Advertisment

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି

ସୁପ୍ରିମକୋର୍ଟରେ ପାଞ୍ଚଜଣ ନୂତନ ବିଚାରପତିଙ୍କ ନିଯୁକ୍ତିକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି।

author-image
Tapas Behera
ଅଦ୍ୟତନ ହୋଇଛି
undefined

Supreme Court

ସୁପ୍ରିମକୋର୍ଟରେ ପାଞ୍ଚଜଣ ନୂତନ ବିଚାରପତିଙ୍କ ନିଯୁକ୍ତିକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ସେମାନଙ୍କ ମଧ୍ୟରେ ପଙ୍କଜ ମିତଲ (ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି), ସଞ୍ଜୟ କାରୋଲ (ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି), ପି.ଭି ସଞ୍ଜୟ କୁମାର (ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି), ଅହସାନୁଦ୍ଦିନ ଅମାନୁଲ୍ଲା (ପାଟନା ହାଇକୋର୍ଟର ବିଚାରପତି) ଏବଂ ମନୋଜ ମିଶ୍ର (ଆହ୍ଲାବାଦ ହାଇକୋର୍ଟର ବିଚାରପତି) ଅଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ବସିଥିବା କଲେଜିୟମ୍ ଗତ ଡିସେମ୍ବର ୧୩ରେ ୫ ଜଣ ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ପାଇଁ ସୁପାରିଶ କରିଥିଲେ।

Advertisment

ଏହି ପାଞ୍ଚ ଜଣ ବିଚାରପତିଙ୍କ ନାମ ଡିସେମ୍ବର ୧୩ରୁ ସରକାରଙ୍କ ପାଖରେ ବିଚାରାଧୀନ ଥିଲା। ଏହା ବ୍ୟତୀତ କଲେଜିୟମ୍ ମଧ୍ୟ ଗତ ସପ୍ତାହରେ ଆଉ ଦୁଇଟି ନାମ ସୁପାରିଶ କରିଛି । ନବନିଯୁକ୍ତ ସମସ୍ତ ବିଚାରପତି ସୋମବାର ଭାରତର ସିଜେଆଇ ଡି.ୱାଇ. ଚନ୍ଦ୍ରଚୂଡଙ୍କ ଦ୍ୱାରା ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି ।

Supreme Court