Advertisment

ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ କେନ୍ଦ୍ରର ବଡ଼ ଯୋଜନା, ମନ୍ତ୍ରୀମାନଙ୍କ ସୂଚୀ ଉପରେ ନଜର ପକାନ୍ତୁ

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରେ ଯୋଗ କରିବାକୁ ଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଇଏନଏସ୍‌ ବିକ୍ରାନ୍ତରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ।

Yoga

Yoga

Advertisment

ଜୁନ ୨୧ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ କେନ୍ଦ୍ର ସରକାର ଅନେକ କାର୍ଯ୍ୟକ୍ରମର ଯୋଜନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତୃବୃନ୍ଦମାନେ ଦେଶର ବିଭିନ୍ନ ପ୍ରାନ୍ତରେ ଅନୁଷ୍ଠିତ ହେବାକୁ ଥିବା ଯୋଗ ସେସନ୍ସ ଓ କାର୍ଯ୍ୟକ୍ରମରେ ଯୋଗଦେବେ।

Advertisment

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରେ ଯୋଗ କରିବାକୁ ଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଇଏନଏସ୍‌ ବିକ୍ରାନ୍ତରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ।

ଜୁନ ୨୧ରେ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାର ବାଲେଶ୍ୱରରେ ପହଞ୍ଚିବେ। ଏଠାରେ ଜୁନ ୨ରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ୨୯୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏବେ ବୈଷ୍ଣବ ବାଲେଶ୍ୱରେ ଆୟୋଜିତ ଯୋଗ ଦିବସରେ ସାମିଲ ହେବେ। ଟ୍ରେନ ଦୁର୍ଘଟଣାରେ ପରେ ଉଦ୍ଧାର ଓ ଚିକିତ୍ସାରେ ସହଯୋଗ କରିଥିବା ଡାକ୍ତର, ନର୍ସ, ମେଡିକାଲ ଷ୍ଟାଫଙ୍କୁ ଭେଟି ଧନ୍ୟବାଦନ ଦେବେ। ସେ ଦୁର୍ଘଟଣା ପରର ସ୍ଥିତି ସମୀକ୍ଷା କରିବେ ଓ ବିଭିନ୍ନ ଅଧିକାରୀଙ୍କ ସହ ବୈଠକ କରିବେ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମଥର ପାଇଁ ମିଳିତ ଜାତିସଂଘର ମୁଖ୍ୟାଳୟରେ ଆୟୋଜିତ ଯୋଗ ସେସନ୍ସର ନେତୃତ୍ୱ ନେବେ। ରାଜନାଥ ସିଂହ ଆଇଏନଏସ୍‌ ବିକ୍ରାନ୍ତ ଭିତରେ ଯୋଗ କରିବାକୁ ଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଦିଲ୍ଲୀ ଏମ୍ସର ଯୋଗ ସେସନ୍ସରେ ସାମିଲ ହେବେ।

ପର୍ଯ୍ୟଟନ ମନ୍ତ୍ରଣାଳୟ ଗୋଆର ରାଜଭବନରେ ଯୋଗ ଦିବସ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବ। ଏଥିରେ ଜି-୨୦ ଦେଶର ମନ୍ତ୍ରୀ ଓ ପ୍ରତିନିଧିମାନେ ସାମିଲ ହେବେ।

ମଧ୍ୟପ୍ରଦେଶର ଜବଲପୁର ଅନ୍ତର୍ଗତ ଗାରିସନ ଗ୍ରାଉଣ୍ଡରେ ବିଶାଳ ଯୋଗ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାର ସିଧାପ୍ରସାରଣ ୮୦ଟି ଦେଶରେ କରାଯିବ। ୯ମ ଅନ୍ତର୍ଜାତୀୟ ଯୋଗ ଦିବସର ଥିମ ‘ବସୁ ଧୈବ କୁଟୁମ୍ବକମଙ୍କ ପାଇଁ ଯୋଗ’ ରଖାଯାଇଛି ବୋଲି ଜବଲପୁର ଜିଲ୍ଲାପାଳ ସୌରଭ ସୁମନ କହିଛନ୍ତି।

International Yoga Day PM Modi Ashwini Vaishnav Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe