Advertisment

ସିମି ଉପରେ ଲାଗିଥିବା ବ୍ୟାନ୍‌ ଆଉ ୫ ବର୍ଷ ବଢ଼ିଲା

ଆତଙ୍କବାଦ, ଶାନ୍ତି ଭଙ୍ଗ ଓ ବିଦ୍ୱେଷ ସୃଷ୍ଟି କରିବା ଭଳି କାମରେ ସିମି ସାମିଲ ଥିବା ଜଣାପଡ଼ିଛି। ଭାରତର ସାର୍ବଭୌମତ୍ୱ, ସୁରକ୍ଷା ଓ ଅଖଣ୍ଡତା ପ୍ରତି ସିମି ବିପଦ ସୃଷ୍ଟି କରିଛି ବୋଲି ମନ୍ତ୍ରଣାଳୟ କହିଛି।

SIMI

SIMI

Advertisment

ଆତଙ୍କବାଦୀ ସଂଗଠନ ସିମି ଉପରେ ଲାଗିଥିବା ବ୍ୟାନ୍‌କୁ ଆଜି କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ସିମି ଗୋଟିଏ ବେଆଇନ ସଂଗଠନ ହୋଇଥିବାରୁ ଏହା ଉପରେ ଲାଗିଥିବା ବ୍ୟାନ ଆଉ ୫ ବର୍ଷ ବଢ଼ିଛି। କଠୋର ୟୁଏପିଏ ବଳରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବ୍ୟାନ ଅବଧି ବୃଦ୍ଧି କରିଛି।

Advertisment

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତିରେ ଷ୍ଟୁଡେଣ୍ଟସ ଇସଲାମିକ ମୁଭମେଣ୍ଟ ଅଫ ଇଣ୍ଡିଆ(ସିମି)କୁ ଗୋଟିଏ ବେଆଇନ ସଂଗଠନ ଭାବେ ଘୋଷଣା କରି ବ୍ୟାନ ଅବଧିକୁ ଆଉ ୫ ବର୍ଷ ବୃଦ୍ଧି କରାଯାଉଛି।

ୟୁଏପିଏ ବଳରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆତଙ୍କବାଦ, ଶାନ୍ତି ଭଙ୍ଗ ଓ ବିଦ୍ୱେଷ ସୃଷ୍ଟି କରିବା ଭଳି କାମରେ ସିମି ସାମିଲ ଥିବା ଜଣାପଡ଼ିଛି। ଭାରତର ସାର୍ବଭୌମତ୍ୱ, ସୁରକ୍ଷା ଓ ଅଖଣ୍ଡତା ପ୍ରତି ସିମି ବିପଦ ସୃଷ୍ଟି କରିଛି ବୋଲି ମନ୍ତ୍ରଣାଳୟ କହିଛି।

Advertisment

ଭାରତରେ ଏକାଧିକ ଆତଙ୍କବାଦ କାର୍ଯ୍ୟକଳାପରେ ସିମି ସାମିଲ ରହିଛି। ଏଥିପାଇଁ ୨୦୦୧ ସେପ୍ଟେମ୍ବର ୨୬ରେ ଭାରତ ସରକାର ସିମି ସଂଗଠନକୁ ବ୍ୟାନ କରିଥିଲେ। ଏହାପରେ ୨୦୧୪ ଓ ୨୦୧୯ରେ ସିମି ଉପରେ ଲାଗିଥିବା ବ୍ୟାନକୁ ଆଉ ୫ ବର୍ଷ ଲେଖାଏ ବୃଦ୍ଧି କରାଯାଇଥିଲା। ଏବେ ପୁଣି ବ୍ୟାନ ଅବଧିକୁ ଆଉ ୫ ବର୍ଷ ବଢ଼ା ଯାଇଛି।

ସିମି ସଂଗଠନର ସଦସ୍ୟମାନେ ୨୦୧୪ ଭୋପାଲ ଜେଲ ଭଙ୍ଗା ଘଟଣା, ୨୦୧୪ ବେଙ୍ଗାଲୁରୁରେ ଚିନ୍ନାସ୍ୱାମୀ ଷ୍ଟାଡିୟମ ବିସ୍ଫୋରଣ ଘଟଣା ଓ ୨୦୧୭ ଗୟା ବିସ୍ଫୋରଣ ଘଟଣାରେ ସାମିଲ ରହିଥିଲେ।

୧୯୭୭ରେ Western Illinois Universityର ସାମ୍ବାଦିକତା ଓ ଲୋକସମ୍ପର୍କ ବିଭାଗର ପ୍ରଫେସର ମହମ୍ମଦ ଅହମୁଦ୍ଦୁଲ୍ଲା ସିଦ୍ଦିକୀ ସିମି ସଂଗଠନ ଗଠନ କରିଥିଲେ। ଇସଲାମିକ ଆତଙ୍କବାଦର ପ୍ରଚାର କରିବା ସହ ଭାରତକୁ ଗୋଟିଏ ଇସଲାମିକ ଦେଶରେ ପରିଣତ କରିବା ଏହାର ଲକ୍ଷ୍ୟ ରହିଥିଲା।

Terrorist SIMI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe