Advertisment

ଡିପ୍‌ ଫେକ୍‌ ପ୍ଲାଟ୍‌ଫର୍ମ ଉପରେ ଲାଗିବ ଜରିମାନା! କେନ୍ଦ୍ର ଆଣୁଛି ନୂଆ ନିୟମ

ଡିପ୍‌ ଫେକ୍‌କୁ ନେଇ ବିବାଦ ବଢ଼ିବା ପରେ ଆକ୍ଟିଭ ମୁଡ୍‌ରେ କେନ୍ଦ୍ର ସରକାର।

author-image
Madhupriya Mistry
ଅଦ୍ୟତନ ହୋଇଛି
Deep Fake

Deep Fake

ଡିପ୍ ଫେକ୍ ରୋକିବାକୁ ଆସିବ ନୂଆ ନିୟମ। ଏହି ନିୟମ ଆଣିବେ କେନ୍ଦ୍ର ସରକାର। ଡିପ୍‌ ଫେକ୍‌କୁ ନେଇ ବିବାଦ ବଢ଼ିବା ପରେ ଆକ୍ଟିଭ ମୁଡ୍‌ରେ ଅଛନ୍ତି କେନ୍ଦ୍ର ସରକାର। ଏନେଇ ଆଜି ସୋସିଆଲ ମିଡିଆ କମ୍ପାନୀ, ନାସକମ୍, ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ ବିଶେଷଜ୍ଞଙ୍କୁ ନେଇ ଖୁବ ଶୀଘ୍ର ଚିଠା ନିୟମ ପ୍ରସ୍ତୁତ ହେବ ବୋଲି କହିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Advertisment

ଡିପ୍ ଫେକ୍ କୁ ନେଇ ଆଜି ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ସହିତ କେନ୍ଦ୍ର ସରକାରଙ୍କ ବୈଠକ ହୋଇଛି। ଏଥିରେ ଚାରି ସୂତ୍ରୀ ଉପରେ ଫୋକସ୍ ଦିଆଯାଇଛି। ଡିପ୍ ଫେକ୍ ଡିଟେକସନ, ରିପୋର୍ଟିଂ, ପ୍ରିଭେନସନ୍ ଓ ସଚେତନତା ଉପରେ ଦିଆଯାଇଛି ଗୁରୁତ୍ୱ। ଏଥିସହ ଡିପ୍‌ ଫେକ୍ ନିୟମ ଆସିବା ପରେ ଭିଡିଓ ତିଆରି କରୁଥିବା ବ୍ୟକ୍ତି ଓ ହୋଷ୍ଟ କରୁଥିବା ପ୍ଲାଟ୍‌ଫମ୍‌ ଉପରେ ଜରିମାନା ଲାଗିପାରେ ବୋଲି ସୂଚନା ମିଳିଛି।

ଆଜି ବସିଥିବା ବୈଠକରେ ଗୁଗୁଲ, ଫେସ୍‌ବୁକ୍‌, ୟୁଟ୍ୟୁବ୍‌ ସମେତ ବିଭିନ୍ନ ଅନ୍‌ଲାଇନ୍‌ ପ୍ଲାଟଫର୍ମ ଉପସ୍ଥିତ ଥିଲେ। ଗଣତନ୍ତ୍ର ପାଇଁ ଡିପ୍‌ ଫେକ୍ ଏକ ନୂଆ ବିପଦ। ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସରକାର ଅନୁଭବ କରୁଛନ୍ତି। କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏହି ବିଷୟରେ ନିୟମ ସ୍ଥିର କରିବେ। ଏହା ବିରୁଦ୍ଧରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଅତ୍ୟନ୍ତ ଜରୁରୀ ବୋଲି ଆଜି ବୈଠକରେ କେନ୍ଦ୍ର ଆଇଟି ମନ୍ତ୍ରୀ କହିଛନ୍ତି। ଆଜି ନିଆଯାଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଆମେ ଡିସେମ୍ବର ପ୍ରଥମ ସପ୍ତାହରେ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ସହିତ ଦ୍ୱିତୀୟ ରାଉଣ୍ଡ ବୈଠକ ହେବ। ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Advertisment

କିଛି ଦିନ ତଳେ ଅଭିନେତ୍ରୀ ରଶ୍ମୀକା ମାନ୍ଦନା, ସାରା ତେନ୍ଦୁଲକର, କାଜୋଲ, କ୍ୟାଟ୍ରିନା କୈଫଙ୍କ ଭିଜୁଆଲକୁ ନେଇ ଡିପ୍ ଫେକ୍ କରାଯାଇଥିଲା। ଏହାକୁ ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇଥିଲା। ଏହାକୁ ରୋକିବାକୁ ନିୟମ ଦରକାର ବୋଲି ବିଭିନ୍ନ ମହଲରେ ଦାବି ଉଠିଥିଲା।

Ashwini Vaishnav Deep Fake