Advertisment

ନାଗାଲ୍ୟାଣ୍ଡରେ AFSPA ୬ ମାସ ବୃଦ୍ଧି କଲେ କେନ୍ଦ୍ର ସରକାର

କେତେକ ସ୍ଥାନକୁ ଅଶାନ୍ତ ଅଞ୍ଚଳ ଭାବେ ଘୋଷଣା କରି AFSPA ବଢାଇଛନ୍ତି ସରକାର।

author-image
Debibandita Barick
ଅଦ୍ୟତନ ହୋଇଛି
File Photo

File Photo

ନାଗାଲ୍ୟାଣ୍ଡରେ ବିଭିନ୍ନ ଜିଲ୍ଲାରେ ବଢିଲା AFSPA (Armed Forces Special Powers Act) ବା ସଶସ୍ତ୍ର ବାହିନୀକୁ ଦିଆଯାଇଥିବା ସ୍ୱତନ୍ତ୍ର କ୍ଷମତା। ଆଉ ୬ ମାସ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର କ୍ଷମତାକୁ ବୃଦ୍ଧି କରିଛନ୍ତି ସରକାର।

Advertisment

ସୂଚନା ଅନୁସାରେ, କେନ୍ଦ୍ର ସରକାର ନାଗାଲ୍ୟାଣ୍ଡର ବିଭିନ୍ନ ଜିଲ୍ଲା ପାଇଁ ଏହି ନିୟମକୁ ବୃଦ୍ଧି କରିଛନ୍ତି। ରାଜ୍ୟର ୮ ଜିଲ୍ଲା ଓ ଆଉ ୫ ଜିଲ୍ଲାର ୨୦ଟି ପୁଲିସ ଷ୍ଟେସନ ଅଞ୍ଚଳରେ AFSPA ବୃଦ୍ଧି କରାଯାଇଛି। ଏହିସବୁ ସ୍ଥାନକୁ ଅଶାନ୍ତ ଅଞ୍ଚଳ ଭାବେ ଘୋଷଣା କରି AFSPA ବଢାଇଛନ୍ତି ସରକାର।

ଆସନ୍ତା ଏପ୍ରିଲ ୧ ତାରିଖରୁ ସେପ୍ଟେମ୍ବର ୩୦, ୨୦୨୪ ପର୍ଯ୍ୟନ୍ତ ଏହି ନିୟମ ଜାରି ରହିବ। ଗତ ବର୍ଷ ଗୃହ ମନ୍ତ୍ରଣାଳୟ ଅରୁଣାଚଳ ପ୍ରଦେଶ ଏବଂ ନାଗାଲ୍ୟାଣ୍ଡର ନିର୍ଦ୍ଦିଷ୍ଟ ଅଞ୍ଚଳରେ AFSPAକୁ ଅତିରିକ୍ତ ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା। ଏହାପରେ ପୁନର୍ବାର ନାଗାଲ୍ୟାଣ୍ଡର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ AFSPA ବୃଦ୍ଧି କରାଯାଇଛି। 

Advertisment

AFSPA କ'ଣ?
ଏହା ସଶସ୍ତ୍ର ବାହିନୀର ସୁରକ୍ଷାକର୍ମୀଙ୍କୁ ସ୍ୱତନ୍ତ୍ର କ୍ଷମତା ଦେଇଥାଏ। ଏହି କ୍ଷମତା ଆଧାରରେ ନିୟମ ଲାଗୁ ହୋଇଥିବା ଅଞ୍ଚଳରେ ସେମାନେ ହିଂସା, ଗଣ୍ଡଗୋଳ କିମ୍ବା ବିକ୍ଷୋଭ ଭଳି ସ୍ଥାନରେ ଗିରଫ ଏବଂ ଫାୟାରିଂ କରିପାରିବେ। ସଶସ୍ତ୍ର ବାହିନୀର କାର୍ଯ୍ୟକଳାପକୁ ସୁଗମ କରିବା ପାଇଁ AFSPA ଅଧୀନରେ କୌଣସି ଜିଲ୍ଲା କିମ୍ବା ଅଞ୍ଚଳକୁ ସୂଚିତ କରାଯାଏ। ସେହି ସବୁ ନିର୍ଦ୍ଦିଷ୍ଟ ଅଞ୍ଚଳରେ ନିୟୋଜିତ ସୁରକ୍ଷାକର୍ମୀଙ୍କୁ ସ୍ୱତନ୍ତ୍ର କ୍ଷମତା ଦିଆଯାଏ।  

Nagaland AFSPA