Advertisment

Census 2027: ୨୦୨୭ ଜନଗଣନା ପାଇଁ ପ୍ରକ୍ରିୟା ଆରମ୍ଭ: ନଭେମ୍ବର ୧ରୁ ୭ ଯାଏ ବ୍ୟକ୍ତିଗତ ତଥ୍ୟ ଦାଖଲ କରିବେ ସାଧାରଣ ଲୋକ

ପ୍ରଥମଥର ପାଇଁ ଲୋକମାନଙ୍କ ଜାତିଭିତ୍ତିକ ତଥ୍ୟ ସଂଗ୍ରହ ହେବ। ଟେଷ୍ଟ ପର୍ଯ୍ୟାୟରେ ପ୍ରଶ୍ନ ଠାରୁ ଆରମ୍ଭ କରି ତଥ୍ୟ ସଂଗ୍ରହ, ଟ୍ରେନିଂ, ଲଜିଷ୍ଟିକ ଓ ସଫ୍ଟୱେୟାର କେମିତି ମୋବାଇଲ ଆପ୍ଲିକେସନରେକାମ କରୁଛି, ସେସବୁ ଠିକଣା ପୂର୍ବରୁ ସରକାର ପରଖିବାକୁ ଚାହୁଁଛନ୍ତି।

Census

ଏଆଇ ଫଟୋ

Advertisment

୨୦୨୭ ଜନଗଣନା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ଜାରି ହୋଇଛି ବିଜ୍ଞପ୍ତି। ବିଧିବଦ୍ଧ ଜଣଗଣନା ପୂର୍ବରୁ ପରୀକ୍ଷା ମୂଳକ ଭାବେ କିଛି ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ସେହିପରି ବିଧିବଦ୍ଧ ଜଣଗଡ଼ା ପୂର୍ବରୁ ଚଳିତ ବର୍ଷ ନଭେମ୍ବର ୧ରୁ ୭ ମଧ୍ୟରେ ସାଧାରଣ ଲୋକମାନେ ଡିଜିଟାଲ ଉପାୟରେ ସେମାନଙ୍କ ବ୍ୟକ୍ତିଗତ ତଥ୍ୟକୁ ଦାଖଲ କରିପାରିବେ। ଆତ୍ମଘୋଷିତ ଗଣନା ୱିଣ୍ଡ ମାଧ୍ୟମରେ ସେମାନେ ଘରେ ବସି ନିଜର ତଥ୍ୟ ଦାଖଲ କରିପାରିବେ।

Advertisment

୨୦୨୭ ଜନଗଣନାର ପରୀକ୍ଷା ନୀରିକ୍ଷା ଦୁଇଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟରେ ଘରଗୁଡ଼ିକୁ ତାଲିକାଭୁକ୍ତ ଓ ଘରଗୁଡ଼ିକର ଗଣନା କରାଯିବ। ପରୀକ୍ଷାମୂଳକ ଭାବେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କିଛି ନିର୍ଦ୍ଦିଷ୍ଟ ତଥା ଚିହ୍ନଟ ହୋଇଥିବା ସ୍ଥାନରେ ନଭେମ୍ବର ୧୦ରୁ ୩୦ ଯାଏ ଆୟୋଜନ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। 

ଏନେଇ ଜାରି ହୋଇଥିବା ବିଜ୍ଞପ୍ତିରେ ରେଜିଷ୍ଟ୍ରାର ଜେନେରାଲ ଓ ଜନଗଣନା କମିଶନର ଅଫ ଇଣ୍ଡିଆ ମୃତ୍ୟୁଞ୍ଜୟ କୁମାର ନାରାୟଣ କହିଛନ୍ତି ଯେ ନଭେମ୍ବର ୧ରୁ ୭ ଯାଏ ବ୍ୟକ୍ତିଗତ ତଥ୍ୟକୁ ପୂରଣ କରିବା ପାଇଁ ଲୋକଙ୍କୁ ବିକଳ୍ପ ମିଳିବ। ସେମାନେ ଡିଜିଟାଲୀ ଏହାକୁ କରିପାରିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜନଗଣନା ଆଇନ ୧୯୪୮ରେ ଥିବା ପ୍ରାବଧାନକୁ ବିସ୍ତାର କରିଛନ୍ତି। 

Advertisment

ବିଧିବଦ୍ଧ ଜନଗଣନା(Census) ପୂର୍ବରୁ ପରୀକ୍ଷା ମୂଳକ ଭାବେ କିଛି ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଗଣନାର ଦକ୍ଷତାକୁ ମାପିବା ହିଁ ପ୍ରି-ଟେଷ୍ଟର ଲକ୍ଷ୍ୟ। ଜନଗଣନା ୨୦୨୬ ଏପ୍ରିଲ ୧ରୁ ୨୦୨୭ ଫେବୃଆରୀ ୨୮ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟରେ ଘରଗୁଡ଼ିକର ତାଲିକା ଭୁକ୍ତ ଓ ଘର ଗଣନା କରାଯିବ। ଏହାପରେ ଜନଗଣନା ଆରମ୍ଭ ହେବ।

ପ୍ରି-ଟେଷ୍ଟ ଦ୍ୱାରା ପ୍ରଚଳିତ ବ୍ୟବସ୍ଥା, ସାମ୍ନାକୁ ଆସିବାକୁ ଥିବା ଚ୍ୟାଲେଞ୍ଜ ଓ ମେଥଡଗୁଡ଼ିକୁ ଆଗୁଆ ଜାଣିହେବ। ତ୍ରୁଟିକୁ ସମୟପୂର୍ବରୁ ଠିକ କରାଯାଇ ପାରିବ। ଏଥିସହ ଭାରତର ପ୍ରଥମ ଡିଜିଟାଲ ଜନଗଣନାର ମୂଳଦୁଆ ମଧ୍ୟ ଏଥର ପଡ଼ିବ।

ପ୍ରଥମଥର ପାଇଁ ଲୋକମାନଙ୍କ ଜାତିଭିତ୍ତିକ ତଥ୍ୟ ସଂଗ୍ରହ ହେବ। ଟେଷ୍ଟ ପର୍ଯ୍ୟାୟରେ ପ୍ରଶ୍ନ ଠାରୁ ଆରମ୍ଭ କରି ତଥ୍ୟ ସଂଗ୍ରହ, ଟ୍ରେନିଂ, ଲଜିଷ୍ଟିକ ଓ ସଫ୍ଟୱେୟାର କେମିତି ମୋବାଇଲ ଆପ୍ଲିକେସନରେକାମ କରୁଛି, ସେସବୁ ଠିକଣା ପୂର୍ବରୁ ସରକାର ପରଖିବାକୁ ଚାହୁଁଛନ୍ତି। 

ପ୍ରଥମ ପର୍ଯ୍ୟାୟରେ ହାଉସ ଲିଷ୍ଟିଂ ଅପରେସନ(ଏଚଏଲଓ) ଘରଗୁଡ଼ିକର ଅବସ୍ଥା ଓ ପ୍ରତିଟି ଘରେ କ’ଣ ସବୁ ସୁବିଧା ରହିଛି, ତା’ର ଆକଳନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା, ଭୌଗଳିକ ସ୍ଥିତି, ସାମାଜି-ଅର୍ଥନୀତି, ସାଂସ୍କୃତିକ ସ୍ଥିତି ଓ ପ୍ରତିଟି ଘରୁ ବ୍ୟକ୍ତିଗତ ତଥ୍ୟକୁ ରେକର୍ଡ କରାଯିବ।

ଦେଶର ଜନଗଣନା ସମୟରେ ଜାତି ଭିତ୍ତିକ କାଉଣ୍ଟିଂ ମଧ୍ୟ ଅନୁଷ୍ଠିତ ହେବ। ମୋଟ ୨ଟି ପର୍ଯ୍ୟାୟରେ ଜନଗଣନା ହେବ। ପ୍ରଥମ ପର୍ଯ୍ୟାୟ ଅର୍ଥାତ ୨୦୨୬ ଅକ୍ଟୋବର ୧ରୁ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ସମେତ କେନ୍ଦ୍ର ଶାସିତ ଲଦାଖ ଓ ଜମ୍ମୁ-କଶ୍ମୀରରେ ଜନଗଣନା କରାଯିବ।

ଏଠାରେ ତୁଷାର ପାତର ଆଶଙ୍କା ଥିବାରୁ ଏହି ସବୁ ସ୍ଥାନରେ ଆଗୁଆ ଜନଗନା କରାଯିବ। ଏହାପରେ ଦେଶର ବାକି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୨୦୨୭ ମସିହା ମାର୍ଚ୍ଚ ୧ରୁ ଜନଗଣନା କରାଯିବ।

ଦେଶବ୍ୟାପୀ ହେବାକୁ ଥିବା ଜନଗଣନାରେ ୩୪ ଲକ୍ଷ ଗଣନାକାରୀ ଓ ସୁପରଭାଇଜରଙ୍କ ସମେତ ୧.୩ ଲକ୍ଷ ଜନଗଣନା କାର୍ଯ୍ୟକର୍ତ୍ତା ସାମିଲ ହେବେ। ଏହା ଭାରତର ୧୬ତମ ଓ ସ୍ୱାଧୀନତା ପରେ ୮ମ ଜନଗଣନା ହେବ। 

୨୦୧୧ରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ କ୍ଷମତାରେ ଥିବା ବେଳେ ଜନଗଣନା ହୋଇଥିଲା। ସେତେବେଳେ ମଧ୍ୟ ଦୁଇଟି ପର୍ଯ୍ୟାୟରେ ଦେଶରେ ଜନଗଣନା କରାଯାଇଥିଲା। ପ୍ରଥମେ ୨୦୧୦ ଏପ୍ରିଲରୁ ସେପ୍ଟେମ୍ବର ଯାଏ ଗଣନା ଚାଲିଥିଲା।

ଏହାପରେ ୨୦୧୧ ଫେବୃଆରୀରୁ ବଳକା ଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଜନଗଣନା କରାଯାଇଥିଲା। ସେତେବେଳେ ଦେଶର ଜନସଂଖ୍ୟା ୧,୨୧୦,୮୫୪,୯୭୭ ବା ୧.୨୧ ବିଲିୟନରୁ ଅଧିକ ରହିଥିଲା।

Census
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe