Chandrashekhar Azad, chief of Bhim Army
ବୁଧବାର ଉତ୍ତରପ୍ରଦେଶ ସାହାରଣପୁରରେ ଭିମ୍ ଆର୍ମିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍ଙ୍କ ଉପରେ ଗୁଳିମାଡ଼ ହୋଇଛି। ଗୁଳି ତାଙ୍କ ପିଠିରେ ବାଜି ବାହାରି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। କିଛି ଅଜ୍ଞାତ ବ୍ୟକ୍ତି ଏହି କାଣ୍ଡ ଘଟାଇଛି। ସେ ଏକ ଶୋଭାଯାତ୍ରାରେ ଯୋଗଦେଇଥିବା ବେଳେ ଉକ୍ତ ଦୁର୍ବୃତ୍ତମାନେ ବନ୍ଧୁକ ବାହାର କରି ଗୁଳି ଚଳାଇଥିଲେ।
ହରିଆନା ରେଜିଷ୍ଟେସନ ଥିବା ଏକ କାର୍ରେ ଦୁର୍ବୃତ୍ତମାନେ ଆସିଥିଲେ। ଗୁଳି ମାଡ଼ର ସ୍ପଷ୍ଟ ଚିହ୍ନ ତାଙ୍କ କାର ସିଟ୍ ଓ ସାଇଟ୍ ଡୋର୍ରେ ଦେଖିବାକୁ ମିଳିଛି। ଗୋଟିଏ ଗୁଳି ସିଟ୍ ଭିତରେ ପଶି ଯାଇଥିବା ବେଳେ ଅନ୍ୟଗୁଳି ଡୋର ଭିତରେ ପଶି ଯାଇଛି।
ତେବେ ଚିକିତ୍ସା ପରେ ଚନ୍ଦ୍ରଶେଖର ବିପଦମୁକ୍ତ ଥିବା ସୂଚନା ମିଳିଛି। ସେପଟେ ଘଟଣା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂରା ଅଞ୍ଚଳକୁ ସିଲ୍ କରି ଅତତାୟୀଙ୍କୁ ଧରିବାକୁ ପୁଲିସ ଚଢ଼ଉ କରୁଛି।
ଚନ୍ଦ୍ରଶେଖର ଏକ ଟୋୟେଟା ଫର୍ଚ୍ୟୁନର କାର୍ରେ ଉତ୍ତରପ୍ରଦେଶରୁ ଦିଲ୍ଲୀ ସ୍ଥିତ ତାଙ୍କ ଘରକୁ ଯାଉଥିଲେ। ପଛରୁ ଆତତାୟୀମାନେ ପିଛା କରି ଆକ୍ରମଣ କରିଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us