ଷ ଚାଷୀଙ୍କୁ ଧାନ ପାଇଁ ୨୧୮୩ ଟଙ୍କା ମିଳୁଥିଲା। 

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ଧାନ ସହ ୧୪ଟି ଖରିଫ ଫସଲର ଦର ବୃଦ୍ଧି ଉପରେ ମୋହର ମାରିଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ତୃତୀୟ ଟର୍ମରେ ଆଜି କ୍ୟାବିନେଟ ବୈଠକରେ ଅନେକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆପଣମାନେ ଜାଣିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ନଦାତା କୃଷକମାନଙ୍କୁ ସବୁବେଳେ ପ୍ରାଥମିକତା ଦେଇ ଆସିଛନ୍ତି। ନିଜ କାର୍ଯ୍ୟକାଳର ପ୍ରଥମ ଦିନରେ ସେ ଚାଷୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଥିଲେ।

Advertisment

ଆଜି ମଧ୍ୟ କ୍ୟାବିନେଟରେ ଚାଷୀଙ୍କ ସହ ଜଡ଼ିତ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଖରିଫ ଋତୁ ଆରମ୍ଭ ହେଉଛି। ତେଣୁ ୧୪ଟି ଖରିଫ ଫସଲର ଏମଏସ୍‌ପି ବୃଦ୍ଧି ପାଇଁ ଆଜି କ୍ୟାବିନେଟ ନିଷ୍ପତ୍ତି ନେଇଛି। ୨୦୧୮ରେ କେନ୍ଦ୍ରୀୟ ବଜେଟରେ ନିଷ୍ପତ୍ତି ହୋଇଥିଲା ଯେ ଏମଏସ୍‌ପି ଉତ୍ପାଦ ଖର୍ଚ୍ଚର ୧.୫ ଗୁଣ ରହିବ।

ଆଜି ଏହାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ହୋଇଛି। ୨୦୧୩-୧୪ରେ ଧାନର ଏମଏସପି ୧୩୧୦ ଟଙ୍କାର ରହିଥିଲା। ହେଲେ ୨୦୨୪ରେ ଏହା ୨୩ ଶହ ଟଙ୍କାରେ ପହଞ୍ଚିଛି। ଗତବର୍ଷ ତୁଳନାରେ ଏହା ୧୧୭ ଟଙ୍କା ଅଧିକ। ଚଳିତ ବର୍ଷ ଧାନାର ଏମଏସ୍‌ପିକୁ ୫.୩୫% ବୃଦ୍ଧି କରାଯାଇଛି।

ସେହିପରି ସାଧାରଣ କଟନର ଏମଏସ୍‌ପିକୁ ୭,୧୨୧ ଓ ଆଉ ଏକ ବର୍ଗର କଟନର ଏମଏସ୍‌ପି ୭୫୨୧ ଟଙ୍କା ହୋଇଛି। ଏହାର ପୂର୍ବ ଏମଏସ୍‌ପି ତୁଳନାରେ ୫୧୦ ଟଙ୍କା ଅଧିକ।

ମିଲେଟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫୋକସରେ ରହିଛି। ଏହା ମଧ୍ୟରେ ବାଜରାର ଅଟାର(ଜୋୱାର) ଦାମ ୩,୩୭୧ ଟଙ୍କା, ରାଗିର ଦାମ ୪,୨୯୦ ଟଙ୍କା, ବାଜରାର ଦାମ ୨୬୨୫ ଟଙ୍କା ଓ ମକାର ଏମଏସ୍‌ପି ୨,୨୨୫ ଟଙ୍କାକୁ ବୃଦ୍ଧି ପାଇଛି।

ଏହାବାଦ ଡାଲି ଜାତୀୟ ଦ୍ରବ୍ୟର ମଧ୍ୟ ଏମଏସ୍‌ପି ବୃଦ୍ଧି କରାଯାଇଛି। ମୁଗ ଡାଲିକର ଏମଏସ୍‌ପି ୮,୬୮୨ ଟଙ୍କା ହୋଇଥିବା ବେଳେ ମସୁର ଡାଲିର ଦାମ ୭୫୫୦ ଟଙ୍କା ହୋଇଛି। ପୂର୍ବବର୍ଷ ଅପେକ୍ଷା ଏହାର ଦାମ ୫୫୦ ଟଙ୍କା ବୃଦ୍ଧି କରାଯାଇଛି।

ବିରି ଡାଲିର ଦାମ ୭,୪୦୦ ଟଙ୍କା କରାଯାଇଛି। ଏହାବାଦ ସୂର୍ଯ୍ୟମୂଖୀ ଓ ବାଦାମ ଦାମ ବି ସରକାର ବୃଦ୍ଧି କରିଛନ୍ତି। ବାଦାମ କ୍ୱିଣ୍ଟାଲ ପିଛା ଚାଷୀମାନେ ୬୭୮୩ ଟଙ୍କା ପାଇବେ।” ବର୍ଦ୍ଧିତ ଏମଏସ୍‌ପି ଯୋଗୁ ଚାଷୀମାନଙ୍କୁ କେନ୍ଦ୍ର ସରକାର ଗତବର୍ଷ ତୁଳନାରେ ଅଧିକ ୩୫ ହଜାର କୋଟି ଟଙ୍କା ଦେବେ।

Paddy Msp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe