ମୋବାଇଲ ନେଟୱର୍କକୁ ନିଜ ନିୟନ୍ତ୍ରଣକୁ ନେଇ ପାରିବେ ସରକାର, ଆସିଲା ବିଲ୍‌

ସଂସଦର ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିବୃତି ବିରୋଧୀ ଦାବି କରୁଥିବା ବେଳେ ସୂଚନା ଓ ଯୋଗାଯୋଗ ମନ୍ତ୍ରୀ ବୈଷ୍ଣବ ଟେଲିକମ୍ୟୁନିକେସନ ବିଲ୍‌ ୨୦୨୩ ଲୋକସଭାରେ ଆଗତ କରିଛନ୍ତି।

Mobile

Representational image

Hemant Lenka
  • Published: Monday, 18 December 2023
  • Updated: 18 December 2023, 03:45 PM IST

Sports

Latest News

ସାଧାରଣ ଲୋକଙ୍କ ସୁରକ୍ଷାକୁ ଆଧାର କରି କେନ୍ଦ୍ର ସରକାର ଚାହିଁଲେ ଯେ କୌଣସି ଟେଲିକମ୍ୟୁନିକେସନ ନେଟୱର୍କକୁ ଅସ୍ଥାୟୀ ଭାବେ ନିଜ ନିୟନ୍ତ୍ରଣକୁ ନେଇ ପାରିବେ। ଜରୁରୀ ପରିସ୍ଥିତି ସମୟରେ ସରକାର ଏପରି କ୍ଷମତାର ଅଧିକାରୀ ହୋଇପାରିବେ। ଆଜି ଲୋକସଭାରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଗତ କରିଥିବା ନୂଆ ଟେଲିକମ ବିଲ୍‌ରେ ଏହି ବ୍ୟବସ୍ଥା ରହିଛି।

ସଂସଦର ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିବୃତି ବିରୋଧୀ ଦାବି କରୁଥିବା ବେଳେ ସୂଚନା ଓ ଯୋଗାଯୋଗ ମନ୍ତ୍ରୀ ବୈଷ୍ଣବ ଟେଲିକମ୍ୟୁନିକେସନ ବିଲ୍‌ ୨୦୨୩ ଲୋକସଭାରେ ଆଗତ କରିଛନ୍ତି।

Also Read

ଆଗତ ହୋଇଥିବା ବିଲରେ କୁହାଯାଇଛି ଯେ ବିପର୍ଯ୍ୟୟ ପରିଚାଳନା କିମ୍ବା ଲୋକଙ୍କ ସୁରକ୍ଷା ଦୃଷ୍ଟି ଭଳି ଜରୁରୀ ପରିସ୍ଥିତି ସମୟରେ କେନ୍ଦ୍ର କିମ୍ବା ରାଜ୍ୟ କିମ୍ବା କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଅଧିକୃତ କର୍ତ୍ତୃପକ୍ଷ ଯେକୌଣସି ମୋବାଇଲ ସେବାର ନେଟୱର୍କକୁ ନିଜ ନିୟନ୍ତ୍ରଣକୁ ନେଇ ପାରିବେ।

ଜାତୀୟ ସୁରକ୍ଷା ନିୟମକୁ ବାଦ ଦେଇ କୌଣସି ମିଡିଆ ବ୍ୟକ୍ତିବିଶେଷଙ୍କ ବାର୍ତ୍ତାକୁ ଯାଞ୍ଚ କରାଯାଇ ପାରିବ ନାହିଁ। ଏହି ନିୟମ ପ୍ରାଧିକୃତ ମିଡିଆ ବ୍ୟକ୍ତିବିଶେଷଙ୍କ ପାଇଁ ଲାଗୁ ହେବ। ତେବେ ସର୍ବସାଧାରଣ ସୁରକ୍ଷା ପାଇଁ ସରକାର ଚାହିଁଲେ ସାଧାରଣ ବ୍ୟକ୍ତିବିଶେଷଙ୍କ ମେସେଜ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇ ପାରିବେ। ସରକାର ଚାହିଁଲେ ଟେଲିକମ୍ୟୁନିକେସନ୍ସ ନେଟୱର୍କକୁ ରଦ୍ଦ କରିପାରିବେ।

ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତା, ପ୍ରତିରକ୍ଷା ଓ ରାଜ୍ୟର ସୁରକ୍ଷା ପାଇଁ କେନ୍ଦ୍ର ସରକାର ଯେକୌଣସି ମେସେଜକୁ ଯାଞ୍ଚ କରିବାର କ୍ଷମତା ପାଇବେ। ନେଟୱର୍କ ପ୍ରଦାନକାରୀ ସଂସ୍ଥା ମଧ୍ୟ ନିଯୁକ୍ତି ପ୍ରାପ୍ତ ଅଧିକୃତ ଅଧିକାରୀଙ୍କୁ ଏ ଦିଗରେ ସବୁ ପ୍ରକାରର ସହାୟତା କରିବେ।

ପ୍ରେବଶ ଫି, ଲାଇସେନ୍ସ ଫି’ ଓ ଜୋରିମାନା ଇତ୍ୟାଦି ହ୍ରାସ କରିବାର କ୍ଷମତା ସରକାରଙ୍କ ପାଖରେ ରହିବ। ସରକାର ଗ୍ରାହକଙ୍କ ସ୍ୱାର୍ଥ ଓ ମାର୍କେଟରେ ଉପଯୁକ୍ତ ପ୍ରତିଯୋଗିତା ଓ ଉପଯୁକ୍ତ ସେବା ପ୍ରଦାନ କରିବା ପାଇଁ ନିଜ ଇଚ୍ଛାରେ ନିଷ୍ପତ୍ତି ନେଇପାରିବେ।

ତେବେ ବେଆଇନ ଭାବେ ମେସେଜକୁ ଯାଞ୍ଚ କରିବା ଘଟଣା ସାମ୍ନାକୁ ଆସିଲେ ଦୋଷୀଙ୍କୁ ୩ ବର୍ଷ ଯାଏ ଜେଲ ଓ ୨ କୋଟି ଟଙ୍କା ଯାଏ ଫାଇନ ଦେବାକୁ ପଡ଼ିବ। ବିଲରେ ଟେଲିକମ ବିବାଦ ସମାଧାନ ଓ ଆଫଲେଟ ଟ୍ରିବ୍ୟୁନାଲ ଗଠନ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି।

ସରକାର ୧୮୮୫ ମସିହାରେ ଲାଗୁ ହୋଇଥିବା ଇଣ୍ଡିଆନ ଟେଲିଗ୍ରାଫ ଆଇନକୁ ବଦଳାଇବା ପାଇଁ ନୂଆ ବିଲ୍‌ ଆଣିଛନ୍ତି। ଏହାବାଦ ୱେୟାରଲେସ ଟେଲିଗ୍ରାଫ ଆକ୍ଟ ୧୯୯୩ ଓ ଟେଲିଗ୍ରାଫ ୱେୟାର୍ସ ଆକ୍ଟ ୧୯୫୦ ମଧ୍ୟ ନୂଆ ବିଲ୍‌ ବଳରେ ଲୋପ ପାଇଯିବ।

ସରକାର କହିଛନ୍ତି ଯେ ଉପରୋକ୍ତ ଆଇନଗୁଡ଼ିକ ବହୁତ ପୁରୁଣା ଓ ୧୩୮ ବର୍ଷ ହେଲା ଭାରତରେ ଏହା ପ୍ରଚଳିତ ରହିଛି। ବର୍ତ୍ତମାନ ବୈଷୟିକ ଜ୍ଞାନକୌଶଳର ବିକାଶ ହୋଇଛି। ତେଣୁ ନୂଆ ଆଇନର ଆବଶ୍ୟକତା ରହିଥିବା ସରକାର ଯୁକ୍ତି ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos