/odisha-reporter/media/post_attachments/uploadimage/library/16_9/16_9_0/Dead_Body_1717295898.jpg)
Dead Body
ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି ନିର୍ବାଚନ ପରର ହିଂସା। ଚନ୍ଦ୍ରବାବୁ ନାଇଡୁଙ୍କ ଦଳର ଜଣେ ନେତାଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି। ବିରୋଧୀ ଦଳ ଓ୍ୱାଇଏସ୍ଆର୍ କଂଗ୍ରେସ ଦଳର କର୍ମୀମାନେ ଟିଡିପ ନେତା ଗୌରୀନାଥ ଚୌଧୁରୀଙ୍କ ଉପରେ ଛୁରୀ ଓ କୁରାଡିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ଟିଡିପି ନେତାଙ୍କ ମୃତ୍ୟୁ ହୋଇଛି।
ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ସ୍ଥିତ ବୋମ୍ମିରେଡ୍ଡିପଲ୍ଲୀ ଗାଁରେ ଏହି ଘଟଣା ଘଟିଛି। ଗୌରୀନାଥ ଚୌଧୁରୀ ଏହି ଅଞ୍ଚଳରେ ଜଣେ ପ୍ରମୁଖ ଟିଡିପି ନେତା ଥିଳେ। ତାଙ୍କୁ ଓ୍ୱାଇଏସ୍ଆର୍ କଂଗ୍ରେସର ପମୈୟା, ରାମକୃଷ୍ଣ ଓ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଆକ୍ରମଣ କରିଥିବା କୁହାଯାଉଛି।
ସେପଟେ ଟିଡିପି ନେତାଙ୍କୁ ହତ୍ୟା ପରେ ପୂରା ଅଞ୍ଚଳରେ ଅଶାନ୍ତ ସ୍ଥିତି ଉପୁଜିଛି। ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ପୂରା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଅପ୍ରିୟ ଘଟଣାକୁ ରୋକିବା ପାଇଁ ପୁଲିସ ଗାଁରେ ପିକେଟିଂ ମଧ୍ୟ କରୁଛି।
ସେପଟେ ଟିଡିପି ନେତାଙ୍କୁ ଆକ୍ରମଣ ଓ ହତ୍ୟା ପରେ ଚନ୍ଦ୍ରବାବୁ ନାଇଡୁ ଓ ତାଙ୍କ ପୁଅ ନାରା ଲୋକେଶ ଏହାକୁ ନିନ୍ଦା କରିଛନ୍ତି। ଏହି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ୱାଏସ୍ ଜଗନ୍ନ ମୋହନ ରେଡ୍ଡୀଙ୍କ ହାତ ଥିବା ସେ ଅଭିଯୋଗ ଆଣିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
