Advertisment

ପାଟି ଫିଟାଇଲେ ପ୍ରିଜାଇଣ୍ଡିଂ ଅଫିସର, କହିଲେ - ବାଲାଟରେ ହେରଫେର ହୋଇନି, କିନ୍ତୁ...

ଆପ୍‌ ଓ କଂଗ୍ରେସ ପକ୍ଷରୁ ସାଂଘାତିକ ଅଭିଯୋଗ ଆସିବା ପରେ ପାଟି ଫିଟାଇଛନ୍ତି ଗତକାଲି ମେୟର ନିର୍ବାଚନ ପରିଚାଳନା କରିଥିବା ପ୍ରିଜାଇଡିଂ ଅଫିସର ଅନୀଲ ମାସି।

author-image
Niharika Rout
ଅଦ୍ୟତନ ହୋଇଛି
Presiding Official

Presiding Official

ସଂଖ୍ୟା ନଥାଇ ବି ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେପି ବିଜୟୀ ହେବା ଘଟଣାକୁ ସହଜେ ହଜମ କରି ପାରୁ ନାହାନ୍ତି କଂଗ୍ରେସ ଓ ଆପ୍‌। ଏହା ଗଣତନ୍ତ୍ରର ହତ୍ୟା ବୋଲି ସେମାନେ ଅଭିଯୋଗ କରିଥିବା ବେଳେ ଏହା ପଛରେ ପ୍ରିଜାଇଡିଂ ଅଫିସର ଅନୀଲ ମାସିଙ୍କ ସମ୍ପୃକ୍ତି ଥିବା ପରି ଗୁରୁତର ଅଭିଯୋଗ ଆଣିଛନ୍ତି। ଆପ୍‌ ଓ କଂଗ୍ରେସ ପକ୍ଷରୁ ଏପରି ସାଂଘାତିକ ଅଭିଯୋଗ ଆସିବା ପରେ ପାଟି ଫିଟାଇଛନ୍ତି ଗତକାଲି ମେୟର ନିର୍ବାଚନ ପରିଚାଳନା କରିଥିବା ପ୍ରିଜାଇଡିଂ ଅଫିସର ଅନୀଲ ମାସି।

Advertisment

ଏନେଇ ସେ କହିଛନ୍ତି, ୧୧ଟି ବାଲାଟ ପେପରରେ କିଛି ଚିହ୍ନ ଥିବାରୁ ତାହାକୁ ବଦଳାଇବା ପାଇଁ କଂଗ୍ରେସ ଓ ଆପ୍‌ ପକ୍ଷରୁ ଅନୁରୋଧ କରାଯାଇଥିଲା। ସମୁଦାୟ ୩୬ଟି ଭୋଟ ପଡ଼ିଛି। ଏଥିନିମନ୍ତେ ଆମେ ଯେତେବେଳେ ବାଲାଟ ପେପର ଇସ୍ୟୁ କଲୁ, ସେଥିରୁ କିଛି ବାଲାଟ ପେପରରେ ଚିହ୍ନ ଥିବା କଂଗ୍ରେସ ଓ ଆପ୍‌ ପକ୍ଷରୁ କୁହାଯାଇଥିଲା। ତେଣୁ ସେଥିରୁ ୧୧ଟି ବାଲାଟ ପେପର ବଦଳାଇବାକୁ ସେ ଆମକୁ କହିଥିଲେ।

ଏଥିସହ ସେ କହିଛନ୍ତି, ଉଭୟ ରାଜନୈତିକ ପାର୍ଟିଙ୍କ ମତାମତକୁ ସମ୍ମାନ ଜଣାଇ ଉକ୍ତ ବାଲାଟ ପେପରଗୁଡ଼ିକୁ ମୁଁ ଗୋଟିଏ ପାର୍ଶ୍ୱରେ ରଖିବା ସହ ନୂଆ ବାଲାଟ ପେପର ଇସ୍ୟୁ କରିଥିଲି। ମାତ୍ର ଫଳାଫଳ ଘୋଷଣା ହେବା କ୍ଷଣି ଉତ୍ତେଜନା ପ୍ରକାଶ ପାଇଥିଲା।

Advertisment

ଗତକାଲି ଅନୁଷ୍ଠିତ ହୋଇଥିବା ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେପି ପ୍ରାର୍ଥୀ ମନୋଜ ସୋନକାର ୧୬ଟି ଭୋଟ ପାଇଥିବା ବେଳେ ଆପ୍‌ର କୁଳଦୀପ କୁମାର ୧୨ଟି ପାଇଥିଲେ। ଏଥିସହ ୮ଟି ଭୋଟକୁ ଅସିଦ୍ଧ ଘୋଷଣା କରାଯାଇଥିଲା।

ପ୍ରକୃତ ସତ୍ୟ ନ ଜାଣି ତଥା ବାଲାଟ ପେପର ଯାଞ୍ଚ ନ କରି କଂଗ୍ରେସ ଓ ଆପ୍‌ ସମର୍ଥକ ହୋହଲ୍ଲା କରିଥିବା କହିଛନ୍ତି ଅନୀଲ। ଆପ୍‌ ଓ କଂଗ୍ରେସର ପୋଲିଂ ଏଜେଣ୍ଟଙ୍କୁ ବାଲାଟ ପେପର ଯାଞ୍ଚ କରିବାକୁ କହିବା ସତ୍ତ୍ୱେ ସେମାନେ ଟେବୁଲ ଉପରେ ଚଢ଼ି ଯାଇ ହୋହଲ୍ଲା କରିଥିବା ଅନୀଲ ଅଭିଯୋଗ କରିଛନ୍ତି।

ଆପ୍‌ ଓ କଂଗ୍ରେସର ନିଶ୍ଚିତ ବିଜୟକୁ ରୋକିବା ପାଇଁ ଅନୀଲ ୮ ଖଣ୍ଡ ଭୋଟକୁ ଜାଣିଶୁଣି ନାକଚ କରିଦେଇଥିବା କୁହାଯାଉଛି। ହେରଫେର ବେଳର ଭିଡିଓ ଶେୟାର କରି ପଞ୍ଜାବ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂହ ରାଜା ୱାର୍ଣ୍ଣିଂ ଅଭିଯୋଗ କରିଛନ୍ତି ଯେ ବିଜେପି ଗଣତନ୍ତ୍ରକୁ ହତ୍ୟା କରିଛି। ସାମ୍ନାକୁ ଆସିଥିବା ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ପ୍ରିଜାଇଡିଂ ଅଫିସର ବାଲଟ ପେପରରେ ହେରଫେର କରିଛନ୍ତି।

ବିଜେପି କେବଳ ଦୁର୍ନୀତି ଗ୍ରସ୍ତ ନୁହେଁ। ଗଣତନ୍ତ୍ରର ହତ୍ୟାକାରୀ। ସେମାନେ ବେଶ ସ୍ୱାଭାବିକ ଭାବେ ବାହୁବଳ, ଏଜେନ୍ସି, ଟଙ୍କା, ଚାପ ଓ ଅଫିସରଙ୍କୁ ବ୍ୟବହାର କରୁଛନ୍ତି ବୋଲି ଆପ୍‌- କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ସେହିପରି ଅନୀଲ ମାସିଙ୍କ ଏକ୍ସ (ପୂର୍ବର ଟୁଇଟର) ଅକାଉଣ୍ଟ ଅନିଲମାସିବିଜେପି ନାମରେ ଚାଲିଥିବା ଅଭିଯୋଗ କରିଛି ଆପ୍‌। 

Bjp Congress Chandigarh AAP Mayor