TDP
ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ଆଶ୍ୱସ୍ତି ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।
ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରକୁ ଖାରଜ କରିବା ପାଇଁ ଚନ୍ଦ୍ରବାବୁ ପ୍ରଥମେ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ଏହାକୁ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ତେଣୁ ଏହା ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଶନିବାର ନାଇଡୁଙ୍କ ଓକିଲ ହାଇକୋର୍ଟ ନିର୍ଦ୍ଦେଶର ଗୋଟିଏ କପିକୁ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ତଦନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ନାଇଡୁଙ୍କ ଆବେଦନରେ ହସ୍ତକ୍ଷେପ କରିବାକୁ ମନା କରିଥିଲେ।
ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀ ବିରୋଧରେ ତାଙ୍କ ଦଳ ଟିଡିପି ପକ୍ଷରୁ ରାଜ୍ୟ ତମାମ ବିକ୍ଷୋଭ ଜାରି ରହିଛି। ବିଧାନସଭା କାର୍ଯ୍ୟ ମଧ୍ୟ ବିକ୍ଷୋଭ ଯୋଗୁ ଠିକ ଭାବେ ହୋଇପାରୁ ନାହିଁ।
୨୦୧୪ରେ ଆନ୍ଧ୍ର ପ୍ରଦେଶ ରାଜ୍ୟ ଦକ୍ଷତା ବିକାଶ କର୍ପୋରେସନ ଗଠନ ହୋଇଥିଲା। ଉଦ୍ଦେଶ୍ୟ ଥିଲା ଯୁବକମାନଙ୍କୁ ତାଲିମ ଦେବା। ତେବେ ଏହି କାର୍ଯ୍ୟକ୍ରମରେ ୩୭୧ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ୨୦୧୪ରୁ ୨୦୧୯ ଯାଏ ଚନ୍ଦ୍ରବାବୁ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ଇସାରାରେ ସବୁ କିଛି ହୋଇଥିବା କୁହାଯାଉଛି।
ଏଥିପାଇଁ ତାଙ୍କ ନାଁରେ ଆଇପିସିର ଧାରା ୧୨୦ବି, ୪୨୦ ଓ ୪୬୫ରେ ମାମଲା ହୋଇଛି। ସିଆଇଡି ତାଙ୍କ ନାଁରେ ଦୁର୍ନୀତି ନିରୋଧ ଆଇନର ବିଭିନ୍ନ ଦଫା ମଧ୍ୟ ଲଗାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/TDP_1695474054.jpg)