Advertisment

ନିର୍ବାଚନ ପୂର୍ବରୁ ବଢ଼ିଲା ଶ୍ରମିକଙ୍କ ମଜୁରୀ

ମହାତ୍ମା ଗାନ୍ଧି କର୍ମ ନିଯୁକ୍ତି ଯୋଜନା (MGNREGA) ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି କଲେ କେନ୍ଦ୍ର ସରକାର।

Farmers

Farmers

Advertisment

ନିର୍ବାଚନ ପୂର୍ବରୁ ଶ୍ରମିକଙ୍କ ମଜୁରୀ ବଢ଼ିଲା। ମହାତ୍ମା ଗାନ୍ଧି କର୍ମ ନିଯୁକ୍ତି ଯୋଜନା (MGNREGA) ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି ପାଇଛି। ଦେଶରେ MGNREGA ଯୋଜନାରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କ ମଜୁରୀ ବଢାଇଛନ୍ତି କେନ୍ଦ୍ର ସରକାର।

Advertisment

ଆଜି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି। ବର୍ଦ୍ଧିତ ମଜୁରୀ ଅନୁସାରେ, ଶ୍ରମିକଙ୍କ ହାରାହାରି ଦୈନିକ ପାରିଶ୍ରମିକ ୨୮ ଟଙ୍କା ବୃଦ୍ଧି ହୋଇଛି। ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ସର୍ବନିମ୍ନ ଦୈନିକ ମଜୁରୀ ୭ ଟଙ୍କା ବଢ଼ିଥିବା ବେଳେ ଗୋଆରେ ସର୍ବାଧିକ ୩୪ ଟଙ୍କା ବଢ଼ିଛି। 

ପାରିଶ୍ରମିକ ବୃଦ୍ଧି ପରେ ହରିଆଣାରେ MGNREGA ଯୋଜନାରେ କାମ କରୁଥିବା ଶ୍ରମିକଙ୍କ ଦୈନିକ ମଜୁରୀ ସର୍ବାଧିକ ୩୭୪ ଟଙ୍କା ହୋଇଥିବା ବେଳେ ଗୋଆରେ ୩୫୬, କେରଳରେ ୩୪୬ ଟଙ୍କା ହୋଇଛି।

Advertisment

ତେବେ ଓଡ଼ିଶାରେ ୧୭ ଟଙ୍କା ମଜୁରୀ ବଢ଼ିଛି। ଏବେ ଓଡିଶାରେ ମନରେଗା ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକ ଦୈନିକ ପାରିଶ୍ରମିକ ୨୫୪ ଟଙ୍କା ପାଇବେ। ପ୍ରକାଶ ଥାଉକି, ବଜେଟରେ କେନ୍ଦ୍ର ସରକାର MGNREGA ପାଇଁ ୮୬ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ। 

MGNREGA MGNREGA Wage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe