S Jaishankar
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ସେ ୱାଇସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହୁଥିଲେ। ହେଲେ ଏବେ ଏହାକୁ ଜେଡ ସ୍ତରୀୟ କରି ଦିଆଯାଇଛି।
୬୮ ବର୍ଷୀୟ ଜୟଶଙ୍କରଙ୍କ ସୁରକ୍ଷା କାର୍ଯ୍ୟରେ ଦିଲ୍ଲୀ ପୁଲିସ୍ର ସଶସ୍ତ୍ର କର୍ମଚାରୀ ରହୁଥିଲେ। କିନ୍ତୁ ଏବେ ଠାରୁ ତାଙ୍କ ଚାରିପାଖରେ ସିଆରପିଏଫ ଯବାନମାନେ ରହିବେ। ସେ ଦେଶ ଭିତରେ ଯେଉଁଠି କି ଯିବେ, ତାଙ୍କ ଚାରିପାଖରେ ୧୪ରୁ ୧୫ ଜଣ ସଶସ୍ତ୍ର ଯବାନ ରହିବେ। ୨୪ ଘଣ୍ଟିଆ ସୁରକ୍ଷା ବଳୟ ମଧ୍ୟରେ ଜୟଶଙ୍କର ଯାତାୟାତ କରିବେ।
ସିଆରପିଏଫ ପକ୍ଷରୁ ଏବେ ଦେଶର ୧୭୬ ଜଣଙ୍କୁ ଭିଆଇପି ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଉଛି। ଏମାନଙ୍କ ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ କଂଗ୍ରେସର ସୋନିଆ, ରାହୁଲ ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରମୁଖ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1697124506.jpg)