Advertisment

President Trip: ରାଷ୍ଟ୍ରପତିଙ୍କ ଗସ୍ତରେ ବିଭ୍ରାଟ: ୱାଶରୁମରେ ପାଣି ନଥିଲା, ରାସ୍ତାରେ ଗଦା ହୋଇଥିଲା ଅଳିଆ

ରାଷ୍ଟ୍ରପତି ମୁର୍ମୁଙ୍କୁ ମମତା ବାନାର୍ଜୀଙ୍କ ଟିଏମସି ଅସମ୍ମାନ କରିଥିବା ବିଜେପି ଅଭିଯୋଗ କରିଥିବା ବେଳେ ରାଜନୀତି ଫାଇଦା ପାଇଁ ବିଜେପି ଦେଶର ସର୍ବୋଚ୍ଚ ପଦର ଅପବ୍ୟବହାର କରୁଥିବା ମମତା କହିଛନ୍ତି।

author-image
Hemant Lenka
mamata

ମମତା, ରାଷ୍ଟ୍ରପତି ମୁର୍ମୁ ଓ ମୋଦି

ରାଷ୍ଟ୍ରପତି(President) ଦ୍ରୌପଦୀ ମୁର୍ମୁଙ୍କ ପଶ୍ଚିମବଙ୍ଗ ଗସ୍ତକୁ ନେଇ ବିବାଦ ଲାଗି ରହିଥିବା ବେଳେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ରାଜ୍ୟ ମୁଖ୍ୟ ଶାସନ ସଚିବ ନନ୍ଦିନୀ ଚକ୍ରବର୍ତ୍ତୀଙ୍କୁ ରିପୋର୍ଟ ମାଗିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ପ୍ରୋଟକଲ ଉଲ୍ଲଙ୍ଘନ ସମ୍ପର୍କରେ ଗୃହ ସଚିବ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସୂତ୍ର ଅନୁସାରେ, ନିଜ ଚିଠିରେ ଗୃହ ସଚିବ ୪ଟି ପଏଣ୍ଟ ଉଠାଇଛନ୍ତି। ୧- କାହିଁକି ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୁଲିସ୍‌ ମହାନିର୍ଦ୍ଦେଶକ ଉପସ୍ଥିତ ନଥିଲେ? ୨- ରାଷ୍ଟ୍ରପତିଙ୍କ ବ୍ୟବହାର ପାଇଁ ତିଆରି କରାଯାଇଥିବା ୱାଶରୁମରେ କାହିଁକି ପାଣି ନଥିଲା? ୩- ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଚିହ୍ନଟ ହୋଇଥିବା ରାସ୍ତାରେ ଅଳିଆ ଗଦା ହୋଇ ରହିଥିଲା।

୪- ଦାର୍ଜିଲିଂର ଜିଲ୍ଲା ମାଜିଷ୍ଟ୍ରେଟ, ସିଲିଗୁଡ଼ି ପୁଲିସ୍ କମିଶନ ଓ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ପରିଚାଳନାଗତ ତ୍ରୁଟି ପାଇଁ ଦାୟୀ। ସେମାନଙ୍କ ବିରୋଧରେ ଏଥିପାଇଁ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଗୃହ ସଚିବ ପ୍ରଶ୍ନ କରିଛନ୍ତି। ଏଥିସହ ରବିବାର ସନ୍ଧ୍ୟା ୫ଟା ସୁଦ୍ଧା ଜବାବ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ରାଷ୍ଟ୍ରପତିଙ୍କ ବେଙ୍ଗଲ ଗସ୍ତ ସମୟରେ ପ୍ରୋଟକଲ ଉଲ୍ଲଙ୍ଘନ ଅଭିଯୋଗ ଆସିବା ପରେ ରାଜ୍ୟର କ୍ଷମତାସୀନ ଟିଏମସି ଓ କେନ୍ଦ୍ରର ବିଜେପି ମଧ୍ୟରେ ବାକଯୁଦ୍ଧ ଚାଲିଛି। ରାଷ୍ଟ୍ରପତି ମୁର୍ମୁଙ୍କୁ ମମତା ବାନାର୍ଜୀଙ୍କ ଟିଏମସି ଅସମ୍ମାନ କରିଥିବା ବିଜେପି ଅଭିଯୋଗ କରିଥିବା ବେଳେ ରାଜନୀତି ଫାଇଦା ପାଇଁ ବିଜେପି ଦେଶର ସର୍ବୋଚ୍ଚ ପଦର ଅପବ୍ୟବହାର କରୁଥିବା ମମତା କହିଛନ୍ତି। 

