Advertisment

ସାଂସଦ ପଦ ହରାଇବେ କି କଙ୍ଗନା? ହାଇକୋର୍ଟ ପଠାଇଲେ ନୋଟିସ୍‌

କଙ୍ଗନାଙ୍କୁ ହାଇକୋର୍ଟ ନୋଟିସ୍‌ ଜାରି କରି ଆସନ୍ତା ଅଗଷ୍ଟ ୨୧ ସୁଦ୍ଧା ଏହାର ଜବାର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Kangana Ranawat

Kangana Ranawat

Advertisment

ଅଡୁଆରେ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାଓ୍ୱତ। ସେ ତାଙ୍କ ସାଂସଦ ପଦ ହରାଇପାରନ୍ତି। ହିମାଚଳ ପ୍ରଦେଶର ମାଣ୍ଡି ଲୋକସଭା ଆସନରୁ ବିଜେପି ସାଂସଦ କଙ୍ଗନା ରାଣାଓ୍ୱତ ନିର୍ବାଚନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ତାଙ୍କ ସାଂସଦ ପଦ ରଦ୍ଦ ଦାବିରେ ପଟିସନ ଦାଖଲ ହୋଇଛି। ଏହା ପରେ ହିମାଚଳ ପ୍ରଦେଶ ହାଇକୋର୍ଟ କଙ୍ଗନାଙ୍କୁ ନୋଟିସ ଜାରି କରିଛନ୍ତି।

Advertisment

କିନ୍ନର ନିବାସୀ ଲାୟକ ରାମ ନେଗି କଙ୍ଗନାଙ୍କ ବିରୋଧରେ ପିଟିସନ ଦାଖଲ କରିଛନ୍ତି। କଙ୍ଗନା ନିର୍ବାଚନକୁ ବାତିଲ କରିବାକୁ ସେ ଏଥିରେ ଦାବି କରିଛନ୍ତି। ଲାୟକ ରାମ ନେଗି ହେଉଛନ୍ତି ବନ ବିଭାଗର ଜଣେ ପୂର୍ବତନ କର୍ମଚାରୀ।

ଏହି ଲୋକସଭା ଆସନରୁ ସେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ନାମାଙ୍କନ ପତ୍ରକୁ ମଣ୍ଡି ନିର୍ବାଚନ ଅଧିକାରୀ ଭୁଲ୍‌ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ। ଯଦି ତାଙ୍କ ନାମାଙ୍କନ ପତ୍ର ଗ୍ରହଣ କରାଯାଇଥାନ୍ତା ତେବେ ସେ ଜିତିଥାନ୍ତେ। ତେଣୁ ଏହି ସମୟରେ ପୁଣି ଥରେ ନିର୍ବାଚନ କରିବାକୁ ସେ ଦାବି କରିଛନ୍ତି। ସେପଟେ କଙ୍ଗନାଙ୍କୁ ହାଇକୋର୍ଟ ନୋଟିସ୍‌ ଜାରି କରି ଆସନ୍ତା ଅଗଷ୍ଟ ୨୧ ସୁଦ୍ଧା ଏହାର ଜବାର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

କହିରଖୁ ଯେ, ଚଳିତ ଲୋକସଭା ନିର୍ବାଚନରେ ରାଜନୀତିରେ ଡେବ୍ୟୁ କରିଥିଲେ କଙ୍ଗନା ରଣାଓ୍ୱତ। ସେ ବିଜେପି ଟିକେଟ୍‌ରୁ ମଣ୍ଡି ଲୋକସଭା ଅସନରୁ ନିର୍ବାଚନ ଲଢ଼ିଥିଲେ। ଏହି ଆସନରେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ବିକ୍ରମଦିତ୍ୟ ସିଂଙ୍କୁ ୭୪,୭୫୫ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।

Kangana Ranaut Himachal Pradesh BJP MP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe