Advertisment

କଡ଼ ଲେଉଟାଇଲାଣି କରୋନା; ସବୁ ରାଜ୍ୟ ସହ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

କେରଳରେ ଦେଶର ପ୍ରଥମ JN.1 ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ ହେବା ପରେ, ସ୍ଥିତି ଉପରେ କଡ଼ା ନଜର ରଖିବା ପାଇଁ ସତର୍କ କରିଛି କେନ୍ଦ୍ର।

ଅଦ୍ୟତନ ହୋଇଛି
mansukh-mandaviya

mansukh-mandaviya

Advertisment

ଚିନ୍ତା ବଢ଼ାଇଲାଣି କୋଭିଡ୍ ସଂକ୍ରମଣ । କିଛି ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ।

Advertisment

ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଆନୁସଙ୍ଗିକ ସେବାର ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିବା ଲାଗି କେନ୍ଦ୍ରସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମିଟିଂ ହେବ। ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଆନୁସଙ୍ଗିକ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ।

କେରଳରେ ଦେଶର ପ୍ରଥମ JN.1 ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ ହେବା ପରେ, ଜିଲ୍ଲା ସ୍ତରରୁ ସ୍ଥିତି ଉପରେ କଡ଼ା ନଜର ରଖିବା ପାଇଁ ସତର୍କ କରିଛି କେନ୍ଦ୍ର। ଆଗକୁ ବଡ଼ଦିନ ଓ ନୂଆବର୍ଷ ଆସୁଥିବାରୁ ଦିନକ ତଳେ କେନ୍ଦ୍ର ସ୍ୱା଼ସ୍ଥ୍ୟ ସଚିବ ସମସ୍ତ ରାଜ୍ୟକୁ ଚିଠି ଲେଖି, ନିର୍ଦ୍ଧାରିତ ପ୍ରଟୋକଲ୍ ଅନୁସାରେ ସର୍ଭେଲାନ୍ସ ଜାରି ରଖିବାକୁ, ସଚେତନତା ସୃଷ୍ଟି କରିବାକୁ ଏବଂସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ଏଥିସହ ଜିଲ୍ଲାସ୍ତରରେ ଇନଫ୍ଲୁଏଞ୍ଜା ଲାଇକ୍ ଇଲନେସ୍ ବା ‘ଇଲି’ ଏବଂ ସିଭିୟର ଆକ୍ୟୁଟ୍ରେସ୍ପିରେଟୋରି ଇଲନେସ୍ ବା ‘ସାରି’ ଲକ୍ଷଣ ପ୍ରତି ଦୃଷ୍ଟି ରଖିବାକୁ ପରାମର୍ଶଦେଇଥିଲେ। ଜିଲ୍ଲାସ୍ତରରେ ପର୍ଯ୍ୟାପ୍ତ ଟେଷ୍ଟିଂ ବ୍ୟବସ୍ଥା କରିବାକୁ ଏବଂ RT-PCR ଟେଷ୍ଟ ସହ ପଜିଟିଭ ସାମ୍ପଲକୁ ଜିନମ୍ ସିକ୍ୟୁଏନ୍ସିଂ ପାଇଁ ପଠାଇବାକୁ କୁହାଯାଇଛି। 

Delhi Corona Mansukh Mandaviya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe