Advertisment

ଆଜି ଶପଥ ନେବେ ଝାଡ଼ଖଣ୍ଡ ଟାଇଗର୍ ଚମ୍ପାଇ ସୋରେନ

ଗତକାଲି ସନ୍ଧ୍ୟାରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ଚମ୍ପାଇ। ତାଙ୍କ ପାଖରେ ୪୩ ବିଧାୟକଙ୍କ ସମର୍ଥନ ଥିବା ଜଣାଇବା ସହ ସରକାର ଗଠନ ଲାଗି ସେ ରାଜ୍ୟପାଳଙ୍କୁ ଜଣାଇଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
Champai Soren

Champai Soren

ଆଜି ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଏମଏମ୍ ନେତା ଚମ୍ପାଇ ସୋରେନ। ରାଜନୈତିକ ସଙ୍କଟ ଭିତରେ ଚମ୍ପାଇଙ୍କୁ ସରକାର ଗଢ଼ିବା ଲାଗି ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନ ଆମନ୍ତ୍ରଣ କରିଛନ୍ତି। ଆଜି ଶପଥ ଗ୍ରହଣ ଉତ୍ସବ ହେବାକୁ ଥିବା ବେଳେ ୧୦ ଦିନ ଭିତରେ ଚମ୍ପାଇଙ୍କୁ ବହୁମତ ପ୍ରମାଣ କରିବାକୁ ପଡ଼ିବ।

Advertisment

ଗତକାଲି ସନ୍ଧ୍ୟାରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ଚମ୍ପାଇ। ତାଙ୍କ ପାଖରେ ୪୩ ବିଧାୟକଙ୍କ ସମର୍ଥନ ଥିବା ଜଣାଇବା ସହ ସରକାର ଗଠନ ଲାଗି ସେ ରାଜ୍ୟପାଳଙ୍କୁ ଜଣାଇଥିଲେ। ଏପଟେ ବିଜେପି ମଧ୍ୟ ଆଜି ନିଜର ବିଧାୟକ ଦଳ ବୈଠକ ଡାକିଛି।

ଚମ୍ପାଇ ସୋରେନ୍ ଝାଡ଼ଖଣ୍ଡ ଟାଇଗର୍ ଭାବେ ପରିଚିତ । ୭ ଥରର ବିଧାୟକ ଅଟନ୍ତି ଚମ୍ପାଇ ସୋରେନ୍ । ଷଢ଼େଇକଳା-ଖରସୁଆଁ ଜିଲ୍ଲା ଜିଲିଙ୍ଗଗୋଡ଼ା ଗାଁରେ ଚମ୍ପାଇଙ୍କ ଘର । ଦଶମ ଯାଏଁ ପଢ଼ିଛନ୍ତି ଚମ୍ପାଇ ସୋରେନ୍ ।

Advertisment

ଶିବୁ ସୋରେନଙ୍କ ସହ ଝାଡ଼ଖଣ୍ଡ ମୁକ୍ତି ଆନ୍ଦୋଳନରେ ସେ ସାମିଲ ଥିଲେ । ସେତିକି ବେଳେ ଝାଡ଼ଖଣ୍ଡ ଟାଇଗର ଭାବେ ଲୋକେ ତାଙ୍କୁ ଜାଣିଥିଲେ । ପ୍ରଥମେ ଷଢ଼େଇକଳାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM)ରେ ଯୋଗ ଦେଇଥିଲେ ଚମ୍ପାଇ । 

ଅପରପକ୍ଷେ, ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଆଜି ରିମାଣ୍ଡ ଶୁଣାଣି ରହିଛି। ହେମନ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆବେଦନ କରିଛି। ତେବେ କେତେଦିନ ପାଇଁ ରିମାଣ୍ଡ ମିଳୁଛି ଆଜି ତାହା ଜଣାପଡିବ। ହେମନ୍ତଙ୍କୁ ରିମାଣ୍ଡରେ ନେଇ ଅଧିକ ଛାନଭିନ ଚଳାଇବ ଇଡି।

ଗିରଫ ପରେ ହେମନ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେହିପରି ଗିରଫଦାରିକୁ ଚ୍ୟାଲେଂଜ କରି ହେମନ୍ତ ଆବେଦନ କରିଥିବା ବେଳେ ଆଜି ସୁପ୍ରିମକୋର୍ଟରେ ଏହାର ଶୁଣାଣି ରହିଛି।

Jharkhand JMM