ପିଲାକୁ ୬ ବର୍ଷ ହେଲେ ପ୍ରଥମ ଶ୍ରେଣୀରେ ପଢ଼ିବ: କେନ୍ଦ୍ର

କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳକୁ ଏଭଳି ଏକ ଚିଠି ଲେଖାଯାଇଛି

ଡେଙ୍ଗାସ୍‌ଖାଲ ହାଇସ୍କୁଲ

  • Published: Wednesday, 22 February 2023
  • , Updated: 22 February 2023, 05:30 PM IST

ପିଲାକୁ ୬ ବର୍ଷ ହେଲେ ପ୍ରଥମ ଶ୍ରେଣୀରେ ପଢ଼ିବ। ତା’ପୂର୍ବରୁ ନୁହେଁ। ଜଣେ ଶିଶୁ ୬ ବର୍ଷରେ ପହଞ୍ଚିବା ପରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ କେନ୍ଦ୍ର ନିର୍ଦ୍ଦେଶନାମା ଜାରି କରିଛି। କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳକୁ ଏଭଳି ଏକ ଚିଠିରେ ଲେଖାଯାଇଛି। ଏଥିରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ହେଲେ ବୟସସୀମା ୬ ବର୍ଷ ଧାର୍ଯ୍ୟ କରିବାକୁ କୁହାଯାଇଛି। ନୂତନ ଶିକ୍ଷାନୀତି ଅନୁସାରେ ଶିଶୁଟିଏ ୩ରୁ ୮ ବର୍ଷ ବୟସ ଯାଏଁ ୫ ବର୍ଷ ପାଇଁ ଯେଉଁ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ପାଇବ ତାହାର ପ୍ରଥମ ତିନି ବର୍ଷ ଅଙ୍ଗନବାଡ଼ି ଓ ଶିଶୁଶ୍ରେଣୀରେ କଟିବ ଏବ˚ ପରବର୍ତ୍ତୀ ଦୁଇ ବର୍ଷ ସେ ବିଦ୍ୟାଳୟକୁ ଯାଇ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ପଢ଼ିବ।

ଏହା ପରେ ସେ ୮ରୁ ୧୧ ବର୍ଷ ବୟସ ଯାଏଁ ୩ ବର୍ଷ ପ୍ରାରମ୍ଭିକ (ପ୍ରାଥମିକ) ଶିକ୍ଷା ପାଇବ। ଏହି ଶିକ୍ଷାନୀତି ଆଶା କରେ ଯେ ତୃତୀୟ ଶ୍ରେଣୀ ବେଳକୁ ଶିଶୁଟି ମୌଳିକ ଭାଷା ଏବ˚ ସ˚ଖ୍ୟା ଜ୍ଞାନ ଯଥେଷ୍ଟ ରୂପେ ପାଇ ସାରିଥିବ। ଯାହା ଦ୍ୱାରା ସେ ପରବର୍ତ୍ତୀ ଶ୍ରେଣୀମାନଙ୍କରେ ପାଠ ସହଜରେ ବୁଝି ପାରିବ। ତୃତୀୟରୁ ପଞ୍ଚମ ଶ୍ରେଣୀରେ ପାଠ୍ୟକ୍ରମ ଧୀରେ ଧୀରେ ଅଧିକ ଶ୍ରେଣୀଗୃହ-ବିନିମୟଭିତ୍ତିକ ହୋଇ ଶିଶୁଟିର ବୋଧଶକ୍ତିରେ ବୃଦ୍ଧି ଘଟାଇବ ଏବ˚ ସେ ପାଠ୍ୟପୁସ୍ତକ ପଢ଼ି ବୁଝିବା, ଭାବ ବ୍ୟକ୍ତ କରିବା ଓ ଗାଣିତିକ କର୍ମଣ କରିବା ଇତ୍ୟାଦିର କୁଶଳତା ହାସଲ କରିବ।

ସ୍କୁଲ ଶିକ୍ଷାର ପରବର୍ତ୍ତୀ ସ୍ତରରେ ପହଞ୍ଚିଲା ବେଳକୁ ଶିଶୁଟି ୧୧ ବର୍ଷ ବୟସର ହୋଇସାରିଥିବ ଏବ˚ ୧୪ ବର୍ଷ ସରିଲା ଯାଏଁ ୩ ବର୍ଷରେ ସେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଠ ପଢ଼ିବ।

Related story