Advertisment

ଟିମ୍‌ ଇଣ୍ଡିଆ ଭଳି କାମ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ସରକାରଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ

୨୦୪୭ ବିକାଶିତ ଭାରତ ନିମନ୍ତେ ମିଳି ମିଶି କାମ କରିବାକୁ ଶନିବାର ବସିଥିବା ଅଷ୍ଟମ ନୀତି ଆୟୋଗ ଗଭର୍ଣ୍ଣି କାଉନ୍‌ସିଲ ବୈଠକରେ ଆହ୍ୱାନ ଦେଇଛନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
Prime Minister Narendra Modi chairs the 8th Governing Council meeting of Niti Aayog

Prime Minister Narendra Modi chairs the 8th Governing Council meeting of Niti Aayog.

Advertisment

୨୦୪୭ ବିକାଶିତ ଭାରତ ନିମନ୍ତେ ମିଳି ମିଶି କାମ କରିବାକୁ ଶନିବାର ବସିଥିବା ଅଷ୍ଟମ ନୀତି ଆୟୋଗ ଗଭର୍ଣ୍ଣି କାଉନ୍‌ସିଲ ବୈଠକରେ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକଙ୍କ ସ୍ୱପ୍ନକୁ ସାକାର କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ଓ କେନ୍ଦ୍ରଶାସିତ ସରକାରମାନେ ମିଶି ଟିମ୍‌ ଇଣ୍ଡିଆ ଭଳି କାମ କରିବାକୁ ସେ କହିଛନ୍ତି। ସେହିପରି ଆର୍ଥିକ ସ୍ୱାବଲମ୍ବୀ ହେବା, ଉନ୍ନତିକରଣ, ଜଳସଂରକ୍ଷଣ ସମେତ ବିଭିନ୍ନ ବିଷୟ ବିଷୟରେ ସେ ମତ ରଖିଥିଲେ।

Advertisment

ଦିଲ୍ଲୀ ପ୍ରଗତି ମଇଦାନର ନୂଆ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ନୀତି ଆୟୋଗଙ୍କ ସହ ମିଶି ରାଜ୍ୟ ଓ କେନ୍ଦ୍ରଶାସିତ ସରକାରମାନେ ଅମୃତକାଳର ଲକ୍ଷ୍ୟକୁ ହାସଲ କରିବା ନିମନ୍ତେ କାମ କରନ୍ତୁ। ଜିଲ୍ଲା ଓ ବ୍ଲକ ଆକାଂକ୍ଷା ଯୋଜନାକୁ ସଫଳ କରିବାରେ ନୀତି ଆୟୋଗ ବହୁଗୁଣ କାମ କରୁଛି। କେନ୍ଦ୍ର, ରାଜ୍ୟ, ଜିଲ୍ଲା ପ୍ରଶାସନ ସମନ୍ୱୟ ରଖି କାମ କରିବା ଦ୍ୱାରା ତୃଣମୂଳସ୍ତରରେ ନାଗରିକମାନଙ୍କ ଜୀବନଶୈଳୀ ଉନ୍ନତ ହୋଇପାରିବ। ମାଣ୍ଡିଆର ବ୍ୟବହାର ବୃଦ୍ଧି ଓ ଅମୃତ ସରୋବର ପ୍ରକଳ୍ପ ଅନ୍ତର୍ଗତ ଜଳ ସଂରକ୍ଷଣ ଦିଗରେ କାମ କରିବାକୁ ପଡ଼ିବ। ଜି-୨୦ ବୈଠକ ଆୟୋଜନ ଦ୍ୱାରା ଏହା ଦେଶର ଗୌରବ ବୃଦ୍ଧି କରିବା ସହ ରାଜ୍ୟମାନଙ୍କୁ ବିଶ୍ୱରେ ପରିଚିତ କରାଇବ।

କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା, ପର୍ଯ୍ୟଟନର ବିକାଶ, ଶିଶୁ ନିର୍ଯାତନା ରୋକିବା, ମହିଳାଙ୍କ ବିକାଶ, ବୃକ୍ଷ ରୋପଣ, କୃଷିର ଉନ୍ନତି, ନଗର ଉନ୍ନତିକରଣ, କୌଶଳ ବିକାଶ ପ୍ରଭୃତି ଉପରେ ମୋଦି ବୈଠକରେ ମତ ରଖିଥିଲେ।

Advertisment
Narendra Modi Niti Aayog Meeting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe