Advertisment

ଅତିକଙ୍କ ହତ୍ୟା: ସାମ୍ବାଦିକଙ୍କ ପାଇଁ ଏସ୍‌ଓପି ଜାରି କରିବ କେନ୍ଦ୍ର

ସାମ୍ବାଦିକ ଓ ପୁଲିସ୍‌ଙ୍କ ଉପସ୍ଥିତିରେ ଏପରି ଘଟଣା ଘଟିଥିଲା। ଗୁଳିମାଡ଼ରେ ଜଣେ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସାମ୍ବାଦିକଙ୍କ ପାଇଁ ନୂଆ ଏସ୍‌ଓପି ଆଣିବେ ବୋଲି ଜଣାପଡ଼ିଛି।

Atiq

Atiq

Advertisment

ଫିଲ୍ଡରେ ରିପୋର୍ଟିଂ କରୁଥିବା ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଗୋଟିଏ ଏସ୍‌ଓପି ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ସାମ୍ବାଦିକ ବେଶରେ ଆସି ୩ ଜଣ ଯୁବକ କ୍ୟାମେରା ସାମ୍ନାରେ ମାଫିଆରୁ ରାଜନେତା ବନିଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଗୁଳି କରି ହତ୍ୟା କରିଥିଲେ।

Advertisment

ସାମ୍ବାଦିକ ଓ ପୁଲିସ୍‌ଙ୍କ ଉପସ୍ଥିତିରେ ଏପରି ଘଟଣା ଘଟିଥିଲା। ଗୁଳିମାଡ଼ରେ ଜଣେ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସାମ୍ବାଦିକଙ୍କ ପାଇଁ ନୂଆ ଏସ୍‌ଓପି ଆଣିବେ ବୋଲି ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ତତ୍ତ୍ୱାବଧାନରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଗୋଟିଏ ଏସ୍‌ଓପି ପ୍ରସ୍ତୁତ କରିବ। କୁଖ୍ୟାତ ଅପରାଧୀଙ୍କ ବାଇଟ ନେବାକୁ ଚେଷ୍ଟା କରିବା ବେଳେ ସାମ୍ବାଦିକମାନେ କେଉଁ ସବୁ ବିଷୟପ୍ରତି ଧ୍ୟାନ ଦେବେ ଓ କ’ଣ କରିବେ, ସେସବୁ କଥା ଏସ୍‌ଓପିରେ ରହିବ। ଖୁବଶୀଘ୍ର ଏହି ଏସ୍‌ଓପି ଜାରି କରାଯିବ ବୋଲି ଜଣାପଡ଼ିଛି।

Advertisment

ଶନିବାର ରାତି ପ୍ରାୟ ୧୦ରେ ଅତିକ ଓ ଅଶରଫଙ୍କୁ ପୁଲିସ୍‌ ମେଡିକାଲ ଚେକଅପ ପାଇଁ ପ୍ରାୟଗରାଜର ମୋତିଲାଲ ନେହରୁ ଡିଭିଜନାଲ ହସ୍ପିଟାଲକୁ ନେଉଥିଲା। ହସ୍ପିଟାଲ ଗେଟ୍‌ ପାଖରୁ ଉଭୟ ଚାଲିଚାଲି ଯାଉଥିବା ବେଳେ ସାମ୍ବାଦିକମାନେ ସେମାନଙ୍କ ବାଇଟ ନେବାକୁ ଚେଷ୍ଟା କରିଥିଲେ। ଏତିକି ବେଳେ ଅତିକ ଓ ଅଶରଫଙ୍କ ଉପରେ ଗୁଳିମାଡ଼ ହୋଇଥିଲା।

Atiq Ahmed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe