Advertisment

ପ୍ରେମ ପାଇଁ ପ୍ରାଣ ଗଲା; ଯୁବକଙ୍କୁ ୮ ପିସ୍‌ କରି ଫୋପାଡ଼ି ଦେଲେ ଯୁବତୀଙ୍କ ଭାଇ

ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ତଥା ମୁମ୍ବାଇର ସରସ୍ୱତୀ ମର୍ଡର କେସ୍‌ର ପୁନରାବୃତ୍ତି ହୋଇଛି ହିମାଚଳ ପ୍ରଦେଶରେ। ହିମାଚଳ ପ୍ରଦେଶର ଚମ୍ବା ଅଞ୍ଚଳରେ ଅନ୍ୟ ସମ୍ପ୍ରଦାୟର ଯୁବତୀଙ୍କୁ ପ୍ରେମ କରିବାରୁ ହତ୍ୟାର ଶିକାର ହେଲେ ଯୁବକ।

Pic

Pic

Advertisment

ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ତଥା ମୁମ୍ବାଇର ସରସ୍ୱତୀ ମର୍ଡର କେସ୍‌ର ପୁନରାବୃତ୍ତି ହୋଇଛି ହିମାଚଳ ପ୍ରଦେଶରେ। ହିମାଚଳ ପ୍ରଦେଶର ଚମ୍ବା ଅଞ୍ଚଳରେ ଅନ୍ୟ ସମ୍ପ୍ରଦାୟର ଯୁବତୀଙ୍କୁ ପ୍ରେମ କରିବାରୁ ହତ୍ୟାର ଶିକାର ହେଲେ ଯୁବକ। ଏପରିକି ଯୁବକଙ୍କୁ ହତ୍ୟା କରି ୮ ଖଣ୍ଡ କରି ଏକ ବସ୍ତାରେ ପଶାଇ ଫୋପାଡ଼ିଦେଲେ ଯୁବତୀଙ୍କ ଭାଇ। ଏପରି ବର୍ବର କାଣ୍ଡ ଘଟାଇଥିବା ୩ ଜଣଙ୍କୁ ବାନ୍ଧିଛି ପୁଲିସ୍‌। ମୃତ ଯୁବକ ୨୧ ବର୍ଷୀୟ ମନୋହର ବୋଲି ଜଣାଯାଇଛି।

Advertisment

ମନୋହର ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବତୀଙ୍କୁ ଭଲ ପାଉଥିଲେ। ଏହାକୁ ଯୁବତୀଙ୍କ ପରିବାର ତୀବ୍ର ବିରୋଧ କରିଥିଲେ ଓ ଦୂରେଇ ରହିବାକୁ ମନୋହରଙ୍କୁ ଧମକ ଦେଉଥିଲେ।

ଛଅ ଦିନ ତଳେ ମନୋହର କୌଣସି କାମରେ ଘରୁ ବାହାରି ଆଉ ଫେରି ନ ଥିଲେ। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଗତ ୯ ତାରିଖରେ ଥରୌଲି ଗାଁ ନିକଟରେ ଲୋକେ ଯାତାୟତ କରୁଥିବା ବେଳେ ଏକ ବସ୍ତାରେ କିଛି ନାଳ କଡ଼ରେ ପଡ଼ିଥିବା ବେଳେ ସେଥିରୁ ଦୁର୍ଗନ୍ଧ ବାହାରୁଥିବା ପୁଲିସ୍‌କୁ ସୂଚନା ଦେଇଥିଲେ।

Advertisment

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବସ୍ତା ଖୋଲି ଯାହା ଦେଖିଲା ଅବାକ ରହିଗଲା। ବସ୍ତାରେ ଏକ ମୃତଦେହ ଥିବା ବେଳେ ତାହା ୮ ଖଣ୍ଡ ହୋଇଥିଲା। ଏନେଇ ମନୋହରଙ୍କ ପରିବାରକୁ ଖବର ଦିଆଯିବାରୁ ସେମାନେ ପହଞ୍ଚି ପୁଅର ମୃତଦେହ ଚିହ୍ନଟ କରିଥିଲେ।

ଏହାପରେ ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏହି ଘଟଣାରେ ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି। ଏଥିସହ ଏଥିରେ ଆଉ କାହାର ସମ୍ପୃକ୍ତି ଅଛି ତାହାର ବି ତଦନ୍ତ କରୁଛି ପୁଲିସ୍‌ ।

Murder Himachal Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe