Advertisment

କରୋନା ପାଇଁ ୮ ରାଜ୍ୟକୁ ସତର୍କ କଲା କେନ୍ଦ୍ର

ଗତ ୨୪ ଘଣ୍ଟାରେ ଦେଶରେ ୧୧,୬୯୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

author-image
Jitendra Garnayak
Corona

Corona

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ୮ଟି ରାଜ୍ୟକୁ ସ୍ଥିତି ଉପରେ କଡ଼ା ନଜର ରଖିବାକୁ କହିଛନ୍ତି କେନ୍ଦ୍ର ସରକାର। ଏହି ରାଜ୍ୟଗୁଡ଼ିକ ହେଉଛି- ଉତ୍ତର ପ୍ରଦେଶ, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକା, ହରିଆଣା ଓ ଦିଲ୍ଲୀ।

Advertisment

ଏହି ରାଜ୍ୟଗୁଡ଼ିକର କିଛି ଜିଲ୍ଲାରେ କରୋନା ପଜିଟିଭିଟି ହାର ୧୦% ଉପରେ ରହିଛି। ଉତ୍ତର ପ୍ରଦେଶରେ ଗୋଟିଏ ଜିଲ୍ଲାରେ ପଜିଟିଭିଟି ହାର ୧୦% ଉପରେ ରହିଥିବା ବେଳେ ତାମିଲନାଡୁର ୧୧, ରାଜସ୍ଥାନର ୬, ମହାରାଷ୍ଟ୍ରର ୮, କେରଳର ୧୪, ହରିଆଣାର ୧୨ ଓ ଦିଲ୍ଲୀର ୧୧ଟି ଜିଲ୍ଲାର ପଜିଟିଭିଟି ହାର ୧୦% ଉପରେ ରହିଛି।

ଏହି ୮ ରାଜ୍ୟକୁ ପଠାଇଥିବା ଚିଠିରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଉଲ୍ଲେଖ କରିଛନ୍ତି ଯେ ମହାମାରୀ ସ୍ଥିତି ଶେଷ ହୋଇନାହିଁ। ଆମକୁ ସର୍ତ୍ତକ ରହିବାକୁ ପଡ଼ିବ। କରୋନାରେ ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ବହୁତ କମ୍ ରହିଛି। ସେହିଭଳି କରୋନା ଜନିତ ମୃତ୍ୟୁ ସଂଖ୍ୟା ବି କମ୍ ରହିଛି। କିନ୍ତୁ କିଛି ରାଜ୍ୟ ଓ ଜିଲ୍ଲା ଗୁଡ଼ିକରେ ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ବଢୁଥିବାର ସଙ୍କେତ ମିଳୁଛି। ଏହି ସଂକ୍ରମଣକୁ ପ୍ରାରମ୍ଭିକ ସ୍ତରରେ ନିୟନ୍ତ୍ରଣକୁ ଆଣିବା ଜରୁରୀ। ଜେନମ ସିକ୍ୱେନସିଂ ପାଇଁ ଅଧିକରୁ ଅଧିକ ପିଜିଟିଭ ନମୁନା ପଠାଇବା ପାଇଁ ଏହି ଚିଠିରେ ଏହି ରାଜ୍ୟଗୁଡ଼ିକୁ କୁହାଯାଇଛି।

Advertisment

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ଦେଶରେ ୧୧,୬୯୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଦେଶରେ ଏବେ ଚିକିତ୍ସାଧୀନ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬,୧୭୦କୁ ବୃଦ୍ଧି ପାଇଛି।

Covid19 Corona Cases In India Coronavirus