Biryani on plate with ram Photo
ଭଗବାନଙ୍କୁ ବି ଛାଡିଲେନି। ପ୍ରଭୁ ଶ୍ରୀ ରାମଙ୍କ ଫଟୋ ଥିବା ପ୍ଲେଟ୍ରେ ପରଷିଲେ ବିରିୟାନୀ। ଦୋକାନୀଙ୍କ ଏଭଳି ବିରିୟାନୀ ପରଷିବାକୁ ନେଇ ଜୋରଦାର ହଙ୍ଗାମା ହୋଇଛି। ରାଗି ଯାଇଛନ୍ତି ଲୋକେ। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଉଛି।
ରବିବାର ଦିଲ୍ଲୀର ଜାହାଙ୍ଗିରପୁରୀ ଅଞ୍ଚଳ। ଏଠାକାର ଜଣେ ଦୋକାନୀ ରାମଙ୍କ ଫଟୋ ଥିବା କାଗଜ ପ୍ଲେଟ୍ରେ ବିରାୟାନୀ ବିକ୍ରି କରୁଥିଲେ। ଲୋକେ ଏହି ପ୍ଲେଟ୍କୁ ବ୍ୟବହାର କରିବା ଏହାକୁ ଡଷ୍ଟବିନ୍ରେ ଫିଙ୍ଗି ମଧ୍ୟ ଦେଉଥିଲେ। ଏହାକୁ ଦେଖି କିଛି ଲୋକେ ରାଗି ଯାଇ ବିରୋଧ କରିଥିଲେ। ଦୋକାନ ନିକଟରେ ପ୍ରବଳ ମଧ୍ୟ ଜମିଥିଲା। ପରେ ଏହାକୁ ନେଇ ହଙ୍ଗାମା ସୃଷ୍ଟି ହୋଇଥିଲା।
ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ କିଛି ହିନ୍ଦୁ ସଙ୍ଗଠନ ଓ ବଜରଙ୍ଗ ଦଳର କର୍ମୀମାନେ ରାମଙ୍କ ଫଟୋ ଥିବା ପ୍ଲେଟରେ ବିରାୟାନୀ ପରଷିବାକୁ ନେଇ ଆପତ୍ତି ଉଠାଇଥିଲେ। ବିରାୟାନୀ ବିକ୍ରି କରୁଥିବା ଦୋକାନୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଦୋକାନୀଙ୍କୁ ଗିରଫ କରିଛି। ଏଥିସହ ତାଙ୍କ ନିକଟରୁ ଅନେକ ରାମଙ୍କ ଫଟୋ ଥିବା କାଗଜ ପ୍ଲେଟ୍କୁ ମଧ୍ୟ ଜବତ କରିଛି।
ସୂଚନା ମୁତାବକ, ଜବତ ହୋଇଥିବା ପେପର୍ ପ୍ଲେଟର ବଣ୍ଡଲ ଭିତରୁ ମାତ୍ର ୪ଟି ରାମଙ୍କ ଫଟୋ ଥିବା ପ୍ଲେଟ୍ ମିଳିଛି। ଜାହାଙ୍ଗିରପୁରୀ ଥାନା ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଜଣକ ମାର୍କେଟିଂ କରିବା ଉଦ୍ଦେଶ୍ୟରେ ଏଭଳି କରିଛି ନା ଜାଣିଶୁଣିା ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ପାଇଁ ଏଭଳି କରିଛି ସେ ନେଇ ଦିଲ୍ଲୀ ପୁଲିସ ଯାଞ୍ଚ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1713870548.jpg)