Advertisment

ଆଉ ରଖି ପାରିବେନି ପିଟ୍‌ ବୁଲ୍‌, ୨୩ ପ୍ରଜାତିର କୁକୁର ଉପରେ ଲାଗିଲା ବ୍ୟାନ୍‌

କେନ୍ଦ୍ର ସରକାର ସମସ୍ତ ରାଜ୍ୟଗୁଡିକୁ ଏହି କୁକୁର ବିକ୍ରି ଓ ପ୍ରଜନନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Dog breed ban

Dog breed ban

Advertisment

ଆଉ ରଖିପାରିବେନି ପିଟ୍‌ ବୁଲ୍‌ କୁକୁର। କେବଳ ପିଟ୍‌ ବୁଲ୍‌ ନୁହନ୍ତି ଆମେରିକାନ ବୁଲ ଡଗ୍‌କୁ ମଧ୍ୟ ଆଉ ଘରେ ପୋଷି ପାରିବେନି। ଏହି କୁକୁରମାନଙ୍କୁ ରଖିବା ଉପରେ ଲାଗିଛି ବ୍ୟାନ୍। କେବଳ ଏହି ଦୁଇଟି ନୁହେଁ ପାଖାପାଖି ୨୩ଟି ପ୍ରଜାତିର କୁକୁର ଉପରେ ବ୍ୟାନ୍‌ ଲଗାଯାଇଛି। ପୋଷା କୁକୁରଙ୍କ ବଢ଼ୁଥିବା ଆକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତ ରାଜ୍ୟଗୁଡିକୁ ଏହି କୁକୁର ବିକ୍ରି ଓ ପ୍ରଜନନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ପିଟ୍‌ବୁଲ୍‌ ଟେରିୟର୍‌, ଆମେରିକାନ୍ ବୁଲଡଗ୍‌, ରାଟବିଲର୍, ଆମେରିକାନ୍‌ ଷ୍ଟେଫର୍ଡଶାୟର୍‌ ଟେରିୟର୍‌, ଫିଲା ବ୍ରାସିଲୋରୀ, ଡୋଗୋ ଅର୍ଜେଣ୍ଟିନୋ, କୋକେସିଅନ୍‌ ସେଫର୍ଡ, ମଧ୍ୟ ଏସିଆୟୀ ସେଫର୍ଡ, ମସ୍କୋ ଗାର୍ଡ ଡଗ୍, ରୋଡେସିଆନ୍‌ ରିଜବ୍ୟାକ୍‌ ଓ ମାଷ୍ଟିଫ୍ସ ସମତେ ୨୩ଟି ହିଂସ୍ରା ପ୍ରଜାତିର କୁକୁର ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ନିର୍ଦ୍ଦେଶ ଜାରି କରାଯାଇଛି।

ବ୍ୟାନ୍‌ ଲଗାଯାଇଥିବା ଏହି କୁକୁରଙ୍କ ମଧ୍ୟରେ ମିସ୍କ ଓ କ୍ରସ୍‌ ବ୍ରିଡିଂ ମଧ୍ୟ ସାମିଲ ଅଛି। ଯାହା ମଣିଷ ପାଇଁ ବିପଦଜ୍ଜନକ। ପଶୁପାଳନ ଏବଂ ଦୁଗ୍ଧ ବିଭାଗ ପକ୍ଷରୁ କୁହାଯାଇଛି ଯେ ତାଙ୍କୁ ନାଗରିକ, ନାଗରିକ ଫୋରମ୍ ଏବଂ ପଶୁ କଲ୍ୟାଣ ସଂଗଠନ ପକ୍ଷରୁ ଏହି ନିଷେଧାଦେଶ ଜାରି କରିବା ପାଇଁ ନିର୍ଦ୍ଦେଶ ମିଳିଛି। ଏହି ହଂସ୍ରା ପ୍ରଜାତିର କୁକୁରମାନଙ୍କୁ ବିକ୍ରି କରିବା, ଯେଉଁମାନଙ୍କ ପାଖରେ ପୂର୍ବରୁ ଏହି ପ୍ରଜାତିର କୁକୁର ଅଛି ସେମାନଙ୍କ ପ୍ରଜନନ ଓ ଅନ୍ୟ ଉଦ୍ଦେଶ୍ୟ ପାଇଁ ରଖାଯିବାକୁ ନେଇ ପ୍ରତିବନ୍ଧକ ଲଗାଯାଇଛି।

Advertisment

ବ୍ୟାନ ହୋଇଥିବା କୁକୁରଗୁଡିକ ହେଲା,  Pitbull Terrier, Tosa Inu, American Staffordshire Terrier, Fila Brasileiro, Dogo Argentino, American Bulldog, Boerboel Kangal, Central Asian Shepherd Dog and Caucasian Shepherd Dog, South Russian Shepherd Dog, Tornjak, Sarplaninac, Japanese Tosa and Akita, Mastiffs, Terriers, Rhodesian Ridgeback, Wolf Dogs, Canario, Akbash Dog, Moscow Guard Dog, Cane Corso and Bandog

PitBull Dog Dog Breed Ban Central Government
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe