ଚହଲ-ଧନଶ୍ରୀଙ୍କ ବିବାହ ବିଚ୍ଛେଦର ମୂଲ୍ୟ ୪.୭୫ କୋଟି! ପୂରା ସମ୍ପର୍କରେ ‘ଅଢ଼େଇ’ର ଗୁରୁତ୍ୱ

ବମ୍ବେ ହାଇକୋର୍ଟ ପାରିବାରିକ ଅଦାଲତଙ୍କୁ ଚହଲ-ଧନଶ୍ରୀଙ୍କ ଛାଡ଼ପତ୍ର ମାମଲାରେ ତୁରନ୍ତ ରାୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Chahal

ଚହଲ ଓ ଧନଶ୍ରୀ (ଫାଇଲ ଫଟୋ)

Hemant Lenka
  • Published: Wednesday, 19 March 2025
  • , Updated: 19 March 2025, 07:53 PM IST

ଡ୍ୟାନ୍ସ କ୍ଲାସରୁ ଆରମ୍ଭ ହୋଇଥିବା ଲଭଷ୍ଟୋରୀ ବିବାହର ରୂପ ନେଇଥିଲା। କିନ୍ତୁ ଏବେ ଏହି ବିବାହ ବିଚ୍ଛେଦର ରୂପ ନେବାକୁ ଯାଉଛି। କ୍ରିକେଟର ୟୁଜଭେନ୍ଦର ଚହଲ ଓ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର ଚୂଡ଼ାନ୍ତ ହୋଇଛି। ଆସନ୍ତାକାଲି ବମ୍ବେର ଗୋଟିଏ ପାରିବାରିକ ଅଦଲାତ ଏହି ଛାଡ଼ପତ୍ର ଉପରେ ମୋହର ମାରିବେ। ସର୍ତ୍ତ ଅନୁସାରେ ଛାଡ଼ପତ୍ର ବାବଦରେ ଚହଲ ୪.୭୫ କୋଟିର କ୍ଷତିପୂରଣ ଧନଶ୍ରୀଙ୍କୁ ଦେବେ। ପୂର୍ବରୁ ସେ ୨.୩୭ କୋଟି ଟଙ୍କା ଦେଇ ସାରିଛନ୍ତି। ଆସନ୍ତକାଲି ବାକି ଟଙ୍କା ଦେଇ ସବୁଦିନ ପାଇଁ ଧନଶ୍ରୀଙ୍କୁ ନିଜ ଜୀବନରୁ ଅଲଗା କରିଦେବେ।

ଆଜି ବମ୍ବେ ହାଇକୋର୍ଟ ପାରିବାରିକ ଅଦାଲତଙ୍କୁ ଚହଲ-ଧନଶ୍ରୀଙ୍କ ଛାଡ଼ପତ୍ର ମାମଲାରେ ତୁରନ୍ତ ରାୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାର ଆଣ୍ଡ ବେଞ୍ଚର ଖବର ମୁତାବକ ବମ୍ବେ ହାଇକୋର୍ଟରେ ପୂର୍ବରୁ ପାରିବାରିକ ଅଦାଲତ ଦେଇଥିବା ରାୟକୁ ଓଲଟାଇ ଦେଇଛନ୍ତି। ହିନ୍ଦୁ ବିବାହ ଅଧିନିୟକ ଅନୁସାରେ ଛାଡ଼ପତ୍ର ପାଇଁ ପାରିବାରିକ ଅଦାଲତ ଚହଲ ଓ ଧନଶ୍ରୀଙ୍କୁ ୬ ମାସର କୁଲିଂ ଅଫ ପରିୟନ ବା ଆପୋଷ ବୁଝାମଣା ପାଇଁ ୬ମାସ ସମୟ ଦେଇଥିଲେ। ହେଲେ ୬ ମାସର ସମୟ ଦିଆଯିବା ରାୟକୁ ଉଭୟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

 
 
 
 
 
 
 
 
 
 
 
 
 
 
 

A post shared by Dhanashree Verma (@dhanashree9)

ଏହାର ଶୁଣାଣି ଜଷ୍ଟିସ ମାଧବ ଜାମଦାରଙ୍କ ଖଣ୍ଡପୀଠ କରିଛନ୍ତି। ଜଷ୍ଟିସ ମାଧବ ଆଜି ଶୁଣାଣି ବେଳେ ପାରିବାରିକ ଅଦଲତାଙ୍କୁ ଆସନ୍ତାକାଲି ରାୟ ପ୍ରକାଶ କରିବାକୁ କହିଛନ୍ତି। ଆଇପିଏଲ ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଥିବା ବେଳେ ଚହଲ ପଞ୍ଜାବ ପାଇଁ ଖେଳିବାକୁ ଚୁକ୍ତି କରିଛନ୍ତି। ତେଣୁ ରାୟ ପ୍ରକାଶ ଏହାକୁ ଦୃଷ୍ଟିରେ ରଖି କରିବାକୁ ହାଇକୋର୍ଟ କହିଛନ୍ତି।

