Advertisment

ଜେଲରୁ ବାହାରିବେ ଚନ୍ଦ୍ରବାବୁ ନାଇଡୁ, ମିଳିଲା ଜାମିନ

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଚନ୍ଦ୍ରବାବୁ ନାଇଡୁଙ୍କୁ ନଭେମ୍ବର ୨୪ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରାଯାଇଛି।

Chandrababu Naidu

Chandrababu Naidu

Advertisment

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି। ଦକ୍ଷତା ବିକାଶ ମାମଲାରେ ଗିରଫ ହୋଇ ଜେଲରେ ଥିବା ଚନ୍ଦ୍ରବାବୁ ନାଇଡୁଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ୪ ସପ୍ତାହ ପାଇଁ ମିଳିଛି ସର୍ତ୍ତମୂଳକ ଜାମିନ। ହାଇକୋର୍ଟର ଓକିଲ ସୁନକାରା କୃଷ୍ଣମୂର୍ତ୍ତି ଏହି ସୂଚନା ଦେଇଛନ୍ତି।

Advertisment

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଚନ୍ଦ୍ରବାବୁ ନାଇଡୁଙ୍କୁ ନଭେମ୍ବର ୨୪ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରାଯାଇଛି। ୪ ସପ୍ତାହ ପରେ ତାଙ୍କୁ ଆତ୍ମସମର୍ପଣ କରିବାକୁ ହେବ। ନଭେମ୍ବର ୧୦ରେ କୋର୍ଟ ତାଙ୍କର ମୁଖ୍ୟ ଜାମିନ ଆବେଦନ ଉପରେ ଶୁଣାଣି କରିବେ। ଡାକ୍ତରଖାନା ଯିବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କୁ ଗଣମାଧ୍ୟମ ଏବଂ ରାଜନୈତିକ କାର୍ଯ୍ୟକଳାପରୁ ମଧ୍ୟ ଦୂରରେ ରହିବାକୁ କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ସେପ୍ଟେମ୍ବର ୧୦ ତାରିଖରେ ଗିରଫ କରାଯାଇଥିଲା। ୩୭୧ କୋଟି ଟଙ୍କାର ଏହି ଦୁର୍ନୀତି ମାମଲାରେ ରାଜ୍ୟ କ୍ରାଇମବ୍ରାଞ୍ଚର ତଦନ୍ତ ବିଭାଗ ସେପ୍ଟେମ୍ବର ୧୦ରେ ସକାଳ ପ୍ରାୟ ୬ଟା ସମୟରେ ତାଙ୍କୁ ଗିରଫ କରିଥିଲା। ସେବେ ଠାରୁ ଚନ୍ଦ୍ରବାବୁ ନାଇଡୁ ରାଜମୁନ୍ଦରୀ ସେଣ୍ଟ୍ରାଲ ହଲ୍‌ ଜେଲରେ ଅଛନ୍ତି। ନାଇଡୁଙ୍କ ନେତୃତ୍ୱରେ ସେଲ କମ୍ପାନୀ ମାଧ୍ୟମରେ ସରକାରୀ ଅନୁଷ୍ଠାନକୁ ସରକାରୀ ଟଙ୍କା ସ୍ଥାନାନ୍ତର କରିବା ପାଇଁ ଏକ ଷଡଯନ୍ତ୍ର କରାଯାଇଥିବା ସିଆଇଡି ଦାବି କରିଛି।

Advertisment

Andhra Pradesh High Court Chandrababu Naidu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe