Advertisment

ମୋଦିଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରୀ: ଶେୟାର ହୋଇଥିବା ଟ୍ୱିଟ୍‌ଗୁଡ଼ିକୁ ବ୍ଲକ ପାଇଁ କେନ୍ଦ୍ରର ନିର୍ଦ୍ଦେଶ

ବିବିସି ଡକ୍ୟୁମେଣ୍ଟାରୀର ଲିଙ୍କକୁ ସୋଶାଲ ମିଡିଆରୁ ତୁରନ୍ତ ହଟାଇବାକୁ ଟ୍ୱିଟର ଓ ୟୁଟ୍ୟୁବକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର।

Narendra Modi

Narendra Modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୨୦୦୨ ମସିହା ଗୁଜରାଟ ଦଙ୍ଗା ଉପରେ ବିବିସି ତିଆରି କରିଥିବା ଡକ୍ୟୁମେଣ୍ଟାରୀକୁ ନେଇ ଭାରତରେ ହଇଚଇ ସୃଷ୍ଟି ହୋଇଛି। ବିବିସି ଡକ୍ୟୁମେଣ୍ଟାରୀର ଲିଙ୍କକୁ ସୋଶାଲ ମିଡିଆରୁ ତୁରନ୍ତ ହଟାଇବାକୁ ଟ୍ୱିଟର ଓ ୟୁଟ୍ୟୁବକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ଅନେକ ଲୋକ ବିବିସିର ଡକ୍ୟୁମେଣ୍ଟାରୀ ଲିଙ୍କକୁ ଶେୟାର କରିଥିଲେ। ହେଲେ ଏହା ମୋଦିଙ୍କ ଛବିକୁ ମଳିନ କରିବାକୁ ଗୋଟିଏ ଷଡ଼ଯନ୍ତ୍ର ବୋଲି କେନ୍ଦ୍ର ସରକାର କହିଛନ୍ତି। ଏଥିପାଇଁ ସୋଶାଲ ମିଡିଆ କମ୍ପାନୀଗୁଡ଼ିକୁ ଏହାକୁ ତୁରନ୍ତ ବ୍ଲକ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

Advertisment

କେନ୍ଦ୍ରର ନିର୍ଦ୍ଦେଶ ପରେ ଅନେକ ଟ୍ୱିଟର ଆକାଉଣ୍ଟ ଓ ୟଟ୍ୟୁବରେ ରହିଥିବା ବିବିସିର ଡକ୍ୟୁମେଣ୍ଟାରୀ ଲିଙ୍କ ଡିଲିଟ ହୋଇଯାଇଛି। ବିବିସି ପକ୍ଷରୁ India: The Modi Question ନାଁରେ ଡକ୍ୟୁମେଣ୍ଟାରୀ ତିଆରି ହୋଇଥିଲା। ଏଥିରେ ତତ୍କାଳୀ ବ୍ରିଟେନ ସରକାର କରିଥିବା ତଦନ୍ତ ରିପୋର୍ଟକୁ ଉଲ୍ଲେଖ କରାଯାଇଥିଲା। ଏଥିସହ ରିପୋର୍ଟରେ ହିନ୍ଦୁ ମୌଳବାଦୀ ଚିନ୍ତାଧାରାର ସଂଗଠନ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୁଜରାଟ ଦଙ୍ଗା ପାଇଁ ସିଧାସଳଖ ଦାୟୀ କରାଯାଇଥିବା ବିବିସି ତା’ର ଡକ୍ୟୁମେଣ୍ଟାରୀରେ ଦାକି କରିଛି। 

ଏବେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦୁଇ ସୋଶାଲ ମିଡିଆ କମ୍ପାନୀ ଟ୍ୱିଟର ଓ ୟୁଟ୍ୟୁବକୁ ବିବିସି ଜାରି କରିଥିବା ଡକ୍ୟୁମେଣ୍ଟାରୀର ପ୍ରଥମ ଏପିସୋଡ ବ୍ଲକ କରିବାକୁ କହିଛି। ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟରକୁ କୁହାଯାଇଛି ଯେ ୫୦ରୁ ଅଧିକ ଟ୍ୱିଟର ଆକାଉଣ୍ଟରୁ ବିବିସି ତିଆରି କରିଥିବା ଅପପ୍ରଚାର ସମ୍ପର୍କିତ ଡକ୍ୟୁମେଣ୍ଟାରୀକୁ ଶେୟାର କରାଯାଇଛି। ତେଣୁ ଏଗୁଡ଼ିକର ଲିଙ୍କକୁ ବ୍ଲକ କରାଯାଉ।

Advertisment

ବର୍ତ୍ତମାନ ବ୍ରିଟେନର ପ୍ରଧାନମନ୍ତ୍ରୀ ଥିବା ଋଷି ସୁନକ ମଧ୍ୟ ଏହି ଡକ୍ୟୁମେଣ୍ଟାରୀରୁ ନିଜକୁ ଦୂରେଇ ରଖିଛନ୍ତି। ଡକ୍ୟୁମେଣ୍ଟାରୀରେ ତାଙ୍କ ଭାରତ ପ୍ରତିପକ୍ଷଙ୍କ ବିରୋଧରେ କରାଯାଇଥିବା ଦାବି ସହ ସେ ଏକମତ ନୁହନ୍ତି ବୋଲି କହିଛନ୍ତି।

ଟିଏମସି ସାଂସଦ ଡିରେକ ଓବ୍ରାଏନଙ୍କ ଠାରୁ ଆରମ୍ଭ କରି ଅନେକ ବିରୋଧୀ ଦଳ ନେତା ଡକ୍ୟୁମେଣ୍ଟାରୀକୁ ଶେୟାର କରିଥିଲେ। ହେଲେ ଏବେ ଉକ୍ତ ଲିଙ୍କ ଆଉ ଖୋଲୁ ନଥିବା ସେମାନେ ଦାବି କରିଛନ୍ତି।

ଡିରେକ କହିଛନ୍ତି, “ସେନସରଶିପ। ଟ୍ୱିଟର ବିବିସି ଡକ୍ୟୁମେଣ୍ଟାରୀ ଉପରେ ମୁଁ କରିଥିବା ଟ୍ୱିଟକୁ ହଟାଇ ଦେଇଛି। ଏହାକୁ ଲକ୍ଷାଧିକ ଲୋକ ଦେଖିଥିଲେ। ବିବିସିର ଘଣ୍ଟିକିଆ ଡକ୍ୟୁମେଣ୍ଟାରୀ ପ୍ରଧାନମନ୍ତ୍ରୀ କେମିତି ସଂଖ୍ୟାଲଘୁଙ୍କୁ ଘୃଣା କରନ୍ତି, ତା’ର ଅସଲ ଗୁମର ଖୋଲି ଦେଇଛି।”

 ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ Information Technology Rules, 2021 ବଳରେ ଏପରି ନିର୍ଦ୍ଦେଶ ଦେଇଛି। ଏହାକୁ ପାଳନ କରିବାକୁ ମଧ୍ୟ ଟ୍ୱିଟର ଓ ୟୁଟ୍ୟୁବ ରାଜି ହୋଇଥିବା ଜଣାପଡ଼ିଛି।

Narendra Modi BBC Prime Minister Of India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe