Advertisment

ଏନ୍‌ଡିଏକୁ ଫେରିବ ଟିଡିପି, ଆନ୍ଧ୍ରରେ ହେବ ମେଣ୍ଟ!

ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ବସିଥିବା ବୈଠକରେ ବିଜେପି ହାଇକମାଣ୍ଡ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
chandrababu-naidu-met-amit-shah

chandrababu-naidu-met-amit-shah

ଏନଡିଏକୁ ଫେରିପାରେ ଟିଡିପି। ୨୦୧୮ରେ ବିଜେପିର ହାତ ଛାଡିଥିବା ଚନ୍ଦ୍ରବାବୁ ନାଇଡୁ ପୁଣି ଥରେ ଏନଡିରେ ସାମିଲ ହୋଇପାରନ୍ତି। ଟିଡିପି ଓ ବିଜେପି ମେଣ୍ଟ ନେଇ ଗତକାଲି ଦିଲ୍ଲୀରେ ବସିଥିଲା ବୈଠକ। ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ବସିଥିବା ଏହି ବୈଠକରେ ବିଜେପି ହାଇକମାଣ୍ଡ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଛି।

Advertisment

ସୂତ୍ର ଅନୁଯାୟୀ ଉଭୟ ଦଳ ହାତ ମିଶାଇବା ପାଇଁ ପ୍ରାୟ ପ୍ରସ୍ତୁତ ଅଛନ୍ତି। ଏହି ଆଲୋଚନାରେ ସିଟ୍‌ ଭାଗବଣ୍ଟାକୁ ନେଇ ମଧ୍ୟ ଅଙ୍କ ଛିଣ୍ଡି ଥିବା କୁହାଯାଉଛି। ଗତ କିଛି ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏହି ଦୁଇ ନେତାଙ୍କ ଭେଟଘାଟ ହୋଇଛି।

ସେହିପରି ଫିଲ୍ମ ଷ୍ଟାରରୁ ରାଜନେତା ପାଲଟିଥିବା ପୱନ୍ କଲ୍ୟାଣଙ୍କ ଜନସେନା, ଟିଡିପି ସହ ମିଶି ଆନ୍ଧ୍ର ନିର୍ବାଚନ ଲଢ଼ିପାରେ। ପୂର୍ବରୁ ଏନଡିଏକୁ ସମର୍ଥନ ଦେଇଥିବା ଜନସେନା, ଆନ୍ଧ୍ରରେ ବିଜେପି, ଟିଡିପି ସହ ମେଣ୍ଟରେ ନିର୍ବାଚନ ଲଢ଼ିବା ସମ୍ଭାବନା ରହିଛି। ଗତକାଲି ପୱନ କଲ୍ୟାଣ ମଧ୍ୟ ଅମିତ ଶାହାଙ୍କୁ ଭେଟି ଆଲୋଚନା କରିଛନ୍ତି।

Advertisment

ରାଜ୍ୟରେ ୨୫ ଲୋକସଭା ଓ ୧୭୫ଟି ବିଧାନସଭା ଆସନ ଅଛି। ଏଥିରେ ବିଜେପି ୮ରୁ ୧୦ଟି ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଲଢ଼ିବାକୁ ଇଚ୍ଛୁକ ଅଛି। ତେବେ ଟିଡିପି ସୂତ୍ରରୁ ପ୍ରକାଶ ଯେ ମିଳିତ ମଞ୍ଚରେ ବିଜେପି ୫ରୁ ୬ଟି ଲୋକସଭା ଆସନରେ, ଜନସେନା ତିନୋଟିରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ଏବଂ ଅବଶିଷ୍ଟ ଆସନରେ ତାଙ୍କ ଦଳ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି।

Bjp Nda TDP Loksabha Election 2024