ଚହଲ-ଧନଶ୍ରୀଙ୍କ ସମ୍ପର୍କରେ ‘ଅଢ଼େଇ’ ଅକ୍ଷରର ଗୁରୁତ୍ୱ

ଚହଲ-ଧନଶ୍ରୀଙ୍କ ଲଭଷ୍ଟୋରୀ, ବିବାହ ଓ ଏବେ ବିଚ୍ଛେଦ ମଧ୍ୟରେ ‘ଅଢ଼େଇ’ ଅକ୍ଷରର ଗୁରୁତ୍ୱ ବେଶ ଅଧିକ। ଅଢ଼େଇ ଏମିତି ଏକ ଅକ୍ଷର ବା ଶବ୍ଦ ଯାହା ଚହଲ ଓ ଧନଶ୍ରୀଙ୍କ ପୂରା କାହାଣୀକୁ ବୟାନ କରୁଛି। ଅଢ଼େଇ ମାସର ପ୍ରେମ, ବିବାହ ପରେ ଅଢ଼େଇ ବର୍ଷ ଏକାଠି ରହିବା ଓ ଅଢ଼େଇ ମାସ ଅଲଗା ରହିବା ଉପରେ ପୂରା ସମ୍ପର୍କ ପର୍ଯ୍ୟବେସିତ।

ଅଢ଼େଇ ମାସରେ ଧନଶ୍ରୀଙ୍କୁ ଭଲ ପାଇ ବସିଥିଲେ ଚହଲ

୨୦୨୦ ଲକଡାଉନ ସମୟରେ ଚହଲ ଓ ଧନଶ୍ରୀଙ୍କ ଦେଖା ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିଲା। ଗୋଟିଏ ଇଣ୍ଟରଭ୍ୟୁରେ ଧନଶ୍ରୀ କହିଥିଲେ ଯେ ଲକଡାଉନ ସମୟରେ ଚହଲ ତାଙ୍କର ଅନଲାଇନ ଡ୍ୟାନ୍ସ କ୍ଲାସରେ ଯୋଗ ଦେଇଥିଲେ। ଏହି ସମୟରେ ଚହନ ତାଙ୍କୁ ଭଲ ପାଇ ବସିଥିଲେ। ଅଢ଼େଇ ମାସର ପ୍ରେମ ସମ୍ପର୍କ ପରେ ଧନଶ୍ରୀ ବାହାଘର ପାଇଁ ରାଜି ହୋଇ ଯାଇଥିଲେ। ଉଭୟ ୨୦୨୦ ମସିହା ଡିସେମ୍ବର ୨୨ରେ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ। ଉଭୟଙ୍କ ବାହାଘର ଦିଲ୍ଲୀରେ ହୋଇଥିଲା। ଚହଲଙ୍କ ବାହାଘର ବେଳେ ଭାରତୀୟ ଟିମର ଅଧିକାଂଶ ଖେଳାଳି ଅଷ୍ଟ୍ରେଲିଆ ଟୁରରେ ଥିଲେ। ତେଣୁ ଅନେକ ଖେଳାଳି ବାହାଘରରେ ସାମିଲ ହୋଇ ପାରି ନଥିଲେ। ବାହାଘରର ଫଟୋ ଓ ଭିଡିଓ ସୋଶାଲ ମିଡିଆରେ ବେଶ ଭାଇରାଲ ହୋଇଥିଲା।

ବାହାଘର ପରେ ଅଢ଼େଇ ବର୍ଷ ଏକାଠି ରହିଥିଲେ

ବାହାଘର ପରେ ଚହଲ ଓ ଧନଶ୍ରୀ ପ୍ରାୟ ଅଢ଼େଇ ବର୍ଷ ଏକାଠି ରହିଥିଲେ। ଏହାପରେ ମତପାର୍ଥକ୍ୟ ସୃଷ୍ଟି ହୋଇଥିଲା ଓ ସମ୍ପର୍କରେ ରେଳ ଲାଇନଚ୍ୟୁତ ହୋଇଥିଲା। ଏହାର ସଙ୍କେତ ସେତେବେଳେ ମିଳିଥିଲା ଯେତେବେଳେ ଧନଶ୍ରୀ ନିଜ ଇଷ୍ଟାଗ୍ରାମ ଆଇଡିରୁ ଚହଲ ସରନେମ ହଟାଇ ଦେଇଥିଲେ।

 
 
 
 
 
 
 
 
 
 
 
 
 
 
 

A post shared by Dhanashree Verma (@dhanashree9)

ଏସବୁ ଘଟଣା ୨୦୨୨ ଅଗଷ୍ଟ ମାସର କଥା। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତା’ହେଲେ ସେବେଠାରୁ ଚହଲ ଓ ଧନଶ୍ରୀ ଅଲଗା ଅଲଗା ରହିବା ଆରମ୍ଭ କରିଥିଲେ। ଏହାର ଅର୍ଥ ବାହାଘର ପରେ ଉଭୟ କେବଳ ଅଢ଼େଇ ବର୍ଷ ଏକାଠି ରହିଥିଲେ।

ଅଲଗା ହୋଇ ରହିଲେ ଅଢ଼େଇ ବର୍ଷ

ଧନଶ୍ରୀ ଯେବେ ଠାରୁ ଚହଲ ସରନେମ ହଟାଇ ଦେଲେ ସେବେ ଠାରୁ ଉଭୟ ଛାଡ଼ପତ୍ର ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। କିନ୍ତୁ ଅଗଷ୍ଟ ମାସରେ ଚହଲ ନିଜେ ଗୋଟିଏ ପୋଷ୍ଟ ଶେୟାର କରି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଚେଷ୍ଟା କରିଥିଲେ। ହେଲେ ଉଭୟ ସେତେବେଳେ ମଧ୍ୟ ଅଲଗା ଅଲଗା ରହୁଥିଲେ। ଏହାପରେ ଅଢ଼େଇ ମାସର ପ୍ରେମ, ଅଢ଼େଇ ବର୍ଷର ବାହାଘର ଓ ଧୀରେଧୀରେ ବାହାଘର ଖତମ ହେବା ସ୍ଥିତିରେ ପହଞ୍ଚି ଯାଇଥିଲା। ତଥାପି ଏକାଧିକ ଥର ଆପୋଷ ବୁଝାମଣା ପାଇଁ ପ୍ରୟାସ ହୋଇଥିଲା। ହେଲେ କିଛି ବି ସ୍ୱାଭାବିକ ହୋଇପାରି ନଥିଲା। ୨୦୨୫ ଆସିବା ମାତ୍ରେ ଦୁହେଁ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ୨୦୨୫ ଫେବୃଆରୀ ୫ରେ ଚହଲ ଓ ଧନଶ୍ରୀ ପରସ୍ପର ସହମତିରେ ଛାଡ଼ପତ୍ର ପାଇଁ ପାରିବାରିକ ଅଦାଲତରେ ଆବେଦନ କରିଥିଲେ। ଆସନ୍ତକାଲି କୋର୍ଟ ଏହାର ରାୟ ପ୍ରକାଶ କରିବେ।

ପେଶାରେ ଧନଶ୍ରୀ ଜଣେ ଦାନ୍ତ ଡାକ୍ତର

ଧନଶ୍ରୀ ବର୍ମା ଜଣେ ଦାନ୍ତ ଡାକ୍ତର। ସେ ମୁମ୍ବାଇର ଗୋଟିଏ କଲେଜରୁ ଡାକ୍ତରୀ ପାଠକ୍ୟକ୍ରମ ଶେଷ କରିଛନ୍ତି। କିନ୍ତୁ ଆରମ୍ଭରୁ ହିଁ ତାଙ୍କର ରୁଚି ନାଚ ପ୍ରତି ରହିଥିଲା। ଏଥିପାଇଁ ସେ ଡ୍ୟାନ୍ସକୁ ନିଜର କ୍ୟାରିୟର ଭାବେ ବାଛିଥିଲେ। ୨୦୧୭ରେ ସେ ନିଜର ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲେ। ଧୀରେଧୀରେ ସେ ନିଜର ଡ୍ୟାନ୍ସ ପାଇଁ ପରିଚୟ ହାସଲ କରିଥିଲେ। କୋରିୟଗ୍ରାଫି ଜଗତରେ ଧନଶ୍ରୀ ଜଣେ ଚର୍ଚ୍ଚିତ ଚେହେରା।

ତାଙ୍କର ଅନେକ ଡ୍ୟାନ୍ସ ଭିଡିଓ ବେଶ ଭାଇରାଲ ହୋଇଛି। ଏବେ ତାଙ୍କ ୟୁଟ୍ୟୁବ ଚ୍ୟାନେଲର ସବସ୍କ୍ରାଇବରଙ୍କ ସଂଖ୍ୟା ୨.୭୯ ମିଲିୟନ। ଧନଶ୍ରୀ ବଲିଉଡର ଗୀତ ଗୁଡ଼ିକୁ ରିକ୍ରିଏଟ କରନ୍ତି। ଏଥିସହ ସେ ହିପହପର ଟ୍ରେନିଂ ମଧ୍ୟ ଦିଅନ୍ତି। ସୋଶାଲ ମିଡିଆରେ ମଧ୍ୟ ସେ ବେଶ ସକ୍ରିୟ। ତାଙ୍କର ନିଜସ୍ୱ ଡ୍ୟାନ୍ସ କମ୍ପାନୀ ରହିଛି। ସେ ଅନେକ ରିଲ୍ସ ମଧ୍ୟ କରନ୍ତି। ଚହଲଙ୍କ ସହ ତାଙ୍କ ଏକାଧିକ ରିଲିପ୍ସ ଅନେକ ଭାଇରାଲ ହୋଇଛି।

 
 
 
 
 
 
 
 
 
 
 
 
 
 
 

A post shared by Dhanashree Verma (@dhanashree9)

Related story