ଏହାପୂର୍ବରୁ ରାଷ୍ଟ୍ରପତି ମୁର୍ମୁ ତାଙ୍କ କାର୍ଯ୍ୟକ୍ରମରେ ହୋଇଥିବା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଓ ମୁଖ୍ୟମନ୍ତ୍ରୀ କାହିଁକି ତାଙ୍କ ପାଖକୁ ଆସିଲେ ନାହିଁ ବୋଲି ପ୍ରଶ୍ନ କରି ଚକିତ ହୋଇଥିଲେ। 

`ନବମ ଅନ୍ତର୍ଜାତୀୟ ସାନ୍ତାଳ ମହୋତ୍ସବ’ର ସଭାସ୍ଥଳକୁ ଶେଷ ମୁହୂର୍ତ୍ତରେ ବଦଳାଇ ଦିଆଯାଇଥିବାରୁ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ ରାଷ୍ଟ୍ରପତି ମୁର୍ମୁ। ରାଷ୍ଟ୍ରପତି କହିଥିଲେ, “ମୁଁ ଶୁଣିଲି ପ୍ରସ୍ତାବିତ ସଭାସ୍ଥଳଟି ସଙ୍କୁଚିତ ଓ ଭିଡ଼ ହେବ କହି ଶେଷ ମୁହୂର୍ତ୍ତରେ ବଦଳାଇ ଦିଆଯାଇଛି। ମମତା ଦିଦି ମୋର ସାନ ଭଉଣୀ ଭଳି। ମୁଁ ଜାଣେ ନାହିଁ ତାଙ୍କର ମୋ ବିରୋଧରେ କ’ଣ ଅଭିଯୋଗ ରହିଛି?”

ଅନ୍ତର୍ଜାତୀୟ ସାନ୍ତାଳ ମହୋତ୍ସବକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ, “ବୋଧେ ସାନ୍ତାଳ ଏକାଠି ହୁଅନ୍ତୁ, କେହି ଚାହୁଁନାହାନ୍ତି? ସେମାନେ ବିକାଶ କରନ୍ତୁ, ଶିକ୍ଷା ପାଆନ୍ତୁ, ସଶକ୍ତ ହୁଅନ୍ତୁ ବୋଲି ବୋଧେ କେହି ଚାହୁଁନାହାନ୍ତି। ହେଲେ ମୁଁ ଜାଣେ ସାନ୍ତାଳୀମାନେ ଦେଶ ପାଇଁ ଜୀବନ ଉତ୍ସର୍ଗ କରିଛନ୍ତି। ସେମାନଙ୍କର ଅବଦାନ ଇତିହାସରେ ଉପଯୁକ୍ତ ଭାବେ ଉଲ୍ଲେଖ କରାଯାଇନାହିଁ। ଜାଣିଶୁଣି ଏହାକୁ ଇତିହାସରେ ରଖାଯାଇନାହିଁ।” 

ପ୍ରଥମେ ଏହି ପ୍ରସ୍ତାବିତ ସଭାସ୍ଥଳ ଦାର୍ଜିଲିଂର ବିଧାନନଗରରେ ରଖାଯାଇଥିଲା। ମାତ୍ର ପରେ ପ୍ରଶାସନ ସଭାସ୍ଥଳକୁ ସିଲିଗୁଡ଼ିର ଗୋସାଇଁପୁରକୁ ଘୁଞ୍ଚାଇ ଦେଇଥିଲା। ସମ୍ମିଳନୀରେ ସମ୍ବୋଧନ କରିବା ପରେ ରାଷ୍ଟ୍ରପତି ପ୍ରଥମ ପ୍ରସ୍ତାବିତ ସଭାସ୍ଥଳକୁ ଯାଇଥିଲେ।

ପ୍ରଶାସନର ଏଭଳି ନିଷ୍ପତ୍ତିକୁ ଦେଖି କହିଥିଲେ, “ମୁଁ ଏଠି ଦେଖୁଛି ୫ ଲକ୍ଷ ଲୋକ ଏକାଠି ହୋଇପାରିବେ। ପ୍ରଶାସନର ଉଦ୍ଦେଶ୍ୟ କ’ଣ ରହିଥିଲା, ମୁଁ ବୁଝିପାରୁନାହିଁ। ଦୁଃଖର କଥା, ପ୍ରୋଟୋକଲ ଅନୁସାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିମ୍ବା କୌଣସି ରାଜ୍ୟ ମନ୍ତ୍ରୀ ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ କଲେ ନାହିଁ।” 

President