Advertisment

ବିଲକିସ୍‌ ବାନୋଙ୍କ ଦୁଷ୍କର୍ମକାରୀଙ୍କୁ କାହିଁକି ଛାଡ଼ିଛନ୍ତି ସରକାର? କାଗଜ ଦେଖାଇବାକୁ ରାଜି ହେଲେ

ଏହି ଭୟଙ୍କର ଘଟଣା ପାଇଁ ଆଜୀବନ ଜେଲଦଣ୍ଡ ପାଇ ଥିବା ୧୧ ଜଣଙ୍କୁ ଗୁଜରାଟ ସରକାର ସ୍ୱତନ୍ତ୍ର କ୍ଷମାନୀତି ବଳରେ ଗତବର୍ଷ ଅଗଷ୍ଟ ୧୫ରେ ଜେଲରୁ ଖଲାସ କରି ଦେଇଥିଲେ।

Bilkis Bano

Bilkis Bano

Advertisment

ବହୁଚର୍ଚ୍ଚିତ ୨୦୦୨ ମସିହା ଗୁଜରାଟ ଦଙ୍ଗା ବେଳେ ଦୁଷ୍କର୍ମର ଶିକାର ହୋଇଥିବା ବିଲକିସ୍‌ ବାନୋଙ୍କ ୧୧ ଦୁଷ୍କର୍ମକାରୀଙ୍କୁ କେଉଁ ପରିସ୍ଥିତିରେ ସରକାର ଜେଲରୁ ଖଲାସ କରିଥିଲେ? ଏ ସମ୍ପର୍କିତ ସମସ୍ତ ଦସ୍ତାବିଜ୍‌ ସୁପ୍ରିମକୋର୍ଟଙ୍କୁ ଦେଖାଇବାକୁ ଗୁଜରାଟ ଓ କେନ୍ଦ୍ର ସରକାର ରାଜି ହୋଇଛନ୍ତି। ଦଙ୍ଗା ବେଳେ ବିଲକିସ୍‌ଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ବେଳେ ତାଙ୍କ ପରିବାରର ଅନେକ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା।

Advertisment

ଏହି ଭୟଙ୍କର ଘଟଣା ପାଇଁ ଆଜୀବନ ଜେଲଦଣ୍ଡ ପାଇ ଥିବା ୧୧ ଜଣଙ୍କୁ ଗୁଜରାଟ ସରକାର ସ୍ୱତନ୍ତ୍ର କ୍ଷମାନୀତି ବଳରେ ଗତବର୍ଷ ଅଗଷ୍ଟ ୧୫ରେ ଜେଲରୁ ଖଲାସ କରି ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ପ୍ରଥମେ ଶୁଣାଣି ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱତନ୍ତ୍ର କ୍ଷମା ସଂକ୍ରାନ୍ତ ଫାଇଲ ଦେଖାଇବେ ନାହିଁ ବୋଲି କହିଥିଲେ। ଏହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ଆଜି ଉଭୟ କେନ୍ଦ୍ର ଓ ଗୁଜରାଟ ସରକାର କ୍ଷମା ନୀତି ସଂକ୍ରାନ୍ତ ଫାଇଲ ଦେଖାଇବାକୁ ରାଜି ହୋଇଛନ୍ତି।

ଏବେ ମାମାଲର ପରବର୍ତ୍ତୀ ଶୁଣାଣି ଜୁଲାଇ ଦ୍ୱିତୀୟ ସପ୍ତାହ ପରେ ହେବ। ତେବେ ସୁପ୍ରିମକୋର୍ଟ ମେ’ ୯ ତାରିଖରେ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିବେ। ଏହାଦ୍ୱାରା ଗ୍ରୀଷ୍ମ ଅବକାଶ ପରେ କେଉଁ ତାରିଖରେ ଏହାର ଶୁଣାଣି ହେବ, ତା’ହାକୁ ନିଶ୍ଚିତ କରାଯାଇ ପାରିବ। ସେହିପରି ଶୁଣାଣି ପାଇଁ ନୂଆ ବେଞ୍ଚ ମଧ୍ୟ ଗଠନ କରାଯିବ।

Advertisment

ସୁପ୍ରିମକୋର୍ଟ ମାର୍ଚ୍ଚ ୨୭ରେ ଏହାର ଶୁଣାଣି କରି ଗୁଜରାଟ ସରକାର ଓ କେନ୍ଦ୍ର ସରକାରଙ୍କୁ ଦଣ୍ଡାଦେଶକୁ କ୍ଷମା କରିବା ପାଇଁ ବ୍ୟବହାର ହୋଇଥିବା ଫାଇଲକୁ ଦେଖାଇବାକୁ କହିଥିଲେ। ଜଷ୍ଟିସ କେଏମ ଯୋଶେଫ ଓ ଜଷ୍ଟିସ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ ଗୁଜରାଟଙ୍କ ସରକାରଙ୍କୁ ସମାଲୋଚନା କରି କ୍ଷମା ପ୍ରଦାନ ଉପରେ ପ୍ରଶ୍ନ ଉଠାଇଥିଲେ।

ଅପରାଧ ଅତ୍ୟନ୍ତ ଗମ୍ଭୀର ହୋଇଥିବାରୁ ସରକାର ଏହା ଉପରେ ଚିନ୍ତା କରିବାର ଥିଲା। ସୁପ୍ରିମକୋର୍ଟ କହିଥିଲେ “ଜଣେ ଗର୍ଭବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ଓ ଅନେକ ଲୋକଙ୍କୁ ହତ୍ୟା କରାଯାଇଥିଲା। ଆପଣ କେବେ ହେଲେ ପୀଡ଼ିତାଙ୍କ ମାମଲାକୁ କେବଳ ସାଧାରଣ ୩୦୨(ହତ୍ୟା) ଧାରା ଅନୁସାରେ ବିଚାର କରିପାରିବେ ନାହିଁ।

କମଳାକୁ ଯେମିତି ସେଓ ସହିତ ତୁଳନା କରାଯାଇ ପାରିବ ନାହିଁ, ଠିକ୍‌ ସେହିପରି ନରସଂହାରକୁ ଗୋଟିଏ ହତ୍ୟା ମାମଲା ସହ ତୁଳନା କରାଯାଇ ପାରିବ ନାହିଁ। ଅପରାଧ ସାଧାରଣତଃ ସମାଜ ଓ ସଂପ୍ରଦାୟ ବିରୋଧରେ କରାଯାଇଛି। ଅସାଧାରଣ ଘଟଣାକୁ ସାଧାରଣ ଭେବେ ବିଚାର କରାଯାଇ ପାରିବ ନାହିଁ।

ସରକାର ନିଜର ଚିନ୍ତାଧାରାକୁ ବିଚାର କରିଛନ୍ତି ଓ କ’ଣ ସବୁ ତଥ୍ୟକୁ ଆଧାର କରି କ୍ଷମା ଦିଆଯାଇଛି, ତା’ ଉପରେ ପ୍ରଶ୍ନ ଉଠିଛି। ଆଜି ବିଲକିସ୍‌ କିନ୍ତୁ ଆସନ୍ତାକାଲି ଆଉ କିଏ ହୋଇପାରନ୍ତି। ଆପଣ କିମ୍ବା ମୁଁ ହୋଇପାରନ୍ତି। ଯଦି ଆପଣ କ୍ଷମା ପ୍ରଦାନର କାରଣ ନ କହିବେ, ତା’ହେଲେ ଆମେ ଆମର ନିଷ୍ପତ୍ତି ନେବୁ।”

Supreme Court Bilkis Bano
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe