Advertisment

କେନ୍ଦ୍ର ଜାରି କଲା ନୂଆ ନିୟମ: ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କୁ କୋଚିଂ ସେଣ୍ଟର ମନା

ବିଦ୍ୟାର୍ଥୀ ଆତ୍ମହତ୍ୟା, ଅକୁଳାଣ ସୁବିଧା, ପାଠପଢ଼ା ସମସ୍ୟା ଓ ବ୍ୟୟବହୁଳ ଫି ଆଦିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଚିଂ ସେଣ୍ଟରଗୁଡ଼ିକ ପାଇଁ ନିର୍ଦ୍ଦେଶାବଳି ଧାର୍ଯ୍ୟ କରିଛନ୍ତି। ଏହି ନିର୍ଦ୍ଦେଶାବଳି କୋଚିଂ ସେଣ୍ଟଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ଉଦ୍ଦିଷ୍ଟ। ନିର୍ଦ୍ଦେଶାବଳି ଅନୁସାରେ କୌଣସି କୋଚିଂ ସେଣ୍ଟରରେ ୧୬ ବର୍ଷରୁ କମ୍‌ ବୟସର ପିଲାମାନେ ନାମ ଲେଖାଇପାରିବେ ନାହିଁ। କେବଳ ମାଧ୍ୟମିକ ସ୍କୁଲଶିକ୍ଷା ସମାପ୍ତ କରିଥିବା ପିଲାମାନଙ୍କୁ କୋଚିଂ ସେଣ୍ଟରରେ ଭର୍ତ୍ତି କରାଯାଇପାରିବ। ସେହିପରି କୌଣସି କୋଚିଂ ସେଣ୍ଟର ସ୍ନାତକ ଡିଗ୍ରୀରୁ କମ୍‌ ଶିକ୍ଷାପ୍ରାପ୍ତ କାହାକୁ ଶିକ୍ଷକ ଭାବେ ନିଯୁକ୍ତ କରିପାରିବେ ନାହିଁ।

Coaching Centre

Coaching Centre

Advertisment

ବିଦ୍ୟାର୍ଥୀ ଆତ୍ମହତ୍ୟା, ଅକୁଳାଣ ସୁବିଧା, ପାଠପଢ଼ା ସମସ୍ୟା ଓ ବ୍ୟୟବହୁଳ ଫି ଆଦିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଚିଂ ସେଣ୍ଟରଗୁଡ଼ିକ ପାଇଁ ନିର୍ଦ୍ଦେଶାବଳି ଧାର୍ଯ୍ୟ କରିଛନ୍ତି। ଏହି ନିର୍ଦ୍ଦେଶାବଳି କୋଚିଂ ସେଣ୍ଟଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ଉଦ୍ଦିଷ୍ଟ। ନିର୍ଦ୍ଦେଶାବଳି ଅନୁସାରେ କୌଣସି କୋଚିଂ ସେଣ୍ଟରରେ ୧୬ ବର୍ଷରୁ କମ୍‌ ବୟସର ପିଲାମାନେ ନାମ ଲେଖାଇପାରିବେ ନାହିଁ। କେବଳ ମାଧ୍ୟମିକ ସ୍କୁଲଶିକ୍ଷା ସମାପ୍ତ କରିଥିବା ପିଲାମାନଙ୍କୁ କୋଚିଂ ସେଣ୍ଟରରେ ଭର୍ତ୍ତି କରାଯାଇପାରିବ। ସେହିପରି କୌଣସି କୋଚିଂ ସେଣ୍ଟର ସ୍ନାତକ ଡିଗ୍ରୀରୁ କମ୍‌ ଶିକ୍ଷାପ୍ରାପ୍ତ କାହାକୁ ଶିକ୍ଷକ ଭାବେ ନିଯୁକ୍ତ କରିପାରିବେ ନାହିଁ।

Advertisment

କୋଚିଂ ସେଣ୍ଟରରେ ଭର୍ତ୍ତି ହେବା ପାଇଁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶାବଳି ଅନୁସାରେ:

୧. କୌଣସି କୋଚିଂ ସେଣ୍ଟରରେ ସ୍ନାତକ ବା ଗ୍ରାଜୁଏସନ୍‌ରୁ କମ୍‌ ଶିକ୍ଷାଗତ ଯୋଗ୍ୟତା ଥିବା କୌଣସି ବ୍ୟକ୍ତି ଶିକ୍ଷକ ହୋଇପାରିବେ ନାହିଁ।

