Advertisment

ଆଧ୍ୟାତ୍ମିକ ଗୁରୁଙ୍କୁ ମିଳିଲା Z+ ସୁରକ୍ଷା

ଗୁଇନ୍ଦା ସୂଚନା ଆଧାରରେ ଜଣେ ଧର୍ମ ଗୁରୁଙ୍କୁ ଏପରି ସୁରକ୍ଷା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର।

ଅଦ୍ୟତନ ହୋଇଛି
radha-soami-head-jasdeep-singh-gill

radha-soami-head-jasdeep-singh-gill

Advertisment

ଆଧ୍ୟାତ୍ମକି ଗୁରୁଙ୍କୁ ମିଳିଲା Z+ ସୁରକ୍ଷା।  ଗୁଇନ୍ଦା ସୂଚନା ଆଧାରରେ ଜଣେ ଧର୍ମ ଗୁରୁଙ୍କୁ ଏପରି ସୁରକ୍ଷା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ‘ରାଧା ସ୍ୱାମୀ ସତସଙ୍ଗ ବ୍ୟାସ’ ନାମକ ଧାର୍ମିକ ସଙ୍ଗଠନର ମୁଖ୍ୟ ଜଗଦୀପ ସିଂହ ଗିଲ୍‌ଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଛି।

Advertisment

୪୫ ବର୍ଷୀୟ ଜଗଦୀପ ସିଂହ ଗିଲ୍‌ଙ୍କ ଜୀବନ ପ୍ରତି ବିପଦ ଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ତୁରନ୍ତ ସିଆରପିଏଫ୍‌କୁ ତାଙ୍କୁ ଏହି ସୁରକ୍ଷା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।। ଏହି ସୁରକ୍ଷା ଅନୁଯାୟୀ ସମୁଦାୟ ୩୩ ସୁରକ୍ଷା କର୍ମୀଙ୍କ ଟିମ୍‌ ୨୪ ଘଣ୍ଟା ଜଗଦୀପ ସିଂହ ଗିଲ୍‌ଙ୍କ ଚାରିପଟେ ଘେରି ରହିବା ସହ ତାଙ୍କୁ ସୁରକ୍ଷା ଯୋଗାଇବେ ।

‘ରାଧା ସ୍ୱାମୀ ସତସଙ୍ଗ ବ୍ୟାସ’ ପଞ୍ଜାବର ଅମୃତସର ନିକଟରେ ଥିବା ବ୍ୟାସ ନଦୀ ନିକଟରେ ଅବସ୍ଥିତ । ଏହି ସଙ୍ଗଠନ ୧୮୯୧ ମସିହାରେ ସ୍ଥାପିତ ହୋଇଥିଲା। ଦେଶ ତଥା ବିଦେଶରେ ଏହି ଧାର୍ମିକ ସଙ୍ଗଠନର ଲକ୍ଷାଧିକ ଶ୍ରଦ୍ଧାଳୁ ରହିଛନ୍ତି। ପ୍ରାୟ ୯୦ଟି ଦେଶରେ ଏହି ସଙ୍ଗଠନ ପରିବ୍ୟାପ୍ତ ହୋଇଥିବା ବେଳେ ଏହାର ଶ୍ରଦ୍ଧାଳୁ ରହିଛନ୍ତି।

Advertisment

ଜଗଦୀପ ସିଂହ ଗିଲ୍‌ କିଛି ମାସ ହେବ ଏହି ସଙ୍ଗଠନର ପ୍ରମୁଖ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ସେ ଆଇଆଇଟି ଦିଲ୍ଲୀରୁ ଡିଗ୍ରୀ ହାସଲ କରିଥିବା ବେଳେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ରସାୟନ ଇଞ୍ଜିନିୟରିଂରେ ଡକ୍ଟରେଟ ହାସଲ କରିଛନ୍ତି।

Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe