ନାଗାଲ୍ୟାଣ୍ଡରେ ବିଭିନ୍ନ ଜିଲ୍ଲାରେ ବଢିଲା AFSPA (Armed Forces Special Powers Act) ବା ସଶସ୍ତ୍ର ବାହିନୀକୁ ଦିଆଯାଇଥିବା ସ୍ୱତନ୍ତ୍ର କ୍ଷମତା। ଆଉ ୬ ମାସ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର କ୍ଷମତାକୁ ବୃଦ୍ଧି କରିଛନ୍ତି ସରକାର।
ସୂଚନା ଅନୁସାରେ, କେନ୍ଦ୍ର ସରକାର ନାଗାଲ୍ୟାଣ୍ଡର ବିଭିନ୍ନ ଜିଲ୍ଲା ପାଇଁ ଏହି ନିୟମକୁ ବୃଦ୍ଧି କରିଛନ୍ତି। ରାଜ୍ୟର ୮ ଜିଲ୍ଲା ଓ ଆଉ ୫ ଜିଲ୍ଲାର ୨୦ଟି ପୁଲିସ ଷ୍ଟେସନ ଅଞ୍ଚଳରେ AFSPA ବୃଦ୍ଧି କରାଯାଇଛି। ଏହିସବୁ ସ୍ଥାନକୁ ଅଶାନ୍ତ ଅଞ୍ଚଳ ଭାବେ ଘୋଷଣା କରି AFSPA ବଢାଇଛନ୍ତି ସରକାର।
ଆସନ୍ତା ଏପ୍ରିଲ ୧ ତାରିଖରୁ ସେପ୍ଟେମ୍ବର ୩୦, ୨୦୨୪ ପର୍ଯ୍ୟନ୍ତ ଏହି ନିୟମ ଜାରି ରହିବ। ଗତ ବର୍ଷ ଗୃହ ମନ୍ତ୍ରଣାଳୟ ଅରୁଣାଚଳ ପ୍ରଦେଶ ଏବଂ ନାଗାଲ୍ୟାଣ୍ଡର ନିର୍ଦ୍ଦିଷ୍ଟ ଅଞ୍ଚଳରେ AFSPAକୁ ଅତିରିକ୍ତ ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା। ଏହାପରେ ପୁନର୍ବାର ନାଗାଲ୍ୟାଣ୍ଡର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ AFSPA ବୃଦ୍ଧି କରାଯାଇଛି।
AFSPA କ'ଣ?