Advertisment

୨. କୋଚିଂ ସେଣ୍ଟରରେ ପଞ୍ଜିକରଣ ପାଇଁ ଅଭିଭାବକ ଓ ବିଦ୍ୟାର୍ଥୀମାନଙ୍କୁ ଭଲ ରାଙ୍କ୍‌ ବା ଭଲ ମାର୍କର ବିଭ୍ରାନ୍ତିକର ପ୍ରତିଶ୍ରୁତି ଦିଆଯାଇପାରିବ ନାହିଁ।

୩. ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କୁ ପଞ୍ଜିକରଣ କରାଯିବ ନାହିଁ। କେବଳ ମାଧ୍ୟମିକ ସ୍କୁଲ ଶିକ୍ଷା ଶେଷ କରିଥିବା ପିଲା ଭର୍ତ୍ତି ହୋଇପାରିବ।

୪. କୌଣସି କୋଚିଂ ସେଣ୍ଟର କୋଚିଂର ମାନ, ଦିଆଯାଉଥିବା ସୁବିଧା, ଫଳାଫଳ ନେଇ କୌଣସି ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ କରିପାରିବେ ନାହିଁ।

୫. ପ୍ରତି ବିଦ୍ୟାର୍ଥୀଙ୍କ ପିଛା ଯଦି କମ୍‌ ସ୍ଥାନ ଥିବ ତେବେ କୋଚିଂ ସେଣ୍ଟରଗୁଡ଼ିକ ପଞ୍ଜୀକୃତ ହୋଇପାରିବେ ନାହିଁ।

କେନ୍ଦ୍ର ସରକାର ଜାରି କରିଥିବା ଏହି ନିର୍ଦ୍ଦେଶାବଳିର ଉଦ୍ଦେଶ୍ୟ ହେଲା:

୧. କୋଚିଂ ସେଣ୍ଟରଗୁଡ଼ିକର ପଞ୍ଜିକରଣ ଓ ନିୟନ୍ତ୍ରଣ ପାଇଁ ଏକ ନିର୍ଦ୍ଦିଷ୍ଟ ଢାଞ୍ଚା ସୃଷ୍ଟି କରିବା।

୨. କୋଚିଂ ସେଣ୍ଟରଗୁଡ଼ିକର ପରିଚାଳନା ପାଇଁ ଆବଶ୍ୟକ ସର୍ବନିମ୍ନ ମାନ ସ୍ଥିର କରିବା।

୩. କୋଚିଂ ସେଣ୍ଟରରେ ପଞ୍ଜିକୃତ ବିଦ୍ୟାର୍ଥୀମାନଙ୍କର ସ୍ୱାର୍ଥର ସୁରକ୍ଷା କରିବା।

୪. ବିଦ୍ୟାର୍ଥୀମାନଙ୍କର ସାମଗ୍ରିକ ବିକାଶ ପାଇଁ କୋଚିଂ ସେଣ୍ଟରଗୁଡ଼ିକ କ୍ରୀଡ଼ା ଓ ମନୋରଞ୍ଜନ ଭଳି ଅନ୍ୟାନ୍ୟ ସୁବିଧା ଦେବା।

୫. ବିଦ୍ୟାର୍ଥୀମାନଙ୍କର ମାନସିକ ସୁସ୍ଥତା ପାଇଁ କ୍ୟାରିଅର୍‌ ମାର୍ଗଦର୍ଶନ ସହିତ ମନସ୍ତାତ୍ତ୍ୱିକ ପରାମର୍ଶ ଦେବା।

ନିର୍ଦ୍ଦେଶାବଳି ଅନୁସାରେ ଏଣିକି କୋଚିଂ ସେଣ୍ଟରଗୁଡ଼ିକ ପଞ୍ଜିକରଣ ଓ ପଞ୍ଜିକରଣ ନବୀକରଣ ପାଇଁ ଆବେଦନ କରିବେ, ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ କରିବେ, ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଥିବା ଟ୍ୟୁଟର ନିଯୁକ୍ତ କରିବେ, ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ କରିବେ ନାହିଁ, ବିଭ୍ରାନ୍ତିକର ପ୍ରତିଶ୍ରୁତି ଦେବେ ନାହିଁ, ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କ ନାମ ଲେଖାଇବେ ନାହିଁ ଏବଂ ଉପଯୁକ୍ତ ପରାମର୍ଶ ସେବା ବ୍ୟବସ୍ଥା କରିବେ।

ସେହିପରି କୋଚିଂ ସେଣ୍ଟରଗୁଡ଼ିକ ଯଥାର୍ଥ ଓ ନ୍ୟାୟସଙ୍ଗତ ଫି ଆଦାୟ କରିବେ, ସ୍ୱଚ୍ଛତାର ସହିତ ଫି ରିସିଦ ପ୍ରଦାନ କରିବେ, ପାଠ୍ୟକ୍ରମ ଓ ଅନ୍ୟାନ୍ୟ ସୁବିଧାର ପୂର୍ଣ୍ଣ ବିବରଣୀ ବା ପ୍ରସ୍‌ପେକ୍ଟସ୍‌ ପ୍ରଦାନ କରିବେ। ଯେଉଁ ପିଲାମାନେ ଅଧାରୁ କୋଚିଂ ସେଣ୍ଟର ଛାଡ଼ିବାକୁ ଚାହିଁବେ ସେମାନଙ୍କ ପାଇଁ ଫି ଫେରସ୍ତ ନେଇ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ରହିବ।

କୋଚିଂ ସେଣ୍ଟରରେ ପ୍ରତି ବିଦ୍ୟାର୍ଥୀ ପାଇଁ ସର୍ବନିମ୍ନ ସ୍ଥାନ ରହିବ, ପିଲାଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଉପଯୁକ୍ତ ବ୍ୟବସ୍ଥା ରହିବ, ଫାଷ୍ଟ ଏଡ଼୍‌ ଓ ଡାକ୍ତରୀ ସୁବିଧା ରହିବ, ବିଦ୍ୟୁତ, ଶୁଦ୍ଧ ପାନୀୟ ଜଳ, ପରିସ୍କାର ପରିଚ୍ଛନ୍ନତା, ଆଲୋକ ଓ ମୁକ୍ତ ବାୟୁ ଚଳପ୍ରଚଳ ସୁବିଧା ଆଦି ରହିବ।

ନୂଆ ନିର୍ଦ୍ଦେଶାବଳି ଅନୁସାରେ କୌଣସି କୋଚିଂ ସେଣ୍ଟରର କ୍ଲାସ୍‌ ସମୟ ସ୍କୁଲ ବା କଲେଜ୍‌ର ନିୟମିତ କ୍ଲାସ୍‌ ସମୟ ବାହାରେ ହେବ। ନିର୍ଦ୍ଦିଷ୍ଟ ସମୟରେ କ୍ଲାସ୍‌ ସରିବ। ପ୍ରତି ଦିନ କ୍ଲାସ୍‌ ସମୟ ଧାର୍ଯ୍ୟ ହେବ, ପ୍ରତି କ୍ଲାସ୍‌ ମଧ୍ୟରେ ସମୟାନ୍ତର ରହିବ, ସପୋର୍ଟ କ୍ଲାସ୍‌ ସୁବିଧା ରହିବ, ପ୍ରତି ସପ୍ତାହରେ ଛୁଟି ଦିଆଯିବ। ପାଠ୍ୟକ୍ରମ ସହିତ କୋ-କରିକୁଲାର କାର୍ଯ୍ୟକ୍ରମ ବା କ୍ରୀଡ଼ା ଓ ମନୋରଂଜନ ଆଦି ସୁବିଧା ରହିବ। ଜୀବନ ଦକ୍ଷତା ଓ ଅନ୍ୟାନ୍ୟ ବିଷୟରେ ପରାମର୍ଶ ଦିଆଯିବ।

ଏଣିକି କର୍ତ୍ତୃପକ୍ଷ ଯଦି ହୃଦବୋଧ କରିବେ ଯେ କୌଣସି କୌଣସି କୋଚିଂ ସେଣ୍ଟର ସର୍ତ୍ତ ଓ ନିୟମାବଳି ଉଲ୍ଲଙ୍ଘନ କରିଛନ୍ତି ତେବେ ତାହାର ପଞ୍ଜୀକରଣ ରଦ୍ଦ କରିପାରିବେ। ତେବେ ସେପରି କରିବା ପୂର୍ବରୁ କୋଚିଂ ସେଣ୍ଟରକୁ ନଜ ପକ୍ଷ ରଖିବାକୁ ସୁଯୋଗ ଦେବେ।

ସରକାର ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ଏହି ନିର୍ଦ୍ଦେଶାବଳି ଜାରି କରିଛନ୍ତି। ସରକାର ଏହି ନୀତି ଅନୁସାରେ ନିଟ୍‌, ଜେଇଇ ଓ ଏନଟିଏ ପାଇଁ ଜାତୀୟ ଟେଷ୍ଟ ଅଭ୍ୟାସ ଆପ୍‌ ପ୍ରଚଳନ କରିଛନ୍ତି। ବିଦ୍ୟାର୍ଥୀମାନେ ଏଥିରେ ବିନା ଶୁଳ୍କରେ ମକ୍‌ ପରୀକ୍ଷା ଦେଇପାରିବେ।

JEE NEET Indian Education System Coaching NTA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe