Advertisment

ଫାଶୀଠାରୁ କମ କଷ୍ଟ ଦେଉଥିବା ମୃତ୍ୟୁଦଣ୍ଡର ବିକଳ୍ପ ଅଛି କି? କେନ୍ଦ୍ରକୁ ବିଚାର କରିବାକୁ କହିଲେ ସୁପ୍ରିମକୋର୍ଟ

ସର୍ବୋଚ୍ଚ ଅଦାଲତ ଏ ପ୍ରସଙ୍ଗରେ ଗୋଟିଏ ବିଶେଷଜ୍ଞ କମିଟି ଗଠନ କରିପାରନ୍ତି। ଏଥିସହ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣିଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାର ପ୍ରଭାବ କ’ଣ ସେ ସମ୍ପର୍କରେ କୌଣସି ଗବେଷଣା ଭିତ୍ତିକ ରିପୋର୍ଟ ଅଛି କି ନାହିଁ, ତା’ର ତଥ୍ୟ ମାଗିଛନ୍ତି।

Supreme Court

Supreme Court

Advertisment

ମୃତ୍ୟୁଦଣ୍ଡରେ ଦଣ୍ଡିତ ହେଉଥିବା ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲା ଯାଇଥାଏ। ଏହା ଅଧିକ ଯନ୍ତ୍ରଣା ଦାୟକ। ତେଣୁ ମୃତ୍ୟୁଦଣ୍ଡକୁ କାର୍ଯ୍ୟକାରୀ କରିବା ପାଇଁ ଫାଶୀର ବିକଳ୍ପ କିଛି ଅଛି କି? ଏହା ଉପରେ ବିଚାର କରିବା ପାଇଁ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। କେନ୍ଦ୍ର ସରକାର ଆଲୋଚନା ଦ୍ୱାରା ମୃତ୍ୟୁଦଣ୍ଡକୁ କାର୍ଯ୍ୟକାରୀ କରିବା ପାଇଁ କମ ଯନ୍ତ୍ରଣା ଦେଉଥିବା ପଦ୍ଧତି କିଛି ଅଛି କି ନାହିଁ, ସେକଥା ଜଣାଇବେ।

Advertisment

ସର୍ବୋଚ୍ଚ ଅଦାଲତ ଏ ପ୍ରସଙ୍ଗରେ ଗୋଟିଏ ବିଶେଷଜ୍ଞ କମିଟି ଗଠନ କରିପାରନ୍ତି। ଏଥିସହ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣିଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାର ପ୍ରଭାବ କ’ଣ ସେ ସମ୍ପର୍କରେ କୌଣସି ଗବେଷଣା ଭିତ୍ତିକ ରିପୋର୍ଟ ଅଛି କି ନାହିଁ, ତା’ର ତଥ୍ୟ ମାଗିଛନ୍ତି।

ସର୍ବୋଚ୍ଚ ଅଦାଲତ ପଚାରିଛନ୍ତି ଯେ ଫାଶୀ ଦେବା ଦ୍ୱାରା କେତେ କଷ୍ଟ ହୋଇଥାଏ? ଆଧୁନିକ ବିଜ୍ଞାନ ପଦ୍ଧତି ଫାଶୀର ଦଣ୍ଡକୁ ନେଇ କ’ଣ କହୁଛି? ଦେଶ କିମ୍ବା ବିଦେଶରେ ଏହା ବ୍ୟତୀତ ମୃତ୍ୟୁଦଣ୍ଡର କିଛି ବିକଳ୍ପ ଅଛି କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏଥିସହ ମେ’ ୨ରେ ଏହା ଉପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି।

Advertisment

ମୃତ୍ୟୁଦଣ୍ଡ ପାଉଥିବା ଦୋଷୀଙ୍କ ପାଇଁ ଯନ୍ତ୍ରଣା ହେଉ ନଥିବା ବ୍ୟବସ୍ଥା କରିବାକୁ ଗୋଟିଏ ଆବେଦନ କରାଯାଇଥିଲା। ଆବେଦନକାରୀ ମୃତ୍ୟୁଦଣ୍ଡକୁ କାର୍ଯ୍ୟକାରୀ କରିବା ପାଇଁ ଫାଶୀ ବଦଳରେ ଶୁଟିଂ, ବିଷାକ୍ତ ଇଞ୍ଜକସନ ଓ ବିଦ୍ୟୁତ ଚେୟାରର ବ୍ୟବହାର କରିବାକୁ ମଧ୍ୟ ଦାବି କରିଥିଲେ। ଫାଶୀ ଦଣ୍ଡ ଅତ୍ୟନ୍ତ ନିଷ୍ଠୁର ପ୍ରକ୍ରିୟା ବୋଲି ଆଇନଜୀବୀ ଋଷି ମାଲହୋତ୍ରା କୋର୍ଟଙ୍କୁ କହିବା ସହ ଆଇନ କମିଶନ ରିପୋର୍ଟକୁ ମଧ୍ୟ ପଢ଼ିଛନ୍ତି।

ଏହା ଶୁଣି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, “ହିଁ, ଏହା ଗୋଟିଏ ଚିନ୍ତା କରିବାର ବିଷୟ। ଆମ ହାତରେ କିଛି ବିଜ୍ଞାନି ଭିତ୍ତିକ ତଥ୍ୟ ରହିବା ଆବଶ୍ୟକ। ଆମକୁ ବିଭିନ୍ନ ଉପାୟରେ ଦିଆଯାଉଥିବା ମୃତ୍ୟୁଦଣ୍ଡ ଦ୍ୱରା ଯନ୍ତ୍ରଣା ସଂକ୍ରାନ୍ତ ତଥ୍ୟ ଦିଆଯାଉ। ଆମେ ଗୋଟିଏ କମିଟି ଗଠନ କରିପାରୁ। କମିଟିରେ କେଉଁମାନଙ୍କୁ ସାମିଲ କରାଯିବ, ସେବିଷୟରେ ଆପଣ ମତାମତ ରଖିପାରିବେ।”

ସର୍ବୋଚ୍ଚ ଅଦାଲତ ବିଷାକ୍ତ ଇଞ୍ଜକେସନ ପାଇଁ କେଉଁ ପ୍ରକାରର କେମିକାଲ ବ୍ୟବହାର କରାଯିବ, ତା’ର ଗବେଷଣା କରିବାକୁ କହିଛନ୍ତି। ଏଥିସହ ଗୁଳିମାଡ଼ କରିବା ମିଲିଟାରୀ ଶାସନର ପ୍ରତିଫଳନ। ଏହା ମାନବାଧିକାର ମଧ୍ୟ କ୍ଷୁଣ୍ଣ କରୁଛି। ତେଣୁ କେଉଁ ପଦ୍ଧତି ଆପଣାଯିବ, ତା’ ଉପରେ ବିସ୍ତୃତ ଭାବେ ଆଲୋଚନା ହେବା ସପକ୍ଷରେ ସର୍ବୋଚ୍ଚ ଅଦାଲତ ମତ ରଖିଛନ୍ତି।

Supreme Court Hanging
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe