Advertisment

ରାଜଧାନୀରେ ସାଂଘାତିକ ସ୍ଥିତି: ଗଲାଣି ୭ ଜଣଙ୍କ ଜୀବନ, ଭେଣ୍ଟିଲେଟର୍‌ରେ ୧୨ ଜଣ

୭ ଜଣ ଗତ ୨ଦିନରେ ପ୍ରାଣ ହରାଇଛନ୍ତି। ସେହିପରି ୧୨ ଜଣ ଭେଣ୍ଟିଲେଟରରେ ରହିଛନ୍ତି।

author-image
Hemant Lenka
Delhi

Delhi

ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ହିଟଷ୍ଟ୍ରୋକ ଜନିତ ଘଟଣା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କେନ୍ଦ୍ର ଦ୍ୱାରା ପରିଚାଳିତ ହସ୍ପିଟାଲଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରିଛି। ହିଟଷ୍ଟ୍ରୋକ ରୋଗୀଙ୍କୁ ପ୍ରାଥମିକତା ଭିତ୍ତିରେ ଚିକିତ୍ସା କରିବାକୁ ମନ୍ତ୍ରଣାଳୟ କହିଛି।

Advertisment

ମେ’ ୨୭ରୁ ସରକାରଙ୍କ ଦ୍ୱାରା ପରିଚାଳତି ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ୪୫ ଜଣ ଲୋକ ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଛଛନ୍ତି। ମେ’ ୨୭ରୁ ଏଠାରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ ୭ ଜଣ ଗତ ୨ଦିନରେ ପ୍ରାଣ ହରାଇଛନ୍ତି। ସେହିପରି ୧୨ ଜଣ ଭେଣ୍ଟିଲେଟରରେ ରହିଛନ୍ତି। ଦିଲ୍ଲୀର ଅନ୍ୟ ହସ୍ପିଟାଲରେ ମଧ୍ୟ ହିଟଷ୍ଟ୍ରୋକରେ ଅସୁସ୍ଥ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଡାକ୍ତର ଅଜୟ ଶୁକ୍ଳା କହିଛନ୍ତି,“ଯଦି ଜଣେ ରୋଗୀଙ୍କୁ ବିଳମ୍ବରେ ହସ୍ପିଟାଲ ଅଣାଯାଉଛି, ତା’ହେଲେ ଗୋଟିଏ ପରେ ଗୋଟିଏ ଅଙ୍ଗ ଅକାମୀ ହେବାର ଆଶଙ୍କା ଅଧିକ ରହିଛି। ତେଣୁ ସଚେତନତା ଆବଶ୍ୟକ।

Advertisment

ଅଧିକାଂଶ ରୋଗୀ ପ୍ରଭାସୀ ଶ୍ରମିକ। ସେହିପରି ଅଂଶୁଘାତ ଜନିତ ଲକ୍ଷଣକୁ ଜାଣିବା ମଧ୍ୟ ସହଜ ନୁହେଁ। ଯେତେବେଳେ ଜଣେ ରୋଗୀ ଅଚେତ ହୋଇପଡ଼ନ୍ତି ସେତେବେଳେ ହିଁ ତାଙ୍କୁ ହସ୍ପିଟାଲ ଅଣାଯାଏ। କିନ୍ତୁ ଅଚେତ ହେବା ପୂର୍ବରୁ ହସ୍ପିଟାଲ ଆସିବା ଭଲ।

ଆମକୁ ହିଟଷ୍ଟ୍ରୋକ ବିଷୟରେ ଲୋକଙ୍କୁ ଶିକ୍ଷିତ କରିବାକୁ ପଡ଼ିବ। ଅଂଶୁଘାତରେ ଜଣେ ବ୍ୟକ୍ତି ଅସୁସ୍ଥ ହେଲେ, ତାକୁ ହସ୍ପିଟାଲ ଆଣିବା ପରିବର୍ତ୍ତେ ତୁରନ୍ତ ଉକ୍ତ ସ୍ଥାନରେ ହିଁ ଚିକିତ୍ସା କରାଯାଇ ପାରିବ। ତାଙ୍କ ଦେହରେ ପାଣି ଓ ବରଫ ମାରିବା ସହ ହସ୍ପିଟାଲକୁ ଆଣିବା ଭଲ।”

ଦୀର୍ଘ ଗୋଟିଏ ମାସ ହେଲାଣି ଦିଲ୍ଲୀରେ ଅସହ୍ୟ ଗରମ ଅନୁଭୂତ ହେଉଛି। ଏଠାରେ ତାପମାତ୍ରା ନିୟମିତ ଭାବେ ୪୫ ଡିଗ୍ରୀ ଉପରେ ରହୁଛି। ଲୋକଙ୍କୁ ଠିକ ଭାବେ ପାଣି ମିଳି ପାରୁନି। ଗ୍ରୀଷ୍ମ ପ୍ରବାହ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ଏସି ମଧ୍ୟ ଲୋକଙ୍କୁ ଆଶ୍ୱସ୍ତି ଦେଇପାରୁନି।

ଆହୁରି ୨୪ ଘଣ୍ଟା ଦିଲ୍ଲୀ ସମେତ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ବଳବତ୍ତର ରହିବ। ଏହାପରେ ତାତିରୁ ଟିକିଏ ଆଶ୍ୱସ୍ତି ମିଳିବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Delhi Heat Wave Heatstroke