Advertisment

ଶପଥ ନେଲେ ଚମ୍ପାଇ ସୋରେନ୍‌

ଝାଡ଼ଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଲେ ଚମ୍ପାଇ ସୋରେନ୍‌ । ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ସିପି ରାଧାକୃଷ୍ଣନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଅଦ୍ୟତନ ହୋଇଛି
Champai Soren

Champai Soren

Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହେବାର ୨ ଦିନ ପରେ ଝାଡ଼ଖଣ୍ଡକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ। ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ଚମ୍ପାଇ ସୋରେନ। ରାଞ୍ଚି ସ୍ଥିତ ରାଜଭବନରେ ଚମ୍ପାଇଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ ସି.ପି. ରାଧାକୃଷ୍ଣନ। ଚମ୍ପାଇଙ୍କ ସହିତ ମାତ୍ର ଦୁଇ ଜଣ ବିଧାୟକ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନେ ହେଉଛନ୍ତି ଆରଜେଡି ବିଧାୟକ ସତ୍ୟାନନ୍ଦ ଭକ୍ତା ଓ କଂଗ୍ରେସ ବିଧାୟକ ଆଲାମଗିର ଆଲମ।

Advertisment

ଆସନ୍ତା ୧୦ ଦିନ ଭିତରେ ଚମ୍ପାଇ ସୋରେନ ସୋରେନଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ହେବ। ଝାଡ଼ଖଣ୍ଡ ବିଧାନସଭାରେ ୮୧ଟି ଆସନ ଥିବା ବେଳେ ମ୍ୟାଜକ ନମ୍ବର ହେଉଛି ୪୧। ତେବେ ନିଜ ପାଖରେ ୪୩ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ।

ଆଜି ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନଙ୍କୁ ମିଶାଇ ମୋଟ ୩ ଜଣ ଶପଥ ନେଇଥିବା ବେଳେ ଅନ୍ୟ ୩୮ ବିଧାୟକ ସଂଖ୍ୟା ଗରିଷ୍ଠତା ପ୍ରମାଣ ହେବା ଯାଏ ହାଇଦ୍ରାବାଦରେ ରହିବେ। ଏଥିପାଇଁ ଦଳ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ବହୁମତ ସାବ୍ୟସ୍ତ କରି ସାରିବା ପରେ ଚମ୍ପାଇ ସୋରେନ୍‌ ନିଜ କ୍ୟାବିନେଟର ସମ୍ପ୍ରସାରଣ କରିବେ ବୋଲି ଜଣାପଡ଼ିଛି। 

Advertisment

ଅପରପକ୍ଷେ, ଜମି ଦୁର୍ନୀତି ମାମଲାରେ ବୁଧବାର ରାତିରେ ଗିରଫ ହୋଇଥିବା ହେମନ୍ତ ସୋରନଙ୍କୁ ୫ ଦିନିଆ ରିମାଣ୍ଡରେ ନେବ ଇଡି। ଏଥିନିମନ୍ତେ କୋର୍ଟ ଅନୁମତି ଦେଇ ସାରିଛନ୍ତି।  

Jharkhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe