Advertisment

ପାଖେଇ ଆସୁଛି ରାମ ନବମୀ; ସୁନା-ରୁପାରେ ଖଚ୍ଚିତ ବସ୍ତ୍ର ପରିଧାନ କରିବେ ରାମଲଲା

ଚୈତ୍ର ନବରାତ୍ରୀ ଉପଲକ୍ଷେ ସ୍ୱତନ୍ତ୍ର ସୁନା-ରୁପାରେ ଖଚ୍ଚିତ ବସ୍ତ୍ର ପରିଧାନ କରିବେ ରାମଲଲା...

author-image
Debibandita Barick
Ram Lalla

Ram Lalla

ସୁନା, ରୁପା ପ୍ରିଣ୍ଟ ବସ୍ତ୍ର ପରିଧାନ କରିବେ ରାମଲଲା। ଆଜିଠାରୁ ଚୈତ୍ର ନବରାତ୍ରୀ ଆରମ୍ଭ ହେଉଥିବାରୁ ରାମ ନବମୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ବସ୍ତ୍ର ପରିଧାନ କରିବେ ପ୍ରଭୁ। 

Advertisment

ଏଥିପାଇଁ ଖଦି ବସ୍ତ୍ରରେ ରାମଲଲାଙ୍କୁ ଯେଉଁ ବସ୍ତ୍ର ପିନ୍ଧାଯିବ ସେଥିରେ ସୁନା ଓ ରୁପା ଖଡି ପ୍ରିଣ୍ଟ କରାଯାଇଛି। ୯ ଦିନ ଧରି ବିଭିନ୍ନ ରଙ୍ଗର ବସ୍ତ୍ର ପରିଧାନ କରିବେ ରାମଲଲା। ଏପ୍ରିଲ ୧୭ରେ ରାମ ନବମୀ ଥିବାରୁ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। 

ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରେ ଭବ୍ୟ ମନ୍ଦିରରେ ପ୍ରଭୁଙ୍କକର ପ୍ରଥମ କରି ରାମ ନବମୀ ପୂଜା ଅନୁଷ୍ଠିତ ହେବ। ଏଥିପାଇଁ ଅଯୋଧ୍ୟା ସମେତ ସମଗ୍ର ଦେଶରେ ଭବ୍ୟ ପ୍ରସ୍ତୁତି କରାଯାଇଛି।  

Advertisment
Ram Lalla Ram Lalla Idol Chaitra Navratri