Advertisment

ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ନାକଚ ୮ ବାଲଟ ପେପର୍‌ ବୈଧ, ପୁନଃ ଗଣତି ପାଇଁ କହିଲେ

ବିଜେପି ପୁଣି ମେୟର ନିର୍ବାଚନ କରାଇବାକୁ ଲକ୍ଷ୍ୟ ରଖିଥିଲା। କିନ୍ତୁ ସୁପ୍ରିମକୋର୍ଟ ଆଜି ପୁନଃ ନିର୍ବାଚନ ବିରୋଧରେ ମତ ରଖିଛନ୍ତି। ଜାନୁଆରୀ ୩୧ରେ ହୋଇଥିବା ନିର୍ବାଚନରେ ବିଜେପିର ମନୋଜ ସୋନକର ୮ଟି ବାଲଟ ପେପର ନାକଚ ହେବାରୁ ୪ ଖଣ୍ଡ ଭୋଟରେ ବାଜିମାତ କରିଥିଲେ।

Anil Masih

Anil Masih

Advertisment

ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆଜି ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ମେୟର ନିର୍ବାଚନ ବେଳେ ରିଟର୍ଣ୍ଣିଂ ଅଫିସର ଅନୀଲ ମସିହ ଆପ୍‌ର ୮ ଜଣ କାଉନସିଲରଙ୍କ ଭୋଟକୁ ନାକଚ କରିଦେଇଥିଲେ।

Advertisment

ଫଳରେ ବିଜେପି ମେୟର ନିର୍ବାଚନରେ ବାଜିମାତ କରିଥିଲା। ଆଜି ସୁପ୍ରିମକୋର୍ଟ ବିଜେପିକୁ ବଡ଼ ଝଟକା ଦେଇଛନ୍ତି। ଅନୀଲ ନାକଚ କରିଥିବା ସମସ୍ତ ୮ ଭୋଟକୁ ସୁପ୍ରିମକୋର୍ଟ ବୈଧ ବୋଲି କହିଛନ୍ତି।

ଏହି ୮ ଭୋଟ ଆପ୍‌ ଓ କଂଗ୍ରେସର ମିଳିତ ପ୍ରାର୍ଥୀ କୁଲଦୀପ କୁମାରଙ୍କ ସପକ୍ଷରେ ପଡ଼ିଥିଲା। ତେଣୁ ନାକଚ ହୋଇଥିବା ୮ ଭୋଟକୁ ବୈଧ ଭାବେ ବିବେଚନା କରି ପୁନଃ ଗଣତି କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆଜି ନାକଚ ହୋଇଥିବା ୮ ବାଲଟ ପେପରର ପୁନଃ ଯାଞ୍ଚ କରିଥିଲେ। ବାଲଟ ପେପର ଗୁଡ଼ିକରେ ଅତିରିକ୍ତ ଚିହ୍ନ ଥିବା ଖଣ୍ଡପୀଠ ଜାଣିବା ପରେ ରିଟର୍ଣ୍ଣିଂ ଅଫିସରଙ୍କ ଉପରେ ଜୋରଦାର ବର୍ଷିଥିଲେ।

କୋର୍ଟ କହିଛନ୍ତି, ନାକଚ ହୋଇଥିବା ସମସ୍ତ ୮ ଭୋଟ ଆପ୍‌ ଓ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ରହିଥିଲା। ଏହି ୮ଟି ବାଲଟ ପେପରରେ ଅତିରିକ୍ତ ଚିହ୍ନ ରହିଛି। ସମସ୍ତ ଭୋଟ ପୁନଃ ଗଣତି ହେବା ଦରକାର। ନାକଚ ହୋଇଥିବା ୮ ଭୋଟକୁ ବୈଧ ଭାବେ ବିବେଚନା କରାଯିବ। ସମସ୍ତ ଭୋଟକୁ ଗଣତି କରି ରେଜଲ୍ଟ ପ୍ରକାଶ କରିବା ସପକ୍ଷରେ କୋର୍ଟ ମତ ରଖିଛନ୍ତି।

ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁସିଙ୍ଘଭୀ କହିଥିଲେ ଯେ ରିଟର୍ଣ୍ଣିଂ ଅଫିସର କୋର୍ଟଙ୍କୁ ଗତକାଲି ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ। ସେ କହିଥିଲେ ଯେ ପୂର୍ବରୁ ବିକୃତ ହୋଇଥିବା ବାଲଟ ପେପରରେ ସେ ଛକ ଚିହ୍ନ ମାରିଥିଲେ। କିନ୍ତୁ ବାସ୍ତବରେ ସେମିତି କିଛି ବି ହୋଇ ନଥିଲା।

ଏହାକୁ କାଉଣ୍ଟର କରି ଅନ୍ୟତମ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କହିଥିଲେ ଯେ ରିଟର୍ଣ୍ଣିଂ ଅଫିସର କୌଣସି ପ୍ରକାରର ଖରାପ ଉଦ୍ଦେଶ୍ୟ ରଖି କିଛି ବି କରି ନାହାନ୍ତି। ସେ ଚୋର ନୁହନ୍ତି। ସେ କେବଳ ଗୋଟିଏ ଆକଳନ କରିଥିଲେ। 

ସୁପ୍ରିମକୋର୍ଟ ରିଟର୍ଣ୍ଣିଂ ଅଧିକାରୀଙ୍କ ଉପରେ ବର୍ଷିବାରୁ ସେ ବେଶ ଇମୋସନାଲ ହୋଇଯାଇଥିଲେ। ରିଟର୍ଣ୍ଣିଂ ଅଫିସର ଅନୀଲ କୋର୍ଟଙ୍କୁ କହିଛନ୍ତି, ଚଣ୍ଡିଗଡ଼ ମେୟର ନିର୍ବାଚନରେ ତାଙ୍କ ପଦକ୍ଷେପ ଭୁଲ କିମ୍ବା ଠିକ ହୋଇପାରେ। କିନ୍ତୁ ତାଙ୍କୁ ଚୋର କହିବା ସଂପୂର୍ଣ୍ଣ ଭୁଲ। ସେ ଜଣେ ପଳାତକ ନୁହନ୍ତି ବୋଲି ଅନୀଲ କହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସୋମବାର ଶୁଣାଣି ପୂର୍ବରୁ ଚଣ୍ଡିଗଡ଼ ମେୟର ତଥା ବିଜେପି ନେତା ମନୋଜ ସୋନକର ନିଜ ପଦରୁ ଇସ୍ତଫା ଦେଇଥିଲେ। ଏଥିସହ ଆପ୍‌ର ୩ ଜଣ କାଉନସିଲର ଦଳ ବଦଳ କରି ବିଜେପି ସହ ହାତ ମିଳାଇଥିଲେ।

ଏପରି କରି ବିଜେପି ପୁଣି ମେୟର ନିର୍ବାଚନ କରାଇବାକୁ ଲକ୍ଷ୍ୟ ରଖିଥିଲା। କିନ୍ତୁ ସୁପ୍ରିମକୋର୍ଟ ଆଜି ପୁନଃ ନିର୍ବାଚନ ବିରୋଧରେ ମତ ରଖିଛନ୍ତି। ଜାନୁଆରୀ ୩୧ରେ ହୋଇଥିବା ନିର୍ବାଚନରେ ବିଜେପିର ମନୋଜ ସୋନକର ୮ଟି ବାଲଟ ପେପର ନାକଚ ହେବାରୁ ୪ ଖଣ୍ଡ ଭୋଟରେ ବାଜିମାତ କରିଥିଲେ।

ଏବେ ସୁପ୍ରିମକୋର୍ଟ ପୁନଃ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇ ନଥିବାରୁ ଏହା ବିଜେପି ପାଇଁ ଶକ୍ତ ଝଟକା ସଦୃଶ ହୋଇଛି। କାରଣ ପୁନଃ ନିର୍ବାଚନ ପାଇଁ ବିଜେପି ସବୁ ପ୍ରକାରର ପ୍ରସ୍ତୁତି କରିଥିଲା। ଏଥିପାଇଁ ତରବରିଆ ଭାବେ ୩ ଜଣ ଆପ୍‌ କାଉନସିଲରଙ୍କୁ ଦଳ ନିଜ ସହ ସାମିଲ କରିଥିଲା।

ଜାନୁଆରୀ ୩୧ରେ ହୋଇଥିବା ମେୟର ନିର୍ବାଚନରେ ବିଜେପି ପାଖରେ ମ୍ୟାଜିକ ନମ୍ବର ନ ଥିଲା। ଚଣ୍ଡିଗଡ଼ ପୌର ପାଳିକାର ମୋଟ ୩୫ କାଉନସିଲରଙ୍କ ମଧ୍ୟରୁ ଏବେ ବିଜେପି ପାଖରେ ୧୭ ଜଣ ରହିଛନ୍ତି। ଅକାଳୀ ଦଳର ଜଣେ ସଦସ୍ୟ ଓ ସ୍ଥାନୀୟ ଲୋକସଭା ସାଂସଦ କିରଣ ଖେର ମଧ୍ୟ ବିଜେପିକୁ ସମର୍ଥନ କରିବେ। ତେଣୁ ବିଜେପି ପାଖରେ ମୋଟ ୧୯ ଖଣ୍ଡ ଭୋଟ ରହିଛି।

୩ ଜଣଙ୍କ ବିଦ୍ରୋହ ପରେ ଆପ ପାଖରେ ୧୦ ଜଣ ଓ କଂଗ୍ରେସ ପାଖରେ ୭ ଜଣ କାଉନସିଲର ରହିଛନ୍ତି। ହେଲେ ଏହାର ମୂଲ୍ୟ ଆଉ କିଛି ନାହିଁ। କାରଣ ପୂର୍ବ ଭୋଟିଂ ଆଧାରରେ ନିର୍ବାଚନ ଫଳାଫଳ ଘୋଷଣା କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ସେତେବେଳେ ଆପର ସମସ୍ତ ୧୩ ଓ କଂଗ୍ରେସର ସମସ୍ତ ୭ କାଉନସିଲର ଯୁଗ୍ମ ପ୍ରାର୍ଥୀ କୁଲଦୀପ କୁମାରଙ୍କ ସପକ୍ଷରେ ଭୋଟ ଦେଇଥିଲେ।

Supreme Court Chandigarh Chandigarh Mayoral Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe