Advertisment

ଆଧାର ନମ୍ବର ସହ ଭୋଟର ଆଇଡି କାର୍ଡ଼ ଲିଙ୍କ ଅବଧି ବଢ଼ିଲା

ଶେଷଥର ପାଇଁ ଆଧାର ନମ୍ବର ସହ ଭୋଟର ଆଇଡି ଲିଙ୍କର ଶେଷ ତାରିଖ ୨୦୨୩ ଏପ୍ରିଲ ୧ ତାରିଖ ଥିଲା।

author-image
Tapas Behera
Vote

Vote

ଆଧାର ନମ୍ବର ସହ ଭୋଟର ଆଇଡି କାର୍ଡ଼ ଲିଙ୍କର ଅବଧିକୁ କେନ୍ଦ୍ର ସରକାର ୩୧ ମାର୍ଚ୍ଚ ୨୦୨୪କୁ ବୃଦ୍ଧି କରିଛନ୍ତି। ଶେଷଥର ପାଇଁ ଆଧାର ନମ୍ବର ସହ ଭୋଟର ଆଇଡି ଲିଙ୍କର ଶେଷ ତାରିଖ ୨୦୨୩ ଏପ୍ରିଲ ୧ ତାରିଖ ଥିଲା। ତେବେ ପରବର୍ତ୍ତୀ ତାରିଖ ସମ୍ପର୍କରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି। ନୂଆ ନିୟମ ଅନୁଯାୟୀ, ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଥିବା ଫର୍ମଗୁଡ଼ିକରେ କେତେକ ସଂଶୋଧନ କରାଯାଇଛି । ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ କେବଳ ଫର୍ମ ନଂ-୬ରେ ଆବେଦନ କରାଯିବ । ପ୍ରବାସୀ ଭାରତୀୟ ନାଗରିକମାନେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଫର୍ମ ନଂ-୬କରେ ଆବେଦନ କରିବେ ।

Advertisment

ଫର୍ମ ନଂ-୭ ଦ୍ୱାରା ଭୋଟର ତାଲିକାରୁ ନାମ ବାଦ୍‌ ଦେବା ଓ ଏହାସହ ମୃତ୍ୟୁ ପ୍ରମାଣପତ୍ର ସଂଲଗ୍ନ କରାଯାଇ ପାରିବ । ସେହିପରି ଫର୍ମ ନଂ-୮ରେ ନିର୍ବଚାନ ମଣ୍ଡଳୀ ମଧ୍ୟରେ କିମ୍ବା ବାହାରକୁ ବା‌ସସ୍ଥାନ ସ୍ଥାନାନ୍ତରଣ ନିମନ୍ତେ ଆବେଦନ କରିବା, ଭୋଟର ତାଲିକାରେ ଥିବା ବିବରଣୀଗୁଡ଼ିକର ସଂଶୋଧନ, ଭୋଟର ପରିଚୟପତ୍ର ବଦଳ କରିବା ଏବଂ ଦିବ୍ୟାଙ୍ଗ ଭୋଟରଙ୍କୁ ଚିହ୍ନଟ କରିବା ନିମନ୍ତେ ଆବେଦନ କରାଯାଇପାରିବ । ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଭୋଟର ଏବଂ ଭୋଟର ତାଲିକା‌ରେ ନାମ ପଞ୍ଜୀକରଣ କରିବାକୁ ଥିବା ଭୋଟରମାନେ ସ୍ୱେଚ୍ଛାକୃତ ଭାବେ ଆଧାର ବିବରଣୀ ପ୍ରଦାନ କରିପାରିବେ ।

ଏଥିପାଇଁ ଅନଲାଇନ୍‌ରେ ବି ଆବେଦନ କରିହେବ । ଭୋଟରମାନେ ଅନଲାଇନ୍‌ରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ, ଗରୁଡ଼, ଏନ୍‌ଭିଏସ୍‌ପି, ଭିଏଚ୍‌ଏ, ଭୋଟର ପୋର୍ଟାଲ ଆଦି ୱେବସାଇଟ‌ ମାଧ୍ୟମରେ ଆଧାର ନମ୍ବର ସଂଯୋଗ କରିପାରିବେ।

Advertisment