Advertisment

ଠିକ ନିର୍ବାଚନ ପୂର୍ବରୁ ଦେଶରେ ଲାଗୁ ହେବ ସିଏଏ! ଆଜି ଆସିପାରେ ବିଜ୍ଞପ୍ତି

୪ ବର୍ଷ ତଳେ ସିଏଏ ଲୋକସଭା ଓ ରାଜ୍ୟସଭାରେ ପାରିତ ହେବା ପରେ ଆଇନରେ ପରିଣତ ହୋଇଥିଲା। ତଥାପି ଏଥିରେ କ’ଣ ସବୁ ନିୟମ ରହିବ, ସେକଥା କେନ୍ଦ୍ର ସରକାର ପ୍ରସ୍ତୁତ କରି ନଥିଲେ।

ଅଦ୍ୟତନ ହୋଇଛି
CAA

CAA

Advertisment

ଦୀର୍ଘ ୪ ବର୍ଷ ତଳୁ ଆଇନରେ ପରିଣତ ହୋଇ ସାରିଥିବା ନାଗରିକତ୍ୱ ସଂଶୋଧନ ଆଇନ ବା ସିଏଏ କଥା ଠିକ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କର ମନେପଡ଼ିଛି। ଦେଶରେ ଆଜି ଠାରୁ ବିଧିବଦ୍ଧ ଭାବେ ସିଏଏ ଲାଗୁ ହେବ। ଆଜି ସନ୍ଧ୍ୟା କିମ୍ବା ରାତିରେ ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ। 

Advertisment

ସିଏଏରେ କ’ଣ ସବୁ ବ୍ୟବସ୍ଥା ରହିବ ଓ କେଉଁ ଆଧାରରେ ବିଦେଶୀ ନାଗରିକଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବ, ସେବୁ କିଛି ବିଜ୍ଞପ୍ତିରେ ରହିବ। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିଁ ଏଥିରେ ଥିବା ବ୍ୟବସ୍ଥା ସମ୍ପର୍କରେ ଜଣାପଡ଼ିବ।  

୪ ବର୍ଷ ତଳେ ସିଏଏ ଲୋକସଭା ଓ ରାଜ୍ୟସଭାରେ ପାରିତ ହେବା ପରେ ଆଇନରେ ପରିଣତ ହୋଇଥିଲା। ତଥାପି ଏଥିରେ କ’ଣ ସବୁ ନିୟମ ରହିବ, ସେକଥା କେନ୍ଦ୍ର ସରକାର ପ୍ରସ୍ତୁତ କରି ନଥିଲେ।

Advertisment

ଏବେ ସରକାର ସିଏଏ ନିୟମ ପ୍ରଣୟନ କରିଛନ୍ତି। ପ୍ରଥମ ଦଫାରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧାର୍ମିକ ନିର୍ଯାତନା ସହି ନ ପାରି ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ଲୋକଙ୍କୁ ତତ୍କାଳ ବା ଫାଷ୍ଟଟ୍ରାକ ନିୟମ ଆଧାରରେ ଭାରତର ନାଗରିକତା ପ୍ରଦାନ କରାଯିବ। ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତରେ ଥିବା ମୁସଲିମଙ୍କୁ ଛାଡ଼ି ଅନ୍ୟ ଦେଶର ନାଗରିକଙ୍କୁ ସରକାର ନାଗରିକତା ପ୍ରଦାନ କରିବେ ବୋଲି ଜଣାପଡ଼ିଛି।

କେନ୍ଦ୍ରର କ୍ଷମତାସୀନ ବିଜେପି ସରକାର ମୁସଲିମଙ୍କୁ ଛାଡ଼ି ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ସବୁ ଧର୍ମର ଲୋକଙ୍କୁ ନାଗରିକତା ପ୍ରଦାନ କରିବାକୁ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଆଣିଥିଲେ। ବିଶେଷ କରି ବାହାର ରାଷ୍ଟ୍ରରେ ଧାର୍ମିକ ଆକ୍ରୋଶର ଶିକାର ହେଉଥିବା ହିନ୍ଦୁମାନଙ୍କୁ ଭାରତର ନାଗରିକତା ଦେବା ପାଇଁ ସିଏଏ ଲାଗୁ ହେବ ବୋଲି କୁହାଯାଇଥିଲା।

କେନ୍ଦ୍ରର ମୋଦି ସରକାର ଡିସେମ୍ବର ୨୦୧୯ରେ ଏହି ଆଇନ୍ ଆଣିଥିଲେ। ଏହି ଆଇନ୍ ଅନୁଯାୟୀ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରେ ନିର୍ଯାତିତ ହିନ୍ଦୁ, ଶିଖ, ଜୈନ, ବୈଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କୁ ଭାରତ ନାଗରିକତ୍ୱ ପ୍ରଦାନ କରିବାର ବ୍ୟବସ୍ଥା ରହିଛି।

ତେବେ ମୁସଲମାନ ସମ୍ପ୍ରଦାୟକୁ କାହିଁକି ଏହି ଆଇନରେ ରଖାଯାଇ ନାହିଁ ବୋଲି ବିରୋଧୀ ପ୍ରଶ୍ନ କରି ସରକାରଙ୍କୁ ଘେରିଥିଲେ। ଜବାବରେ ସରକାର କହିଥିଲେ ଏହି ତିନି ଦେଶରେ ସର୍ବାଧିକ ଲୋକ ମୁସଲମାନ ସମ୍ପ୍ରଦାୟର ରହିଛନ୍ତି। ଏଠାରେ ରହୁଥିବା ଅଳ୍ପସଂଖ୍ୟକ ହିଁ ନିର୍ଯାତିତ ହେଉଛନ୍ତି।

ତେଣୁ ସେମାନଙ୍କ ପାଇଁ ସିଏଏ ଆସିଛି। ତଥାପି ଏହାକୁ ବିରୋଧ କରି କରୋନା ଆସିବା ଯାଏ ଦିଲ୍ଲୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପୂରା ଦେଶରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା।

PM Modi CAA CAA To Be Implemented
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe