Advertisment

କୋ-ୱିନରେ ଥିବା ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍! ତଦନ୍ତ ଆରମ୍ଭ କଲେ ଭାରତ ସରକାର

ସୋଶାଲ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମରେ ଏହା ଲିକ ହୋଇଥିବା ଅଭିଯୋଗ ହେବା ପରେ ହଇଚଇ ସୃଷ୍ଟି ହୋଇଛି।

author-image
Hemant Lenka
Co-Win

Co-Win

ମହାମାରୀ କରୋନା ବେଳେ ତିଆରି କରାଯାଇଥିବା କୋ-ୱିନ ଆପ୍‌କୁ ନେଇ ବିବାଦ। କରୋନା ସମ୍ପର୍କରେ ତଥ୍ୟ ଓ ଟିକା ପାଇଁ କୋ-ୱିନ ଆପ୍‌ରେ ଲୋକମାନେ ପଞ୍ଜୀକରଣ କରିଥିଲେ। ତେବେ ଏଥିରେ ପଞ୍ଜୀକରଣ କରିଥିବା ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌ ହୋଇଥିବା ଅଭିଯୋଗ ହୋଇଛି।

Advertisment

ସୋଶାଲ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମରେ ଏହା ଲିକ ହୋଇଥିବା ଅଭିଯୋଗ ହେବା ପରେ ହଇଚଇ ସୃଷ୍ଟି ହୋଇଛି। ସରକାର ଏହାକୁ ଖଣ୍ଡନ କରିଥିଲେ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଗୋଟିଏ ରିପୋର୍ଟରେ ଦାବି କରାଯାଇଛି ଯେ କୋୱିନରେ ପଞ୍ଜୀକରଣ କରିଥିବା ଅନେକ ରାଜନେତା, ପ୍ରଶାସନିକ ଅଧିକାର ଓ ସାଧାରଣ ଲୋକଙ୍କ ଅତ୍ୟନ୍ତ ସମ୍ବେଦନଶୀଳ ବ୍ୟକ୍ତିଗତ ତଥ୍ୟ ଲିକ୍‌ ହୋଇଛି। ଟେଲିଗ୍ରାମରେ ଗୋଟିଏ ବଟ ଆକାଉଣ୍ଟ ବା ଅଟୋ ଜେନେରେଟେଡ ଆକାଉଣ୍ଟରୁ ଏହାର ଶେୟାର କରାଯାଇଛି।

Advertisment

ସାଉଥ ଏସିଆ ଇଣ୍ଡେକ୍ସ ପକ୍ଷରୁ ଟ୍ୱିଟ କରି କୁହଯାଇଛି ଯେ ଭାରତରେ ବଡ଼ଧରଣର ସୁରକ୍ଷା ତ୍ରୁଟି। ଅନଲାଇନରେ ଲିକ୍‌ ହୋଇଛି କରୋନା ଟିକା ନେଇଥିବା ସବୁ ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ। ଆଧରା କାର୍ଡ, ଭୋଟର କାର୍ଡ, ପାସପୋର୍ଟ ନମ୍ବର ଓ ମୋବାଇଲ ନମ୍ବର ଲିକ ହୋଇଛି।

ଟିକା ନେଇଥିବା ଲୋକମାନଙ୍କ ପରିବାର ସଦସ୍ୟଙ୍କ ତଥ୍ୟ ମଧ୍ୟ ସାର୍ବଜନୀନ ହୋଇଛି। କୋଭିଡ ୧୯ ଟିକାକୁ ଟ୍ରାକିଂ ପାଇଁ ତିଆରି ହୋଇଥିବା କୋ-ୱିନରୁ ଏହା ଲିକ ହୋଇଛି। କୋ ୱିନ ଆପରେ ବିଦେଶ ଯାଇଥିବା କିମ୍ବା ସେଠାରୁ ଆସୁଥିବା ଲୋକମାନେ ତଥ୍ୟ ଅପଡେଟ କରୁଥିଲେ।

ତେଣୁ ସେଗୁଡ଼ିକ ମଧ୍ୟ ଲିକ ହୋଇଛି। କୋୱିନରୁ ତଥ୍ୟ ଲିକ୍‌ ହୋଇଥିବାରୁ ଆରବିଆଇ ମଧ୍ୟ ବ୍ୟାଗଗୁଡ଼ିକ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ଆଲର୍ଟ ଜାରି କରିଥିବା ଏହି ସଂସ୍ଥା ଟ୍ୱିଟ କରିଛି। 

ଏବେ ଭାରତ ସରକାର ତଥାକଥିତ ବ୍ୟକ୍ତିଗତ ତଥ୍ୟ ଲିକ୍‌ର ସୂତ୍ର ଜାଣିବାକୁ ତଦନ୍ତ ଆରମ୍ଭ କରିଛନ୍ତି। କୋ-ୱିନ ନା ଆଉ କେଉଁ ଆପ୍‌ରୁ ଏହା ଲିକ୍‌ ହୋଇଛି, ସେକଥାର ଯାଞ୍ଚ କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବ୍ୟକ୍ତିଗତ ତଥ୍ୟ ଶେୟାର କରିଥିବା ଟେଲିଗ୍ରାମ ଆକାଉଣ୍ଟ ଆଜି ସକାଳୁ ଇନଆକ୍ଟିଭ ହୋଇଯାଇଛି। ହେଲେ ତଥ୍ୟ ସାର୍ବଜନୀନ ରହିଛି।

Data Breach Co-Win