Advertisment

ଅକ୍ସଫାମ ବିରୋଧରେ ସିବିଆଇ ତଦନ୍ତ ପାଇଁ କେନ୍ଦ୍ରର ନିର୍ଦ୍ଦେଶ

ଆୟକର ବିଭାଗ ସର୍ଭେ ଅନୁଯାୟୀ, ଅକ୍ସଫାମ ଇଣ୍ଡିଆ ବେନିୟମ ଭାବେ ଅନ୍ୟ ସ୍ଥଂସ୍ଥା ସହ ପାଣ୍ଠି କାରବାର କରିଛି।

author-image
Tapas Behera
oxfam

oxfam

ବିଦେଶୀ ପାଣ୍ଠି ଆଇନ(ଫରେନ୍ ଫଣ୍ଡସ୍‌ ଆକ୍ଟ) ଉଲ୍ଲଂଘନ ଅଭିଯୋଗରେ ଅକ୍ସଫାମ ବିରୋଧରେ ସିବିଆଇ ତଦନ୍ତ ପାଇଁ  କେନ୍ଦ୍ରସରକାର ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଫରେନ୍ ଫଣ୍ଡସ୍‌ ଆକ୍ଟ ଲାଗୁ ହେବା ପରେ ମଧ୍ୟ ଅକ୍ସଫାମ ଇଣ୍ଡିଆ ବିଭିନ୍ନ ସଂସ୍ଥାକୁ ବିଦେଶୀ ଟଙ୍କା କାରବାର କରିଛି। ଯାହା ହେଉଛି ବେନିୟମ। ଆୟକର ବିଭାଗ ସର୍ଭେ ଅନୁଯାୟୀ, ଅକ୍ସଫାମ ଇଣ୍ଡିଆ ବେନିୟମ ଭାବେ ଅନ୍ୟ ସ୍ଥଂସ୍ଥା ସହ ପାଣ୍ଠି କାରବାର କରିଛି।

Advertisment

ସାମାଜିକ କାର୍ଯ୍ୟକଳାପ ପାଇଁ ପଞ୍ଚିକୃତ ହୋଇଥିବା ଅକ୍ସଫାମ ଇଣ୍ଡିଆ ଏହାର ସହଯୋଗୀ ତଥା କର୍ମଚାରୀଙ୍କ ମାଧ୍ୟମରେ ପଲିସି ରିସର୍ଚ୍ଚ ପାଇଁ ବେଆଇନ ଭାବେ ପାଣ୍ଠି ପଠାଇଥିବା ଅଭିଯୋଗ ହୋଇଛି। ଅକ୍ସଫାମ ଇଣ୍ଡିଆର ଟିଡିଏସ ତଥ୍ୟରୁ ମିଳିଥିବା ବିବରଣୀ ଅନୁଯାୟୀ, ଅକ୍ସଫାମ ଇଣ୍ଡିଆ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷରେ ପଲିସି ରିସର୍ଚ୍ଚ ସେଣ୍ଟରକୁ ୧୨,୭୧,୧୮୮ ଟଙ୍କା କାରବାର ହୋଇଛି। ନିକଟରେ ଅକ୍ସଫାମ ଇଣ୍ଡିଆ ପକ୍ଷରୁ ଏକ ଚାଞ୍ଚଲ୍ୟକର ତଥ୍ୟ ଜାରି କରାଯାଇଥିଲା। ସେଥିରେ ଦର୍ଶାଯାଇଥିଲା ଯେ, ଦେଶର ଧନୀମାନଙ୍କ ସମ୍ପତ୍ତି ବଢ଼ି ଚାଲିଥିବା ବେଳେ ଗିରବ ଲୋକଙ୍କ ସମ୍ପତ୍ତି କମି ଚାଲିଛି। ଦେଶର ମୋଟ ସମ୍ପତ୍ତିର ଅଧାରୁ ଅଧିକ କେବଳ କିଛି ହାତ ଗଣତି ଧନୀ ଲୋକଙ୍କ ପାଖରେ ରହିଛି। ଅନ୍ୟାମାନେ କେବଳ ଜୀବନ ବଞ୍ଚିବାକୁ ସଂଘର୍ଷ କରି ଚାଲିଛନ୍ତି।

୨୧ ଜଣ ଭାରତୀୟ କୋଟିପତିଙ୍କ ପାଖରେ ଯେତିକି ସମ୍ପତ୍ତି ରହିଛି, ତା’ଠାରୁ କମ ସମ୍ପତ୍ତି ୭୦୦ ନିୟୁତ ବା ୭୦ କୋଟି ଭାରତୀୟଙ୍କ ପାଖରେ ଅଛି। ଅକ୍ସଫାମ ଇଣ୍ଡିଆ ପକ୍ଷରୁ ଏପରି ରିପୋର୍ଟ ଦିଆଯାଇଛି। ସେହିପରି ମହାମାରୀ କରୋନା ଦେଶରେ ପ୍ରବେଶ କରିବା ପରଠାରୁ କୋଟିପତିଙ୍କ ସମ୍ପତ୍ତିର ମୂଲ୍ୟ ୧୨୧% ବୃଦ୍ଧି ପାଇଛି। ସେମାନେ ଦୈନିକ ୩,୬୦୮ କୋଟି ଟଙ୍କା ଆୟ କରିଛନ୍ତି।

Advertisment

୨୦୨୧ରେ ମାତ୍ର ୫% ଭାରତୀୟ ଦେଶର ୬୨% ସମ୍ପତ୍ତିର ମାଲିକାନା ନିଜ ପାଖରେ ରଖିଥିଲେ। ଗରିବ ତାଲିକାରେ ଥିବା ୫୦% ଲୋକଙ୍କ ପାଖରେ ମାତ୍ର ୩% ସମ୍ପତ୍ତି ରହିଥିଲା। ଅକ୍ସଫାମ ଇଣ୍ଡିଆ ପକ୍ଷରୁ “Survival of the Richest: The India story” ନାଁରେ ରିପୋର୍ଟ ଜାରି କରାଯାଇଥିଲା।

India