Advertisment

IndiGo Flight: ଇଣ୍ଡିଗୋ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ, ସରକାର ଦେଲେ ଏମିତି ନିର୍ଦ୍ଦେଶ

ସପ୍ତାହେ ହେଲା ଅଚଳାବସ୍ଥାର ସମ୍ମୁଖୀନ ହେଉଥିବା ଇଣ୍ଡିଗୋକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ବିମାନ ସଂଖ୍ୟା ୬% ବୃଦ୍ଧି କରିବାର ଅନୁମତି ମିଳିଥିଲା। ହେଲେ ଏବେ ଅପରେସନକୁ ପରିଚାଳନା କରିବାରେ ଇଣ୍ଡିଗୋ ଫେଲ ମାରିବାରୁ ସରକାର ବିମାନ ସଂଖ୍ୟା ୫% ହ୍ରାସ କରିବାକୁ କହିଛନ୍ତି।

author-image
Hemant Lenka
Indigo

ଇଣ୍ଡିଗୋ

ଦେଶର ସବୁଠାରୁ ବଡ଼ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ। ରୋଷ୍ଟର ନିୟମ ଯୋଗୁ ଇଣ୍ଡିଗୋରେ ଅଚାଳବସ୍ଥା ଲାଗି ରହିଥିବାରୁ ସରକାର ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅଚଳାବସ୍ଥା ଯୋଗୁ ଆଜି ଇଣ୍ଡିଗୋ ପୁଣି ୫୦୦ ବିମାନ ବାତିଲ କରିଛି।

Advertisment

ଦିଲ୍ଲୀ(୧୫୨) ଓ ବେଙ୍ଗାଲୁରୁ(୧୨୧) ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ଇଣ୍ଡିଗୋରେ ଦେଖାଯାଇଥିବା ଅଚଳାବସ୍ଥା ଯୋଗୁ ସାଧାରଣ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିଯୋଗୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିମାନ ସଂଖ୍ୟା ୫% ହ୍ରାସ କରିବାକୁ ଇଣ୍ଡିଗୋକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ପରେ ଶୀତକାଳୀନ ବିମାନ ଚଳାଚଳ ୫% ହ୍ରାସ କରିବ ଇଣ୍ତିଗୋ। 

ସପ୍ତାହେ ହେଲା ଅଚଳାବସ୍ଥାର ସମ୍ମୁଖୀନ ହେଉଥିବା ଇଣ୍ଡିଗୋକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ବିମାନ ସଂଖ୍ୟା ୬% ବୃଦ୍ଧି କରିବାର ଅନୁମତି ମିଳିଥିଲା। ହେଲେ ଏବେ ଅପରେସନକୁ ପରିଚାଳନା କରିବାରେ ଇଣ୍ଡିଗୋ ଫେଲ ମାରିବାରୁ ସରକାର ବିମାନ ସଂଖ୍ୟା ୫% ହ୍ରାସ କରିବାକୁ କହିଛନ୍ତି। 

Advertisment

ଦିଲ୍ଲୀ ଓ ବେଙ୍ଗାଲୁରୁ ବ୍ୟତୀତ ଆଜି ଚେନ୍ନାଇ(୮୧), ହାଇଦ୍ରାବାଦ(୫୮), ମୁମ୍ବାଇ(୩୧), ଲକ୍ଷ୍ନୌ(୨୬) ଓ ଅହମଦାବାଦ(୧୬)ରେ ବିମାନ ବାତିଲ କରାଯାଇଛି। ସ୍ଥିତିକୁ ଦେଖି ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ସହ ବୈଠକ ଡକା ଯାଇଛି। ବର୍ତ୍ତମାନ ଇଣ୍ଡିଗୋ ସାମ୍ନା କରୁଥିବା ସ୍ଥିତି ଯେମିତି ପୁଣି ନ ଉପୁଜିବ, ତା’କୁ ନିଶ୍ଚିତ କରିବାକୁ ମନ୍ତ୍ରଣାଳୟ ବୈଠକ ଡାକିଛି।

ମନ୍ତ୍ରଣାଳୟ ପକ୍ଷରୁ ସ୍ଥିତିର ସମୀକ୍ଷା ପାଇଁ ବିଭିନ୍ନ ଏୟାରପୋର୍ଟରେ ୧୦ ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେମାନେ ଆହୁରି ୨ରୁ ୩ ଦିନ ଧରି ସେଠାରେ ରହିବେ। 

ଅନ୍ୟପକ୍ଷରେ ଲୋକସଭାରେ ଆଜି ଇଣ୍ଡିଗୋ(IndiGo Flight) ଉଦ୍ଦେଶ୍ୟରେ କଡ଼ା ବାର୍ତ୍ତା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ। ସେ ନିଶ୍ଚିତ କରିଛନ୍ତି ଯେ ପାଇଲ ଓ କ୍ରୁ ରୋଷ୍ଟରିଂ ନିୟମରେ କୌଣସି ପ୍ରକାରର ବୁଝାମଣା କରାଯାଇ ପାରିବ ନାହିଁ। ନିୟମ ଉଲ୍ଲଙ୍ଘନକାରୀ ଇଣ୍ଡିଗୋ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  

ସେ କହିଛନ୍ତି, “ଇଣ୍ଡିଗୋରେ ଦେଖାଯାଇଥିବା ବିଭ୍ରାଟ ସ୍ଥିର ହେବାରେ ଲାଗିଛି। ଯେତେ ବଡ଼ ହୋଇଥିଲେ ମଧ୍ୟ କୌଣସି ଏୟାରଲାଇନ୍ସ କେବେ ହେଲେ ନିୟମର ଉଲ୍ଲଙ୍ଘନ କରି ଯାତ୍ରୀମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ବାଧ୍ୟ କରିପାରିବ ନାହିଁ। ତା’କୁ କେବେ ହେଲେ ଏପରି କରିବାକୁ ଅନୁମତି ମିଳିପାରିବ ନାହିଁ।”

ଶ୍ରୀ ନାଇଡୁ ଲୋକସଭାରେ ନୂଆ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ଭାରତରେ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, “ବେସାମାରିକ ବିମାନ ଚଳାଚଳର ସୁରକ୍ଷା ସହ କେବେ ହେଲେ ବୁଝାମଣା କରାଯାଇ ପାରିବ ନାହିଁ। ସରକାର ଗୋଟିଏ ସୁଦୃଢ଼ ଓ ପ୍ରତିଯୋଗିତା ମୂଳକ ଆଭିଏସନ ଇକୋସିଷ୍ଟମ ପାଇଁ ପ୍ରତିଶ୍ରୁତିବଦ୍ଧ।” 

IndiGo Flight