Advertisment

IAS ପଦରୁ ପୂଜା ଖେଡକରଙ୍କୁ ବିଦା କଲା କେନ୍ଦ୍ର

ପୂଜା ବେଆଇନ ଭାବେ ଆଇଏଏସ୍‌ ପଦ ହାତେଇଥିବା ଜଣାପଡ଼ିବା ପରେ ପ୍ରଥମେ ୟୁପିଏସ୍‌ସି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

author-image
Hemant Lenka
Puja

Puja

ବିବାଦରେ ଥିବା ଟ୍ରେନ ଅଫିସର ପୂଜା ଖେଡକରଙ୍କୁ କେନ୍ଦ୍ର ସରକାର ତତ୍କାଳ ଭାବେ ଆଇଏଏସ୍‌ ପଦରୁ ବିଦା କରିଛନ୍ତି। ସେ ଓବିସି ଓ ଦିବ୍ୟାଙ୍ଗ ସଂରକ୍ଷଣର ଅପବ୍ୟବହାର କରି ପ୍ରଶାସନିକ ସେବା ପରୀକ୍ଷାରେ ଫାଇଦା ହାସଲ କରିଥିବା ଅଭିଯୋଗ ହୋଇଥିଲା।

Advertisment

ଏହି କାରଣରୁ କେନ୍ଦ୍ର ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେପ୍ଟେମ୍ବର ୬ ତାରିଖରେ ପୂଜାଙ୍କୁ ଆଇଏସ ନିୟମ ୧୯୫୪ର ଧାରା ୧୨ ଅଧୀନରେ କେନ୍ଦ୍ର ସରକାର କାର୍ଯ୍ୟାନ୍ତର ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ତତ୍କାଳ ଭାବେ ଲାଗୁ ହୋଇଥିବା ମଧ୍ୟ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।

ପୂଜା ବେଆଇନ ଭାବେ ଆଇଏଏସ୍‌ ପଦ ହାତେଇଥିବା ଜଣାପଡ଼ିବା ପରେ ପ୍ରଥମେ ୟୁପିଏସ୍‌ସି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଜୁଲାଇ ୩୧ରେ ୟୁପିଏସସି ପୂଜା ଖେଡକରଙ୍କ ପ୍ରୋଭିଜନାଲ ପ୍ରାର୍ଥିତ୍ୱକୁ ବାତିଲ କରିଥିଲା ଓ ତାଙ୍କୁ ଭବିଷ୍ୟତରେ ପ୍ରଶାସନିକ ସେବାର ପରୀକ୍ଷା ଦେବାରୁ ବଞ୍ଚିତ କରିଥିଲା।

Advertisment

ପୂଜା ଖେଡକର ପ୍ରଶାସନିକ ସେବା ପରୀକ୍ଷା ନିୟମ ୨୦୨୨କୁ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ସେ ନିଜର ନକଲି ପରିଚୟ ଦେଇ ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି।

ପୂଜାଙ୍କ ପ୍ରାର୍ଥିତ୍ୱକୁ ବାତିଲ କରିବା ସହ ତାଙ୍କ ବିରୋଧରେ ୟୁପିଏସ୍‌ସି ଅପରାଧିକ ମାମଲା ଚାଲୁ କରିଛି। ସେ ଠକେଇ, ଧୋକା ଓ ହେରଫେର କରିଥିବା ଅଭିଯୋଗ ହୋଇଛି। ୟୁପିଏସସିର ଏହି ନିଷ୍ପତ୍ତିକୁ ପୂଜା ଦିଲ୍ଲା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତାଙ୍କ ପ୍ରାର୍ଥିତ୍ୱକୁ ବାତିଲ କରିବାର ଅଧିକାର ୟୁପିଏସ୍‌ସିର ନାହିଁ ବୋଲି ସେ କହିଥିଲେ।

ପୂଜା ଦିଲ୍ଲୀ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରି କହିଥିଲେ ଯେ ଥରେ ଚୟନ ହେବା ପରେ ଓ ଜଣେ ଟ୍ରେନ ଆଇଏଏସ୍‌ ଭାବେ ନିଯୁକ୍ତି ମିଳିବା ପରେ ୟୁପିଏସସି ଅଯୋଗ୍ୟ ବିବେଚନା କରିବାକୁ କ୍ଷମତା ହରାଇଥାଏ।

ଅଯୋଗ୍ୟ ବିବେଚନା କରିବାର କୌଣସି ଅଧିକାର ୟୁପିଏସସିର ନାହିଁ। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ହିଁ ଏକମାତ୍ର ସଂସ୍ଥା ଭାବେ ସର୍ବ ଭାରତୀୟ ସେବା ଆଇନ ୧୯୫୪ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇ ପାରିବ। ଏହି ବ୍ୟବସ୍ଥା ଟ୍ରେନି ଆଇଏଏସ୍‌ଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହୋଇଥାଏ ବୋଲି ପୂଜା କହିଥିଲେ। ଏହାକୁ ଆଧାର କରି ସମ୍ଭବତଃ କେନ୍ଦ୍ର ସରକାର ଶୁକ୍ରବାର ପୂଜାଙ୍କୁ ଆଇଏଏସ୍‌ ପଦରୁ ନିଷ୍କାସିତ କରିଛନ୍ତି।

୨୦୨୩ ବ୍ୟାଚ୍‌ର ଆଇଏଏସ୍‌ ପୂଜାଙ୍କୁ ପୁଣେରେ ଟ୍ରେନି ଅଧିକାରୀ ଭାବେ ନିଯୁକ୍ତି ମିଳିଥିଲା। ତେବେ ସେ କ୍ଷମତାର ଅପବ୍ୟହାର କରିଥିବା ଅଭିଯୋଗ ଆସିଥିବା ପରେ ତାଙ୍କୁ ୱାସିମଙ୍କୁ ବଦଳି କରାଯାଇଥିଲା। ପରେ ସେ ନିଜ ନାଁ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରମାଣପତ୍ରରେ ଜାଲିଆତି କରିଥିବା ଅଭିଯୋଗ ଆସିଥିଲା।

Puja Khedkar IAS Puja Khedkar