Advertisment

ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା: ଅଭିଯୁକ୍ତକୁ ଏନ୍‌କାଉଣ୍ଟର୍‌

ପୁଲିସ ଠାରୁ ବନ୍ଧୁକ ଛଡାଇ ଫେରାର ହେଉଥିବା ବେଳେ ଏନ୍‌କାଉଣ୍ଟରରେ ଆହତ ହୋଇଛି ଅଭିଯୁକ୍ତ।

Amethi Murder Case

Amethi Murder Case

Advertisment

ଅମେଠୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର। ପୁଲିସ ଠାରୁ ବନ୍ଧୁକ ଛଡାଇ ଫେରାର ହେଉଥିବା ବେଳେ ଏନ୍‌କାଉଣ୍ଟରରେ ସେ ଆହତ ହୋଇଛି। ନିକଟରେ ଉତ୍ତରପ୍ରଦେଶର ଅମେଠୀ ଜିଲ୍ଲାରେ ଗେଟିଏ ପରିବାରର ୪ ଜଣଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଚନ୍ଦନ ବର୍ମାଙ୍କ ଗୋଡରେ ଗୁଳି ବାଜିଛି।

Advertisment

ସୂଚନାନୁସାରେ, ପଚରାଉଚରା ବେଳେ ବନ୍ଧୁକ ଜବତ ପାଇଁ ନିଆଯାଉଥିବା ବେଳେ ଚନ୍ଦନ ବର୍ମା ପୁଲିସର ପିସ୍ତଲ ଛଡ଼ାଇ ଫେରାର ହେବାକୁ ଚେଷ୍ଟା କରିଥିଲେ। ଏତିକି ବେଳେ ପୁଲିସ ତାଙ୍କ ଗୋଡକୁ ଗୁଳି କରିଦେଇଥିଲା। ଏହି ଘଟଣା ମୋହନଞ୍ଜ ପୁଲିସ ଷ୍ଟେସନ ଅଞ୍ଚଳରେ ଘଟିଛି।

ଏହି ପୂରା ମାମଲାରେ ପୁଲିସ ଯାଞ୍ଚ ଚାରି ରଖିଛି। ଅମେଠୀ ଏସ୍‌ପି ଅନୁପ କୁମାର ସିଂହଙ୍କ କହିଛନ୍ତି, ଗୁରୁବାର ଦିନ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା କରାଯାଇଛି। ଉତ୍ତରପ୍ରଦେଶ ଏସଟିଏଫ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ହତ୍ୟାକାରୀ ଚନ୍ଦନ ବର୍ମାଙ୍କୁ ଗତକାଲି ନୋଏଡା ଜୁଆର ଟୋଲ ପ୍ଲାଜାରୁ ଗିରଫ କରିଛି।

Advertisment

ଗୁରୁବାର ସନ୍ଧ୍ୟାରେ ଅମେଠୀର ଶିବରତନଗଞ୍ଜ ପୁଲିସ ଷ୍ଟେସନ ଅଞ୍ଚଳରେ ଭଡ଼ା ଘରେ ରହୁଥିବା ଶିକ୍ଷକ ସୁନୀଲ କୁମାର (୩୫), ତାଙ୍କ ପତ୍ନୀ ପୁନମ୍‌ (୩୨), ଝିଅ ଦୃଷ୍ଟି (୬) ଏବଂ ଏକ ବର୍ଷର ଝିଅ ସୁନିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସମଗ୍ର ପରିବାରକୁ ହତ୍ୟା କରିବା ପରେ ଅଭିଯୁକ୍ତ ଚନ୍ଦନ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ।

ପୁଲିସ କହିବା ମୁତାବକ, ଅଭିଯୁକ୍ତ ଜଣକ ଗତ ଦେଢ଼ ବର୍ଷ ଧରି ଶିକ୍ଷକଙ୍କ ପତ୍ନୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ତେବେ ଗତ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ମତଭେଦ ଚାଲିଥିଲା।​ ଏହି କାରଣରୁ ସେ ଚାପରେ ଥିଲେ। ତେଣୁ ସେ ରାଗିଯାଇ ଏଭଳି ହତ୍ୟାକାଣ୍ଡ ଘଟାଇଛନ୍ତି। ଅଭିଯୁକ୍ତ ନିଜ ଦୋଷ ମଧ୍ୟ ସ୍ୱୀକାର କରିଛି। ଏହି ମାମଲାରେ ତଦନ୍ତ ଜାରି ରହିଛି।

Police Encounter Amethi Murder Case Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe